ମୁମ୍ବାଇର ଜିନ୍ନା ହାଉସ୍‌ ହେବ ଆନ୍ତର୍ଜାତୀୟ ସାଂସ୍କୃତିକ କେନ୍ଦ୍ର ହେବ

ମୁମ୍ବାଇ:ମୁମ୍ବାଇର ଜିନ୍ନା ହାଉସ୍‌ ଏବେ ଦିଲ୍ଲୀର ହାଇଦ୍ରାବାଦ୍‌ ହାଉସ ଭଳି ଏକ ଆନ୍ତର୍ଜାତୀୟ ସାଂସ୍କୃତିକ କେନ୍ଦ୍ର ହେବ। ମାଲବାର ସ୍ଥିତ ଜିନ୍ନା ହାଉସକୁ ପାକିସ୍ତାନ ନିଜର କାୟନେ ଆଜମ୍‌ କରିବାକୁ ଯୋଜନା କରିବାକୁ କରିଥିଲା। ପାକିସ୍ତାନ ଏହାକୁ ବାଣିଜ୍ୟିକ ଦୂତାବାସ କରିବାକୁ ଚାହୁଁଥିଲା। ମାଲବାର ହିଲର ସ୍ଥାନୀୟ ଭାଜପା ବିଧାୟକ ମଙ୍ଗଳ ପ୍ରସାଦ ଲୋଢା ଗତ ୭ ବର୍ଷ ହେବ ଜିନ୍ନା ହାଉସକୁ ବିଭାଜନ ପ୍ରତୀକ ଭାବେ ଦର୍ଶାଇ ଏହାକୁ ଏକ ସାଂସ୍କୃତିକ କେନ୍ଦ୍ର ରୂପେ ପ୍ରତିଷ୍ଠା କରିବାକୁ ଦାବି କରି ଆସୁଥିଲେ। ଲୋଢା ଏହି ମାମଲାକୁ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଙ୍କ ପର୍ଯ୍ୟନ୍ତ ନେଇଥିଲେ।


ଏଠାରେ ସ୍ମରଣଯୋଗ୍ୟ ଯେ ୧୯୩୬ ମସିହାରେ ମହମ୍ମଦ୍‌ ଅଲ୍ଲୀ ଜିନ୍ନା ମୁମ୍ବାଇର ପାଶ୍‌ ଇଲାକାରେ ଥିବା ମାଲବାରରେ ଏହି ସୌଧ ତିଆରି କରିଥିଲେ। ସେଥିପାଇଁ ସେତେବେଳେ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହା ଅଢେଇ ଏକର ଜାଗାରେ ଉପରେ ଅବସ୍ଥିତ। ଲୋଢା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଚିଠି ଲେଖିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର