ନୂଆଦିଲ୍ଲୀ: ଭାରତୀୟ ବଜାରରେ ଶସ୍ତା ୪ଜି ହ୍ୟାଣ୍ଡସେଟ ପାଇଁ ଦୌଡ଼ ଆରମ୍ଭ ହୋଇଯାଇଛି। ଜିଓଫୋନ୍ ପରେ ଏୟାରଟେଲ ଏକ ଶସ୍ତା ୪ଜି ସ୍ମାର୍ଟଫୋନ୍ ଲଞ୍ଚ କରି ଜିଓକୁ ଟକ୍କର ଦେବା ପାଇଁ ଅଣ୍ଟା ଭିଡିଛି। ତେବେ ସମ୍ପ୍ରତି ଖବର ମିଳିଛି ଯେ, ପ୍ରଥମେ ଅର୍ଡର କରିଥିବା ଗ୍ରାହକଙ୍କୁ .କେବଳ ଜିଓ ଫିଚର ଫୋନ୍ ଦିଆଯିବ। ପ୍ରଥମ ବୁକିଂ ପରେ ପ୍ରି ଅର୍ଡରକୁ ବନ୍ଦ କରି ଦିଆଯାଇଛି। ଶୁଣିବାକୁ ମିଳିଛି କି ଜିଓଫୋନ୍ ଉତ୍ପାଦନ ବନ୍ଦ ରହିଛି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜିଓଫୋନ୍ର ଉତ୍ପାଦନ୍କୁ ବନ୍ଦ କରି ଦିଆଯାଇଛି। କମ୍ପାନି ଏକ ନୂତନ ଆଣ୍ଡ୍ରୋଏଡ ସ୍ମାର୍ଟଫୋନ୍ ଉପରେ କାମ କରୁଛି। KaiOSରେ ଅଧିକ ଆପ୍ ସପୋର୍ଟ କରିପାରିଲା ନାହିଁ। ତେଣୁ ଜିଓଫୋନ୍ରେ ଏକ ବିଶେଷ ଭର୍ସନର ଆପ୍ ପ୍ରସ୍ତୁତ କରାଯାଉଛି। ୪ଜି ଜିଓଫୋନ୍ରେ KaiOS ଦିଆଯାଇଥିଲା। ତେବେ ଜିଓର ନୂତନ ଆଣ୍ଡ୍ରୋଏଡ ଫୋନ୍ ଏୟାରଟେଲ ଓ ଭୋଡାଫୋନ୍କୁ ଚକମା ଦେଇପାରେ ! କାରଣ ଭୋଡାଫୋନ୍ ଓ ଏୟାରଟେଲ କିଛିଦିନ ହେବ ଶସ୍ତା ୪ଜି ଫୋନ୍ ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି।
ଜିଓ ଗୁଗୁଲ ସହିତ ଆଣ୍ଡ୍ରୋଏଡ ଫୋନ୍ ପାଇଁ ଆଲୋଚନା ଜାରି ରଖିଛି, ଖୁବ୍ ଶୀଘ୍ର ବଜାରକୁ ଜିଓର ଶସ୍ତା ୪ଜି ଆଣ୍ଡ୍ରୋଏଡ ସେଟ ଲଞ୍ଚ ହୋଇପାରେ। ବର୍ତ୍ତମାନ କମ୍ପାନି କେବଳ ୬୦ଲକ୍ଷ ପ୍ରି ବୁକିଂ କରିଥିବା ଲୋକଙ୍କୁ ହିଁ ୪ଜି ଜିଓଫୋନ୍ ସେଟ ଉପଲବ୍ଧ କରାଯାଉଛି।