ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ବ୍ୟାଙ୍କମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଏଚଡିଏଫସି। ଜୁଲାଇ ପହିଲାରେ ଏଚଡିଏଫସି ଲିମିଟେଡ୍ ଏଚଡିଏଫ୍ସି ବ୍ୟାଙ୍କ ସହ ମର୍ଜ ହେବା ପରେ ଭ୍ୟାଲୁଏସନ୍ ଆଧାରରେ ଏହା ଦୁନିଆର ଚତୁର୍ଥ ବଡ ବ୍ୟାଙ୍କ ଓ  ଦେଶର ଦ୍ୱିତୀୟ ମୂଲ୍ୟବାନ୍ ଫର୍ମ ଭାବେ ମାନ୍ୟତା ହାସଲ କରିଛି । ଏବେ ଏହାର ମାର୍କେଟ କ୍ୟାପିଟାଲାଇଜେସନ୍ ୧୪.୭ ଲକ୍ଷ କୋଟିରେ ପହଞ୍ଚିଛି ।

Advertisment

ଏହି କ୍ରମରେ ଏଚଡିଏଫସି ବ୍ୟାଙ୍କର ଡେପୁଟି ମ୍ୟାନେଜରଙ୍କ ଅଫର ‌ଲେଟର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଏହି ଲେଟର ଏଚଡିଏଫସି ବ୍ୟାଙ୍କର ଡେପୁଟି ମ୍ୟାନେଜର ନିଜ ପଦରୁ ଇସ୍ତଫା ଦେବା ପରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।

୧୯୭୮ରେ ଏଚଡିଏଫସି ବ୍ୟାଙ୍କରେ ଡେପୁଟି ମ୍ୟାନେଜର ଭାବେ ଦୀପକ ପାରେଖ ଚାକିରୀରେ ଯୋଗ ଦେଇଥିଲେ। ୪୫ବର୍ଷ ଧରି ଚାକିରି କରିବା ପରେ ଦୀପକ ପାରେଖ ୨୦୨୩ ଜୁନ ୩୦ ତାରିଖରେ ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେଇଥିଲେ ।  ଇସ୍ତଫ‌ା ଦେବା ପରେ ୪୫ ବର୍ଷ ପୂର୍ବରୁ ସେ ପାଇଥିବା ଅଫର ଲେଟର ସାମ୍ନାକୁ ଆସିଛି। ଯେଉଁଥିରେ ସେସମୟରେ ତାଙ୍କ ଦରମା କେତେ ଥିଲା ତାହା ଉଲ୍ଲେଖ ରହିଛି।

ଏହି ଅଫର ଲେଟର ମୁତାବକ, ଦୀପକ ପାରେଖ ୧୯୭୮ ଜୁଲାଇ ୧୯ ତାରିଖରେ ଏଚଡିଏଫସି ବ୍ୟାଙ୍କର ଡେପୁଟି ମ୍ୟାନେଜର ଭାବେ ନିଯୁକ୍ତ ପାଇଥିଲେ। ସେତେବେଳେ  ଦୀପକ ପାରେଖଙ୍କ ବେସିକ୍ ସାଲାରି  ମାତ୍ର ୩,୫୦୦ ଏବଂ ୫୦୦ଟଙ୍କା  ଥିଲା ମହଙ୍ଗା ଭତ୍ତା । ଏହା ସହ ୧୫ ପ୍ରତିଶତ ହାଉସିଙ୍ଗ ଆଲାଉନ୍ସ, ୧୦ ପ୍ରତିଶତ ସିସିଏ. ପିଏଫ୍, ଗ୍ରାଚୁଇଟି, ମେଡିକାଲ ବେନିଫିଟ୍, ଟେଲିଫୋନ୍ ଆଲାଉନ୍ସ ଆଦି ରହିଥିଲା ।