ନିକଟରେ ବିଦେଶରେ ଏକ ଷ୍ଟୋର ଖୋଲିଛି, ଯେଉଁଠି ମନଲାଖି ସ୍ୱାମୀ ମିଳନ୍ତି। ଯେତେବେଳେ ମହିଳାମାନେ ସ୍ୱାମୀ ଚୟନ କରିବାକୁ ଯାଆନ୍ତି, ସେମାନଙ୍କୁ ପ୍ରବେଶଦ୍ୱାରରେ ଦିଆଯାଇଥିବା ନିର୍ଦ୍ଦେଶକୁ ପାଳନ କରିବାକୁ ପଡ଼ିଥାଏ।

Advertisment

ପ୍ରବେଶ ଦ୍ବାରରେ ଲେଖାହୋଇଛି: ଆପଣ କେବଳ ଥରେ ହିଁ ଏହି ଦୋକାନକୁ ଯାଇପାରିବେ! ଏଥିରେ ୬ଟି ମହଲା ରହିଛି। ଆପଣ ଏକ ନିର୍ଦ୍ଦିଷ୍ଟ ମହଲାରୁ ଜଣେ ଭଦ୍ରଲୋକଙ୍କୁ ଚୟନ କରିବେ ଅନ୍ୟଥା ପରବର୍ତ୍ତୀ ମହଲାକୁ ଯାଇପାରିବେ। ଚୟନ ପରେ କୋଠାରୁ ସିଧା ବାହାରକୁ ବାହାରିବେ। ଆଉ ପଛକୁ ଫେରିପାରିବେ ନାହିଁ!

ଜଣେ ଭଦ୍ରମହିଳା ମନଲାଖି ସ୍ୱାମୀଙ୍କୁ ଖୋଜିବା ପାଇଁ ଷ୍ଟୋରକୁ ଆସିଲେ।

୧ମ ମହଲା: ଏହି ପୁରୁଷ ମାନଙ୍କ ପାଖରେ ଭଲ ଚାକିରୀଟିଏ ଅଛି।

୨ୟ ମହଲା: ଏହି ପୁରୁଷ ମାନଙ୍କ ପାଖରେ ଭଲ ଚାକିରୀ ଓ ସନ୍ତାନ ଅଛନ୍ତି।

୩ୟ ମହଲା: ଏହି ପୁରୁଷମାନଙ୍କର ସୁନ୍ଦର ଚେହେରା, ଭଲ ଚାକିରୀ ଓ ସନ୍ତାନ ଅଛନ୍ତି।

୪ର୍ଥ ମହଲା: ଏହି ପୁରୁଷମାନଙ୍କ ପାଖରେ ସୁନ୍ଦର ଚେହେରା, ଭଲ ଚାକିରୀ, ସନ୍ତାନ ଓ ଘର କାମରେ ପତ୍ନୀକୁ ସାହାଯ୍ୟ କରିବାର ମନୋବୃତ୍ତି ରହିଛି।
ଏଥର ମହିଳାଙ୍କର ଉତ୍କଣ୍ଠା ଅଧିକ ବଢ଼ିଲା।

୫ମ ମହଲା: ଏହି ପୁରୁଷମାନଙ୍କର ସୁନ୍ଦର ଚେହେରା, ଭଲ ଚାକିରୀ, ସନ୍ତାନ, ଘର କାମରେ ପତ୍ନୀକୁ ସାହାଯ୍ୟ କରିବାର ମନୋବୃତ୍ତି ସହିତ ପତ୍ନୀ ମନର ସବୁ ଇଚ୍ଛାକୁ ପୂରଣ କରିବାର ସାମର୍ଥ୍ୟ ରହିଛି।

ଏହାପରେ ବି ମହିଳା ଜଣକ ଅଟକିଲେ ନାହିଁ। ଆଉ କିଛି ଅଧିକ ପାଇବା ଆଶାରେ ସବା ଉପର ମହଲାକୁ ଗଲେ। ୬ଷ୍ଠ ମହଲାରେ ଲେଖାଥିଲା, ଆପଣ ଏହି ମହଲାର ୭୧,୪୫୬,୦୧୨ତମ ଦର୍ଶକ ଅଟନ୍ତି। ଏହି ମହଲାରେ କୌଣସି ପୁରୁଷ ନାହାନ୍ତି। ଏହି ମହଲାଟି କେବଳ ପ୍ରମାଣ ଭାବରେ ଅଛି ଯେ ତୁମକୁ ଖୁସି କରିବା ଅସମ୍ଭବ। ମନଲାଖି ସ୍ବାମୀ ଷ୍ଟୋରରେ କିଣାକିଣି କରିଥିବାରୁ ଧନ୍ୟବାଦ।