ନୂଆଦିଲ୍ଳୀ: କୁହାଯାଏ ଯୋଡ଼ି ଈଶ୍ବର ବନାଇ ଥାଆନ୍ତି। ଏହି କଥାକୁ ଯୋଦ୍ଧପୁରର ସାକ୍ଷୀ ଏବଂ ରାଜସମନ୍ଦର ଋଷଭ ପ୍ରମାଣିତ କରି ସାରିଛନ୍ତି। ଏହି ଦୁଇ ବର ଓ କନ୍ୟାଙ୍କ ଉଚ୍ଚତା ୩ ଫୁଟ୍ ୭ ଇଞ୍ଚ୍ ପାଖାପାଖି। ସାକ୍ଷୀ ବି.କମ୍, ଏମ୍ବିଏ କରିବା ପରେ ୧୦ମ ପିଲାଙ୍କୁ ଟ୍ୟୁସନ୍ କରନ୍ତି। ସେହିପରି ଋଷଭ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି।
ଏହି ନିଆରା ଦମ୍ପତିଙ୍କ ବିବାହ ଜାନୁଆରି ୨୬ ତାରିଖରେ ଯୋଦ୍ଧପୁରରେ ହୋଇଛି। ବିବାହ ଅବସରରେ ବର-କନ୍ୟାଙ୍କ ପାଇଁ ବୁଲୁଥିବା ମଞ୍ଚ ବା ମୁଭିଂ ଷ୍ଟେଜ୍ ପ୍ରସ୍ତୁତ କରାଯାଇଥିଲା। ମଞ୍ଚରେ ଛିଡ଼ା ହୋଇ ଦୁହେଁ ଦୁହିଁଙ୍କୁ ବରଣମାଳା ପିନ୍ଧାଇଲେ। ଏହି ଅବସରରେ ବିବାହ ଉତ୍ସବରେ ସାମିଲ୍ ହୋଇ ଲୋକେ ନବଦମ୍ପତିଙ୍କୁ ଆଶୀର୍ବାଦ କରିଛନ୍ତି।
ତେବେ ସେମାନଙ୍କ ବିବାହକୁ ନେଇ ସାକ୍ଷୀଙ୍କ ଭାଇ ଦିବ୍ୟ କହିଛନ୍ତି ଯେ ଦୁହିଁଙ୍କ ନିର୍ବନ୍ଧ ଗତବର୍ଷ ହୋଇ ଯାଇଥିଲା। ନିର୍ବନ୍ଧ ପରେ ସେମାନେ ପରସ୍ପରଙ୍କୁ ଭେଟ କରୁଥିଲେ। ଏହି ଦେଖାସାକ୍ଷାତ ଭିତରେ ସେମାନେ ନିଜ ବିବାହକୁ ନିଆରା କରିବାର ଚିନ୍ତା କଲେ। ତାପରେ ସେମାନେ ସୋସିଆଲ୍ ମିଡିଆରେ ‘ମିନି କପଲ୍’ ନାମରେ ଏକ ଆଇଡି ବନାଇ ସେଥିରେ ଦୁହଁଙ୍କ ଫଟୋ ଛାଡ଼ିବାକୁ ଲାଗିଲେ।
ସେ ଦୁହିଁଙ୍କୁ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ବି ଖୁବ ପସନ୍ଦ କରିବାକୁ ଲାଗିଲେ। ଋଷଭଙ୍କୁ ଛୋଟ ବେଳରୁ ହିଁ ନାଚିବାର ସଉକ ଥିଲା। ସେ ନିଜ ବିବାହରେ ସେ ସଉକ ବି ପୂରା କରିଛନ୍ତି। ଭଉୟ ପରିବାର ବିବାହରେ ଖୁବ୍ ଖୁସି ଥିବା ବେଳେ ଉପଭୋଗ କରିଛନ୍ତି।