ଯୋଧପୁର ଭ୍ରମଣରେ ଅଛନ୍ତି ତ , ନିଶ୍ଚିତ ଦେଖନ୍ତୁ ଏହି ସ୍ଥାନ

ରାଜସ୍ଥାନକୁ ଦୁର୍ଗ ଓ ମହଲର ଭୂମି ବୋଲି କୁହାଯାଇଥାଏ । ଏହି ରାଜ୍ୟରେ ବହୁ ପର୍ଯ୍ୟଟନସ୍ଥଳୀ ରହିଛି ଯାହାକୁ ଦେଖିବା ଲାଗି ପ୍ରତି ବର୍ଷ ଏଠାକୁ ଲକ୍ଷଲକ୍ଷ ସଂଖ୍ୟକ ପର୍ଯ୍ୟଟକ ଆସିଥାନ୍ତି। ସେମାନେ ଏଠାକାର ଦୁର୍ଗ ଏବଂ ବିଭିନ୍ନ ରାଜ ମହଲ ଦେଖି ସ୍ତମ୍ଭୀଭୂତ ହୋଇଥାନ୍ତି। ଜୟପୁର ରାଜସ୍ଥରନର ରାଜଧାନୀ । ହେଲେ ଏହାର ଏକ ପ୍ରମୁଖ ସହର ହେଲା ଯୋଧପୁର।ଏହି ରାଜ୍ୟର ଅନ୍ୟ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେଉଛି ଯୋଧପୁର । ଏହି ସହରରେ କେତେକ ଦେଖିବା ଭଳି ସ୍ଥାନ ଅଛି ହେଲେ ଏହାର ନିକଟରେ ଅଛି କେତୋଟି ସ୍ଥଳ ଯାହାକୁ ଦେଖିବାକୁ ଭୁଲନ୍ତୁ ନାହିଁ। ଆସନ୍ତୁ ଜାଣିବା ଏହି ସହରର ଏଭଳି କେତେକ ଦର୍ଶନୀୟ ସ୍ଥଳୀ ସଂପର୍କରେ …

ମଣ୍ଡୋର: ଏହା ଯୋଧପୁର ସହରଠାରୁ ପ୍ରାୟ ଆଠ କିଲୋମିଟର ଦୂରରେ ଥିବା ଏକ ଛୋଟ ପାହାଡିଆ ନଦୀ ନାଗରଦ୍ରି ତଟରେ ଅବସ୍ଥିତ । ମଣ୍ଡୋରର ପ୍ରାଚୀନ ନାମ ହେଲା ମାଡବ୍ୟପୁର ଥିଲା । ଏହା ୧୪୫୯ରେ ରାଠୌଡିର ରାଜଧାନୀ ରୂପେ ବେଶ୍‌ ବିଖ୍ୟାତ ଥିଲା । ଏଠାରେ ରାଜ ପରିବାରର ଶବ ସଂସ୍କାର କରାଯାଉଥିଲା । ମଣ୍ଡୋରରେ ରାଜସ୍ଥାନୀ ସଂସ୍କୃତିର ସାକ୍ଷାତକାର ହୋଇଥାଏ । ଏଠାରେ ୮୨ ଏକର ଜମି ଉପରେ ଏକ ମନୋରମ ଉଦ୍ୟାନ ରହିଛି, ଯାହା ଏଠାକାର ଶୋଭାକୁ ବହୁଗୁଣିତ କରିଛି । ଏହି ଉଦ୍ୟାନରେ ଏକ ସଂଗ୍ରହାଳୟ ମଧ୍ୟ ରହିଛି । ଏଠାରେ ଥିବା ମାରଓ୍ଵାଡି ସ୍ଥାପତ୍ୟ କଳା ଓ ରାଗ ରାଗିଣୀ ଉପରେ ଆଧାରିତ ଚିତ୍ରକଳା ମଧ୍ୟ ପର୍ଯ୍ୟଟକଙ୍କୁ ପ୍ରଲୁବ୍ଧ କରିଥାଏ । ସେଠାରେ ଇକ୍‌ଥମ୍ବା ମହଲ ନାମକ ଏକ ମୀନାର ଅଛି, ଯାହା ତିନି ମହଲା ବିଶିଷ୍ଟ । ଏହାର ନିର୍ମାଣ କରିଥିଲେ ମହାରାଜା ଅଜିତ ସିଂହ । ମଣ୍ଡୋରରେ ଏକ ମନ୍ଦିର ମଧ୍ୟ ଅଛି, ଯାହାର ବସ୍ତୁକଳା ମଧ୍ୟ ଅନେକଙ୍କୁ ବିସ୍ମିତ କରିଥାଏ । ଏଠାରେ ଭଗବାନ ବିଷ୍ଣୁ ଓ ଶିବଙ୍କର ପୂଜା ହୋଇଥାଏ ।

photo-.tourmyindia.com

ଜସବନ୍ତ ଥଡା: ଜସବନ୍ତ ଥଡା ହେଉଛି ରାଜା ଜସବସ୍ତ ସିଂ ( ଦ୍ୱିତୀୟ )ଙ୍କ ସ୍ମୃତି ରେ ନିର୍ମିତ ଏକ ସ୍ଥୁଳର ଭବନ । ଏହାକୁ ୧୮୯୯ରେ ରାଜା ଜସବନ୍ତ ସିଂଙ୍କ ସୁପୁତ୍ର ସରଦାର ସିଂହ ମାର୍ବଲ ପଥରରେ ନିର୍ମାଣ କରିଥିଲେ । ଏହାକୁ ଏକ ମନ୍ଦିର ଶୈଳୀରେ ନିର୍ମାଣ କରାଯାଇଛି । ମହାରାଜା ଜସବନ୍ତ ସିଂ ଅତ୍ୟନ୍ତ ଦୟାଳୁ ଓ ଦେବତା ଭଳି ମାନବ ଥିବା କାରଣରୁ ତାଙ୍କୁ ଯୋଧପୁରବାସୀ ପୂଜା କରୁଥିଲେ । ଏହି ଭବନର ସୌନ୍ଦର୍ଯ୍ୟ ପୂର୍ଣ୍ଣିମା ରାତ୍ରିରେ ବହୁଗୁଣିତ ହୋଇଥାଏ ।

କାୟଲାନା: ଯୋଧପୁର ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ଦର୍ଶନୀୟ ସ୍ଥଳରେ ଏକ ପ୍ରମୁଖ ହ୍ରଦ ବି ଅର୍ନ୍ତଭୁକ୍ତ । ଏହା ହେଉଛି ‘କାୟଲାନା ହ୍ରଦ’ । ଏହା ଯୋଧପୁର ସହର ଠାରୁ ମାତ୍ର ଆଠ କିଲୋମିଟର ଦୂରରେ ସୁର ସାଗର ରୋଡରେ ଅବସ୍ଥିତ । ଚତୁର୍ଦ୍ଦଶୀ ପାହାଡ ପର୍ବତରେ ଘେରା ହୋଇଥିବା କାୟଲାନା ହ୍ରଦ ପର୍ଯ୍ୟଟକମାନଙ୍କୁ ଖୁବ୍‌ ଆକର୍ଷିତ କରିଥାଏ ।

ସମ୍ବନ୍ଧିତ ଖବର