ବ୍ରେନ କ୍ୟାନ୍ସର ଭାଙ୍ଗିଦେଇଥିଲା ଜୋ ବିଡେନଙ୍କ ସ୍ୱପ୍ନ

ନ୍ୟୁୟର୍କ: ବିଶ୍ୱର ସର୍ବଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ତାଙ୍କ ପୁଅ ହେବ, କିଛି ଏମିତି ସ୍ବପ୍ନ ଦେଖିଥିଲେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଜୋ ବିଡେନ | କିନ୍ତୁ ଏମିତି ଏକ ରୋଗ ତାଙ୍କ ପୁଅଙ୍କୁ ଗ୍ରାସ କରିଥିଲା ଯେ, ଶେଷରେ ପୁଅଙ୍କୁ ତାଙ୍କ ପାଖରୁ ଛଡାଇନେଇଥିଲା | ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ବିଜୟ ଆଡକୁ ମୁହାଉଁଥିବା ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବିଡେନଙ୍କ ବାବଦରେ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ ଯାହାକି ବିଶ୍ୱାସ ନ ହେଲେ ବି ଅଦମ୍ୟ ସତ | ଜୋ ବିଡେନ ପୂର୍ବରୁ ଦୁଇଥର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। କିନ୍ତୁ ଦିନେ ଏମିତି ଏକ ସମୟ ଥିଲା ଯେତେବେଳେ ବିଡେନ ଚାହୁଁଥିଲେ ଯେ ତାଙ୍କ ବଡ ପୁଅ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ।

ଜୋ ବିଡେନଙ୍କର ଦୁଇଜଣ ପୁଅ ଥିବାବେଳେ ବଡ ପୁଅ ଥିଲେ ଜୋସେଫ ବୁଏ ବିଡେନ | ୨୦୧୫ ରେ, ଜୋସେଫଙ୍କର ମସ୍ତିଷ୍କ କର୍କଟରେ ମୃତ୍ୟୁ ହୋଇଥିଲା । ଆଉ ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା। ଜୋସେଫ ନିଜ ବାପାଙ୍କୁ ଅନୁସରଣ କରି ରାଜନୀତିରେ ନିଜର କ୍ୟାରିୟର କରିଥିଲେ। ସେ ୨୦୦୭ ରୁ ୨୦୧୫ ପର୍ଯ୍ୟନ୍ତ ଆମେରିକାର ଷ୍ଟେଟ ଅଫ ଡେଲାୱେରର ୪୪ ତମ ଆଟର୍ଣ୍ଣି ଜେନେରାଲ୍ ଥିଲେ। ଜୋ ବିଡେନ ସର୍ବଦା ଚାହୁଁଥିଲେ ଯେ ତାଙ୍କ ବଡ ପୁଅ ଆମେରିକାର ରାଷ୍ଟ୍ରପତି ଭାବରେ ପ୍ରତିଦ୍ବନ୍ଦିତା କରନ୍ତୁ।

photo-usa today

ବିଡେନ ତାଙ୍କ ପୁଅ ବିଷୟରେ କହିଥିଲେ ଯେ ‘ମୁଁ ସବୁବେଳେ ଭାବୁଥିଲି ମୋ ପୁଅ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରନ୍ତା ଏବଂ ନିର୍ବାଚନରେ ଜିତି ରାଷ୍ଟ୍ରପତି ହୋଇପାରନ୍ତା ‘ | ସୂଚନା ଥାଉ କି ଜୋସେଫ ବୁ ୨୦୦୮ ଏବଂ ୨୦୧୨ ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ମଧ୍ୟ ରହିଥିଲେ । କିନ୍ତୁ ୨୦୧୫ ରେ, ମସ୍ତିଷ୍କ କର୍କଟ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର

Comments are closed.