୧୯୦ ବର୍ଷରେ ଜୋନାଥନ୍

ସ୍ଥଳଭାଗରେ ରହୁଥିବା ସବୁଠାରୁ ବୟସ୍କ ଜୀବନ୍ତ ପଶୁ ‘ଜୋନାଥନ୍’ ଆଉ ଏକ ଗିନିସ୍ ବିଶ୍ବ ରେକର୍ଡ ହାସଲ କରିଛି। ନିକଟରେ ଏହି କଇଁଛଟି ୧୯୦ ତମ ଜନ୍ମ ଦିନ ପାଳନ କରିବା ପରେ ଏହା ସର୍ବକାଳୀନ ବୟସ୍କ କଇଁଛର ମାନ୍ୟତା ହାସଲ କରିଛି। ଏହା ପୂର୍ବରୁ ‘ଟୁଇ ମାଲିଲା’ ନାମକ ଏକ କଇଁଛ ଅନ୍ୟୂନ ୧୮୮ ବର୍ଷ ବଞ୍ଚି ଏହି ରେକର୍ଡ ଧାରଣ କରିଥିଲା। ତେବେ ଟୁଇ ମାଲିଲା ୧୯୬୫ରେ ମୃତ୍ୟୁବରଣ କରିଥିଲା। ଜୋନାଥନ ଏବେ ଅନ୍ଧ ହୋଇସାରିଥିବା ବେଳେ ସେ ସ୍ବାଦ ବାରିବାରେ ମଧ୍ୟ ଅକ୍ଷମ। ତେବେ ତା’ର ଶ୍ରବଣ ଶକ୍ତି ଅକ୍ଷୁଣ୍ଣ ରହିଥିବାରୁ ପଶୁଡାକ୍ତରଙ୍କ ତତ୍ତ୍ବାବଧାନରେ ସେ ସୁସ୍ଥ ଜୀବନ କାଟୁଛି। ଏକ ଆକଳନ ଅନୁଯାୟୀ ଜୋନାଥନ ୧୮୩୨ ମସିହାରେ ଜନ୍ମ ହୋଇଥିଲା। ଏହା ‘ସେସେଲ୍‌ସ ଜାଏଣ୍ଟ ଟର୍ଟଏଜ୍’ ଜାତିର ଏକ ପୁରୁଷ କଇଁଛ। ପ୍ରାୟ ୫୦ ବର୍ଷର ହୋଇଥିବା ବେଳେ ତାକୁ ଆଣି ସେଣ୍ଟ ହେଲେନା ଦ୍ବୀପର ଗଭର୍ନର୍‌ଙ୍କ ସରକାରୀ ବାସଭବନରେ ରଖାଯାଇଥିଲା। ସେବେଠାରୁ ଜୋନାଥନ୍‌ ସେଠାରେ ରହିଆସୁଛି। ଏହି କଇଁଛଟି ମାନବ ସଭ୍ୟତାର ଅନେକ ମାଇଲଖୁଣ୍ଡ ସ୍ଥାପନ ଯଥା: ପ୍ରଥମ ଚିତ୍ର ଉତ୍ତୋଳନ, ପ୍ରଥମ ଟେଲିଫୋନ୍ କଲ୍, ପ୍ରଥମ ବିଜୁଳିବତି ଉଦ୍ଭାବନ, ଚନ୍ଦ୍ରରେ ମଣିଷର ପ୍ରଥମ ପାଦ ଆଦି ସମୟରେ ଜୀବିତ ଥିଲା!

ସମ୍ବନ୍ଧିତ ଖବର