ଫାଶୀଦଣ୍ଡ ଶୁଣାଇବା ପରେ ବିଚାରପତି  କଲମର ମୁନ ଭାଙ୍ଗିଦିଅନ୍ତିି । କାରଣ ଜାଣନ୍ତୁ…

ଭାରତୀୟ ଆଇନରେ ସବୁଠାରୁ ବଡ଼ ଦଣ୍ଡ ହେଉଛି ଫାଶୀ ଦଣ୍ଡ । ସବୁଠାରୁ ବଡ଼ ଅପରାଧ କରିଥିବା  ବ୍ୟକ୍ତିଙ୍କୁ ଏହି ଦଣ୍ଡ ଦିଆ ଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଫାଶୀ ଦଣ୍ଡ ଶୁଣାଇବା ପରେ ବିଚାରପତି କଲମର ମୁନ ଭାଙ୍ଗି ଦିଅନ୍ତି? ଅନେକ ସିନେମାରେ ଏହି ଦୃଶ୍ୟ ଆପଣ ଦେଖିଥିବେ।  ତେବେ ବିଚାରପତି ଫାଶୀଦଣ୍ଡାଦେଶ ପରେ ଏପରି କ’ଣ ପାଇଁ କରନ୍ତି ତାହା ଜାଣିଛନ୍ତି କି?

ପ୍ରଚଳିତ ପରମ୍ପରା ଅନୁଯାୟୀ, ଜଣେ ବଡ଼ ଅପରାଧୀକୁ ଫାଶୀ ଦଣ୍ଡ ଶୁଣାଇବା ପରେ ପୁଣି ଥରେ ଏପରି ବଡ଼ ଅପରାଧ ନ ହେଉ, ଏହା ଚିନ୍ତାକରି ବିଚାରପତି କଲମର ମୁନ ଭାଙ୍ଗି ଦିଅନ୍ତି । ଏହି ଦଣ୍ଡ ଶୁଣାଇବା ପରେ ଜଣେ ମଣିଷର ଜୀବନ ଶେଷ ହୋଇ ଯାଇଥାଏ । ଯେପରି ଆଗକୁ ସେ କଲମରେ ଏଭଳି କିଛି ଦଣ୍ଡ ନ ଲେଖାଯାଉ, ସେଥି ପାଇଁ କଲମର ମୁନକୁ ମଧ୍ୟ ଭାଙ୍ଗି ଦିଆଯାଏ । ଏହା ମଧ୍ୟ କୁହାଯାଏ କି ଯଦି ବିଚାରପତି ଫାଶୀ ଦଣ୍ଡ ଶୁଣାଇବା ପରେ କଲମକୁ ଭାଙ୍ଗି ଦେଇଥିବେ, ତେବେ ସେ ନିଷ୍ପତ୍ତିକୁ ପରବର୍ତ୍ତୀ ସମୟରେ ଚେଷ୍ଟା କରି ମଧ୍ୟ ବଦଳାଇ ଦିଆ ଯାଇ ପାରେ ନାହିଁ ।

ସମ୍ବନ୍ଧିତ ଖବର