ନୂଆଦିଲ୍ଲୀ: ଭାରତର ଲୋକଙ୍କ ଭିତରେ ଅନେକ ପ୍ରକାର ପ୍ରତିଭା ଭରି ରହିଛି। ଏହି ପ୍ରତିଭାକୁ ଆପଣାଇ ଲୋକେ ବିଭିନ୍ନ ପ୍ରକାର ଜୁଗାଡ଼ ତିଆରି କରିଥାଆନ୍ତି। ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଜୁଗାଡ଼ ଦେଖିବାକୁ ମିଳିଛି। ଏମିତି କିଛି ଜୁଗାଡ଼କୁ ନେଇ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ବି ପ୍ରଭାବିତ ହୋଇ ଟୁଇଟ କରି ପ୍ରଶଂସା କରିଛନ୍ତି।।
ସାଧାରଣତଃ ଚାରିଚକିଆ ଗାଡ଼ି କହିଲେ ମନରେ କାର ହିଁ ସାମ୍ନାକୁ ଆସିଥାଏ। କିନ୍ତୁ ନିକଟରେ ଏମିତି ଏକ ଜୁଗାଡ଼ ଚାରି ଚକିଆଗାଡ଼ିର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି, ଯାହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହେବା ସହିତ ବିଭିନ୍ନ ପ୍ରକାର ପ୍ରଶ୍ନ କରିଛନ୍ତି।
View this post on Instagram
ଚାରି ଚକିଆ ପଲସର ଗାଡ଼ିକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରଶ୍ନ କରିଛନ୍ତି କି, ଭାଇ ତୁମେ ଏହି ବିଚିତ୍ର ଗାଡ଼ି କେଉଁଠୁ ପାଇଲ? ଏହି ଗାଡ଼ି ଉପରକୁ ତୁମେ ଚଢ଼ୁଛ କେମିତି, ଓହ୍ଲାଉଛ କେମିତି? ଏମିତି ଗାଡ଼ି ଚଢ଼ିବାର ଲାଭ କ’ଣ? ପେଟ୍ରୋଲ ତ ସେତିକି ହିଁ ଖର୍ଚ୍ଚ ହେବ।
ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ବି ବିଭିନ୍ନ ପ୍ରକାର ବିଚିତ୍ର ଜୁଗାଡ଼ ଗାଡ଼ିର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। କିଛି ଲୋକ ତ ଅଦରକାରୀ ଜିନିଷକୁ ବ୍ୟବହାରକରି ସୁନ୍ଦରସୁନ୍ଦର ଜୁଗାଡ଼ ଗାଡ଼ି ପ୍ରସ୍ତୁତ କରିଥାଆନ୍ତି।