ଏହି ଗ୍ରହକୁ ସୌରମଣ୍ଡଳର ‘ଭ୍ୟାକୁମ କ୍ଲିନର’ କୁହାଯାଏ, କାହିଁକି ଜାଣନ୍ତୁ ?

ନୂଆଦିଲ୍ଲୀ: ସୌରମଣ୍ଡଳର ଥିବା ଗ୍ରହମାନଙ୍କ ବାବଦରୁ ଆପଣ ବୃହସ୍ପତି ଗ୍ରହ ବାବଦରେ ଅଳ୍ପ ବହୁତେ ଜାଣିଥିବେ | ଭାରତରେ ଏହି ଗ୍ରହକୁ ‘ଗୁରୁ’ ନାମରେ ସମସ୍ତେ ଜାଣିଥିବାବେଳେ ଇଂରାଜୀରେ ଏହାକୁ ‘ଜୁପିଟର’ ବୋଲି କୁହାଯାଏ | ପ୍ରକୃତରେ, ରୋମାନ୍ ସଭ୍ୟତାର ପୌରାଣିକ ଦେବତାଙ୍କ ନାମ ଅନୁସାରେ ଏହି ଗ୍ରହର ନାମ ‘ଜୁପିଟର’ ରଖାଯାଇଥିଲା | ତେବେ ଏହି ଗ୍ରହ ବିଷୟରେ ଏମିତି ଅନେକ ରୋଚକ ଜିନିଷ ଅଛି, ଯାହା ବିଷୟରେ ବହୁତ କମ୍ ଲୋକ ଜାଣନ୍ତି |

ବୃହସ୍ପତି ଗ୍ରହରେ ଗୋଟିଏ ଦିନ ମାତ୍ର ନଅ ଘଣ୍ଟା ୫୫ ମିନିଟ୍ ଥିବାବେଳେ ପୃଥିବୀରେ ଗୋଟିଏ ଦିନ ୨୪ ଘଣ୍ଟା ହୋଇଥାଏ | ସେହିପରି ପୃଥିବୀର ୧୧.୯ ବର୍ଷରେ ବୃହସ୍ପତି ଗ୍ରହର ମାତ୍ର ଗୋଟିଏ ବର୍ଷ ହୋଇଥାଏ | ବଡ କଥା ଯେ ବୃହସ୍ପତି ଗ୍ରହରେ କୌଣସି ପୃଷ୍ଠଭୂମି ନାହିଁ | ଏହି ଗ୍ରହରେ ମୁଖ୍ୟତଃ ହାଇଡ୍ରୋଜେନ ଗ୍ୟାସ ଭର୍ତ୍ତି ହୋଇ ରହିଥିବାବେଳେ ଆମୋନିୟମ୍ ହାଇଡ୍ରୋସଲଫାଇଡ୍ ର ମେଘ ଦ୍ୱାରା ସର୍ବଦା ଆବୃତ ହୋଇରହିଥାଏ | ସେଥିପାଇଁ ଏହି ଗ୍ରହରେ ମଣିଷ ବଞ୍ଚିବା ଅସମ୍ଭବ ବୋଲି ବୈଜ୍ଞାନିକ କୁହନ୍ତି ।

ସେହିପରି ବୃହସ୍ପତି ଗ୍ରହକୁ ସୌର ମଣ୍ଡଳର ‘ଭ୍ୟାକୁମ କ୍ଲିନର’ ବୋଲି ମଧ୍ୟ କୁହାଯାଏ | ବାସ୍ତବରେ, ଏହାର ନିଜର ଏକ ଶକ୍ତିଶାଳୀ ମାଧ୍ୟାକର୍ଷଣ ଶକ୍ତି ଅଛି, ଯାହା ସାହାଯ୍ୟରେ ଏହା ସୌର ମଣ୍ଡଳୀକୁ ଆସୁଥିବା ଉଲକା ପିଣ୍ଡକୁ ନିଜ ଆଡକୁ ଟାଣିନେଇଥାଏ | ଯଦି ଏହି ଶକ୍ତି ନଥାନ୍ତା ତେବେ ପୃଥିବୀ କିମ୍ବା ଅନ୍ୟାନ୍ୟ ଗ୍ରହ ସହିତ ଉଲକା ଧକ୍କା ହୋଇ ବ୍ୟାପକ ଧ୍ୱଂସ ଘଟାଇଥାନ୍ତା |

ସମ୍ବନ୍ଧିତ ଖବର