ଦକ୍ଷିଣ ଇ˚ଲଣ୍ତ୍ ଅନ୍ତର୍ଗତ ‘ଜୁରାସିକ୍ କୋଷ୍ଟ୍’ ବା ‘ଜୁରାସିକ୍ ସମୁଦ୍ର ତଟ’କୁ ୨୦୦୧ରେ ବିଶ୍ବ ଐତିହ୍ୟ ତାଲିକା ଅନ୍ତର୍ଭୁକ୍ତ କରାଯାଇଥିଲା। ଏହାର ଲମ୍ବ ଶହେ ଚଉବନ କିଲୋମିଟର୍। ପୂର୍ବ ଡେଭନ୍ର ଏକ୍ସମାଉଥ୍ଠାରୁ ଏହା ଡର୍ସେଟ୍ର ଷ୍ଟଡ୍ଲାଣ୍ତ୍ ବେ ପର୍ଯ୍ୟନ୍ତ ବ୍ୟାପିଛି। ଏହାର ଭୂତାତ୍ତ୍ବିକ ଇତିହାସ ଅନ୍ୟୂନ ୧୮.୫ କୋଟି ବର୍ଷ ପୁରୁଣା। ଏହି ଅଞ୍ଚଳ ପ୍ରାଚୀନ ବୃକ୍ଷ-ଲତା ଓ ପ୍ରାଣୀଙ୍କର ଜୀବାଶ୍ମରେ ଭରପୂର। ଏଠାରେ ଏକ ଜୀବାଶ୍ମ ଜଙ୍ଗଲ ରହିଛି। ଏଠାରେ ଏକସ୍ତରି ପ୍ରକାରର ପଥର ଦେଖାଯାଏ। ଜୀବାଶ୍ମ ବିଶେଷଜ୍ଞ ମେରି ଆନି˚ ଏଠାରେ ଅନେକ ସାମୁଦ୍ରିକ ସରୀସୃପଙ୍କ ଜୀବାଶ୍ମ ଆବିଷ୍କାର କରିଥିଲେ। ଟ୍ରାୟାସିକ୍ ଯୁଗରେ ଏହି ଅଞ୍ଚଳ ମରୁଭୂମି ଥିଲା, ଜୁରାସିକ୍ ଯୁଗରେ ବିଷୁବ ମଣ୍ତଳୀୟ ସମୁଦ୍ର ଏବ˚ କ୍ରିଟେସିଅସ୍ ଯୁଗରେ ଜଳାଭୂଇଁ ପରିପୂର୍ଣ୍ଣ ଥିଲା। ଦ୍ବିତୀୟ ବିଶ୍ବ ଯୁଦ୍ଧ କାଳରେ ସମଗ୍ର ଜୁରାସିକ୍ ସମୁଦ୍ର ତଟକୁ ପ୍ରତିରକ୍ଷା ବିଭାଗୀୟ ଅଞ୍ଚଳ ଘୋଷିତ କରାଯାଇଥିଲା। କେତେକ ଜନବସତି ଖାଲିକରାଯାଇଥିଲା। ସେନ୍ଟ ଆଲବାନ୍ସ ହେଡ୍, ଡର୍ଡଲ୍ ଡୋର୍, ଲୁଲ୍ଵର୍ଥ୍ କୋଭ୍, ଲାଇମି ଜିସ୍, ଓର୍କୋମ୍ବ୍ ପଏଣ୍ଟ୍ ଆଦି ଏହି ଅଞ୍ଚଳର ମୁଖ୍ୟ ପର୍ଯ୍ୟଟନ ଆକର୍ଷଣ। ଜୁରାସିକ୍ ତଟ ଏକ ବିପଦପୂର୍ଣ୍ଣ ଅଞ୍ଚଳ। ମୃତ୍ତିକା କ୍ଷୟ ଯୋଗୁଁ ନିୟମିତ ଅତଡ଼ା ଖସେ। ନିୟମିତ ଝଡ଼-ବାତ୍ୟା ମଧ୍ୟ ହୁଏ। ତେଣୁ, ଜନବସତି ସ˚ଖ୍ୟା କମ୍।