ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା ଆପଣ କାର୍ଟୁନ୍ ଏବଂ ଚଳଚ୍ଚିତ୍ରରେ ସ୍ପାଇଡର୍-ମ୍ୟାନ୍ ଦେଖିଥିବେ । କିନ୍ତୁ ଯଦି ସ୍ପାଇଡର୍-ମ୍ୟାନ୍ ପ୍ରକୃତରେ ଆପଣଙ୍କ ସାମ୍ନାରେ ଆସେ ତେବେ କଣ ହେବ? ନିକଟରେ ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି। ଯିଏକି ସ୍ପାଇଡର ମ୍ୟାନ ଭଳି ଅତି ସହଜରେ କୋଠା ଉପରକୁ ଚଢ଼ି ଯାଉଛନ୍ତି। ଏହି ବ୍ୟକ୍ତି ଜଣକ ଅଗ୍ନିଶମ ବିଭାଗର ଜଣେ କର୍ମଚାରୀ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଯିଏ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। ଏହି ଭିଡିଓରେ ଜାର୍ଜ ନାମକ ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି। ଏହି ବ୍ୟକ୍ତି ଜଣକ ବୁଲଗାରିଆର ବାସିନ୍ଦା ଥିବା ବେଳେ ଅଗ୍ନିଶମ ବିଭାଗରେ କାମ କରନ୍ତି। ଏହି ବ୍ୟକ୍ତି ଜଣକ ହାତରେ ଏକ ଶିଡ଼ି ଧରି ତିନି ମହଲା କୋଠା ଆଡକୁ ଆଖି ପିଛୁଳାକେ ଚଢ଼ି ଯାଉଛନ୍ତି। ଇଣ୍ଟରନେଟରେ ଲୋକମାନେ ଏହି ବ୍ୟକ୍ତିଙ୍କୁ 'ସ୍ପାଇଡର୍-ମ୍ୟାନ୍' ବୋଲି କହୁଛନ୍ତି।
ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓକୁ ୫୦ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି। ସୋସିଆଲ ମିଡିଆରେ ଜାର୍ଜଙ୍କ ଏଭଳି କାମକୁ ଦେଖି ଲୋକମାନେ ବହୁତ ପ୍ରଶଂସା କରୁଛନ୍ତି। ଏହି ଭିଡିଓ ଦେଖିବା ପରେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, 'ପ୍ରକୃତରେ ଏହି ବ୍ୟକ୍ତି' ସ୍ପାଇଡର୍-ମ୍ୟାନ୍ 'ଭୂମିକାରେ ଅଭିନୟ କରିବା ଉଚିତ୍ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Untitled-2-copy-11.jpg)
