ନାୟକ ଜ୍ୟୋତିଙ୍କୁ ଖୁବ୍ ଶୀଘ୍ର ଆଉ ଏକ ଓଡ଼ିଆ ଛବିରେ ଦେଖିବାକୁ ପାଇବେ ଦର୍ଶକ। ଏହାର ଶୀର୍ଷକ ହେଲା ‘ମୋଟର ସାଇକେଲ୍’। କାହାଣୀ ଅନୁଯାୟୀ, ନାୟକଙ୍କୁ ବାହାଘରରେ ଯୌତୁକ ସ୍ବରୂପ ଏକ ମୋଟର ସାଇକେଲ୍ ମିଳେ। ଏହି ମୋଟର ସାଇକେଲ୍ ସକାଶେ ତାଙ୍କ ଜୀବନରେ କ’ଣ ସବୁ ଘଟୁଛି, ତାହା ଦେଖିବାକୁ ମିଳିବ ଏହି ସିନେମାରେ। ଅମିତ କୁମାର ଦାଶ ଓ ପ୍ରଣବ ପ୍ରସନ୍ନ ରଥ ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଉଛନ୍ତି ଅଶ୍ବିନ ତ୍ରିପାଠୀ। ‘ସୀତା’, ‘ଡଟପେନ୍’ ଓ ‘ଡେଲିଭରି ବୟ’ ଫେମ୍ ଅଶ୍ବିନଙ୍କ ସହ ଜ୍ୟୋତିଙ୍କର ଏହା ଦ୍ବିତୀୟ ସିନେମା। ପୂର୍ବରୁ ଦୁହେଁ ‘ଡଟପେନ୍’ରେ ଏକାଠି କାମ କରିଥିଲେ।

Advertisment

ନାୟକ ଜ୍ୟୋତିଙ୍କୁ ବାହାଘରରେ ଯୌତୁକ ସ୍ବରୂପ ଏକ ମୋଟର ସାଇକେଲ୍ ମିଳେ। ଏହି ମୋଟର ସାଇକେଲ୍ ସକାଶେ ତାଙ୍କ ଜୀବନରେ କ’ଣ ସବୁ ଘଟୁଛି, ତାହା ଦେଖିବାକୁ ମିଳିବ ଏହି ସିନେମାରେ।

ସୂଚନାଯୋଗ୍ୟ, ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ‘ମିଠାମିଠା’ ଫିଲ୍ମରୁ ଜ୍ୟୋତି କ୍ୟାରିଅର୍ ଆରମ୍ଭ କରିଥିଲେ। ତାଙ୍କ ଅଭିନୀତ ଅନ୍ୟ ଫିଲ୍ମଗୁଡ଼ିକ ହେଲା ‘ଦେଲେ ଧରା କଥା ସରେ’, ‘ନିଝୁମ୍ ରାତିର ସାଥୀ’, ‘ଦିଲ ବୋଲେ ଓଲେଓଲେ’, ‘ପ୍ୟାର୍ ଅଲଗା ପ୍ରକାର’, ‘ହାପି ଲକି’, ‘ସୁପରବୟ’,  ‘ମନ ମୋ ନେଇଗଲୁରେ’, ‘ସାଥୀ ତୁ ଫେରିଆ’, ‘ତୁ ମୋ ସୁନା ଚଢ଼େଇ’, ‘ଦିଲକା ରାଜା’ ଓ ‘ଆଉ ଗୋଟେ ଲଭଷ୍ଟୋରି’ ଇତ୍ୟାଦି।