ନଡ଼ିଆରୁ କତା ଛଡ଼ାଇବା ମେସିନ ତିଆରି କରି ପାଇଲେ ୨୫ ଲକ୍ଷ ଟଙ୍କାର ଅନୁଦାନ

ଥ୍ରୀସୁର: ନଡ଼ିଆରୁ କତା ସହଜରେ ଛଡ଼ାଇବା ପାଇଁ ମେସିନ ତିଆରି କଲେ, ଆଉ ୨୫ ଲକ୍ଷ ଟଙ୍କାର ପ୍ରୋତ୍ସାହନମୂଳକ ଅନୁଦାନ ପାଇଲେ | ଆଜି ଆମେ ଏମିତି ଜଣେ ଉଦ୍ଭାବକଙ୍କ କାହାଣୀ କହିବୁ ଯିଏ କି ନିଜ ସ୍ୱଳ୍ପ ବୁଦ୍ଧିରୁ ଏମିତି ଯନ୍ତ୍ରଟିଏ ନିର୍ମାଣ କରିଛନ୍ତି, ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି | କେରଳ ଥ୍ରୀସୁରର କଂଜନୀ ଗାଁରେ ରୁହନ୍ତି କେ.ସି ସିଜୋୟ | ସିଜୋୟ ଟୁଲ ଆଣ୍ଡ ଡ଼ାଈ ମେକିଙ୍ଗ କୋର୍ସ କରି ସାଉଦି ଆରବ ଚାଲିଯାଇଥିଲେ | ସେଠାରେ କିଛି ବର୍ଷ କାମ କରିବା ପରେ ସେ ୨୦୦୫ରେ ଭାରତ ଫେରିଆସିଥିଲେ | ଆଉ ଏହି ସମୟରେ ସେ ପଇଡରୁ କତା ଛଡ଼ାଇବାରେ ଅସୁବିଧା ହେଉଥିବାର ଦେଖିବାକୁ ପାଇଥିଲେ |

ପାରମ୍ପରିକ ପଦ୍ଧତିରେ ଲୋକମାନେ ପଇଡରୁ କତା ଛଡ଼ାଇବା ଦେଖି ସେ ଭାବିଥିଲେ ଯେ ଏହା ଦ୍ୱାରା ଅଧିକ ସମୟ ନଷ୍ଟ ହେଉଛି ଓ ଜଣେ ନଡ଼ିଆ ଚାଷୀ କାମ ଲାଭ ପାଉଛନ୍ତି | ଏହା ପରେ ସିଜୋୟ ପାଖାପାଖି ୧୦ ବର୍ଷ ଧରି ଗବେଷଣା କରିଥିଲେ | ଆଉ ଏହା ପରେ ଏକ ମେସିନ ନିର୍ମାଣ କରିଥିଲେ | ଯାହାକି ମାତ୍ର ୪୦ ସେକେଣ୍ଡରେ ପଇଡ଼ରୁ କତା ଛଡ଼ାଇବାକୁ ସକ୍ଷମ ହେଲା |

୨୦୧୭ ମସିହାରେ ସିଜୋୟ ଏହି ମେସିନର ବ୍ରାଣ୍ଡିଙ୍ଗ କରାଇଥିଲେ | କୁକୋସ ଇଣ୍ଡଷ୍ଟ୍ରିଜ ନାମରେ ନିଜ ମେସିନର ବ୍ରାଣ୍ଡିଙ୍ଗ କରାଇବା ପରେ ତାଙ୍କୁ ଯୁବ ବିଜ୍ଞାନୀ ଭାବରେ କେରଳ କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ସହାୟତା ମିଳିଥିଲା | ୨୦୨୧ ରେ ସିଜୋୟଙ୍କ କମ୍ପାନୀକୁ ଭାରତର ପ୍ରମୁଖ ତିନିଟି ଉଦ୍ୟମି କମ୍ପାନୀ ଭାବରେ ମନୋନୀତ କରାଯାଇଥିଲା | ଆଉ ଭାରତ ସରକାରଙ୍କ ପକ୍ଷରୁ ୨୫ ଲକ୍ଷ ଟଙ୍କାର ସହାୟତା ମିଳିଛି |

ସମ୍ବନ୍ଧିତ ଖବର