ବିଶ୍ବରେ ଚର୍ଚ୍ଚିତ ହେଲାଣି ଭୁବନ ବଦ୍ୟାକରଙ୍କ କାଚା ବାଦାମ ଗୀତ, ହେଲେ ଗାଇଥିବା ଗୀତ ପାଇଁ ତାଙ୍କୁ ମିଳିନି ଟଙ୍କା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆଜିକାଲି ଏକ ଗୀତର ରିଲ୍ ଓ ସର୍ଟସ୍ ବହୁଳ ଭାବେ ଭାଇରାଲ୍ ହୋଇଚାଲିଛି। ଏହି ଗୀତଟିର ନାମ ହେଉଛି ‘କାଚା ବାଦାମ୍’। ୟୁଟ୍ୟୁବରେ  ଏହି ଗୀତର ବିଭିନ୍ନ ସଂସ୍କରଣକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଦେଖୁଛନ୍ତି ଦର୍ଶକ।  କେବଳ ଦେଶର ନୁହନ୍ତି, ବିଦେଶର ଲୋକମାନେ ମଧ୍ୟ ‘କାଚା ବାଦାମ୍’ ଗୀତରେ ରିଲ୍ ବନାଉଛନ୍ତି। ଏହି ଗୀତଟିକୁ ପଶ୍ଚିମବଙ୍ଗର ବାଦାମ ବିକାଳି ଭୁବନ ବଦ୍ୟାକର ଗାଇଛନ୍ତି। ସେ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଏହି‘କାଚା ବାଦାମ୍’ ଗୀତ ଗାଆନ୍ତି।

ତେବେ ଗୀତ ରେକର୍ଡ ହୋଇ ଏହାର ଭିଡିଓ ଭାଇରାଲ ହୋଇସାରିଥିଲେ ବି ଏପର୍ଯ୍ୟନ୍ତ ଭୁବନଙ୍କୁ ଏଥିପାଇଁ ଟଙ୍କା ମିଳିନାରିନାହିଁ। ଭୁବନଙ୍କ କହିବା ମୁତାବକ, ବାଦାମ ବିକିବା ସମୟରେ ମୁଁ ଗାଉଥିବା ଗୀତ ଭାଇରାଲ ହୋଇଥିଲା। ଏହା ମୋତେ ଷ୍ଟୁଡିଓରେ ଗୀତ ଗାଇବାକୁ ଅଫର ମିଳିଲା। ଅଫର ପାଇ ମୁଁ ଷ୍ଟୁଡିଓକୁ ଯାଇ ଗୀତ ଗାଇଥିଲି। ହେଲେ ଗୀତ ରିଲିଜ ‌ହୋଇଥି‌ଲେ ବି ମୋତେ ଟଙ୍କା ମିଳିନାହିଁ। ରିଲିଜ ପରେ ଆୟ ଟଙ୍କାର ୬୦-୪୦% ମୋତେ ମିଳିବ ବୋଲି କୁହାଯାଇଥିଲା। କେବେ ଟଙ୍କା ଦେବେ ମୁଁ ଜାଣିନାହିଁ। ଯେଉଁମାନେ ଆସନ୍ତି, ସେମାନେ ମୋତେ ପାଞ୍ଚଶହରୁ ଦୁଇ ତିନି ହଜାର ଦେଇ ମୋ ଗୀତ ରେକର୍ଡ କରି ଚାଲିଯାଆନ୍ତି। ହେଲେ ରିଲିଜ୍ ହୋଇଥିବା ମୋର ଗୀତ ପାଇଁ ମୋତେ ଟଙ୍କାଟିଏ ବି ମିଳିନାହିଁ।

ସମ୍ବନ୍ଧିତ ଖବର