ଆମେ ଏବେ କଳିଯୁଗରେ ବାସ କରୁଛେ। କଳିପୁରୁଷ ଏହି ଯୁଗର ଶାସନକର୍ତ୍ତା। ସେ ଯେଉଁ ରୂପରେ ଆବିର୍ଭାବ ହୋଇଛି, ତାହାର ଉଲ୍ଲେଖ ବିଭିନ୍ନ ସୂତ୍ରରୁ ମିଳେ। କଳିପୁରୁଷର ଶରୀର କୃଷ୍ଣବର୍ଣ୍ଣ। ତାର ସାରା ଦେହ ତୈଳାକ୍ତ ଏବ˚ ଶରୀର ଦୁର୍ଗନ୍ଧଯୁକ୍ତ। ତାର ପେଟ କାଉ ପକ୍ଷୀର ପେଟ ଭଳି। ମୁହଁ ଅତ୍ୟନ୍ତ ଭୟଙ୍କର ଏବ˚ ଜିହ୍ବା ବାହାରକୁ ବାହାରି ଲହ ଲହ ହେଉଥାଏ। ସ୍ବହସ୍ତରେ ସେ ନିଜର ପୁରୁଷାଙ୍ଗକୁ ଧାରଣ କରିଥାଏ। ଏଭଳି ଏକ ଭୟଙ୍କର ପୁରୁଷ ଦ୍ବାରା ପୃଥିବୀ ଏବେ ଶାସିତ ହେଉଛି। କଳିପୁରୁଷର ମୁଖ୍ୟ ବାସସ୍ଥାନ ହେଉଛି- ଜୁଆ ଆଡ଼୍ଡ଼ା, ମଦ୍ୟଶାଳା, ବେଶ୍ୟାଳୟ ଓ ସ୍ବର୍ଣ୍ଣ କାରବାର ସ୍ଥଳ। ପ୍ରକାରାନ୍ତରେ ଏଭଳି ଏକ ଚରିତ୍ର ଆମର ପରିବେଶ ଓ ସାମାଜିକ ସ୍ଥିତିକୁ ପ୍ରତୀକାତ୍ମକ ଭାବରେ ଇଙ୍ଗିତ କରୁଛି।
କଳିପୁରୁଷର ତୈଳାକ୍ତ ଓ କୃଷ୍ଣବର୍ଣ୍ଣ ରୂପ ମନୁଷ୍ୟ ସମାଜର ଏକ ଅନ୍ଧକାର ଯୁଗର ପ୍ରତୀକ। ଏହା ମନୁଷ୍ୟର ଅଶୁଚି ଓ ନୀତିନିୟମର ଛଦ୍ମାବରଣକୁ ବୁଝାଉଛି। କାଉପକ୍ଷୀ ଭଳି ପେଟ ଫାଷ୍ଟଫୁଡ଼୍ ଆଦିି ଅଖାଦ୍ୟ ପ୍ରତି ଆମର ରୁଚି ଏବ˚ ଲହଲହ ଜିହ୍ବା ଖଳ ଓ ହି˚ସୁକ ପ୍ରକୃତିକୁ ପ୍ରତିପାଦନ କରୁଛି। ସ୍ବହସ୍ତରେ ପୁରୁଷାଙ୍ଗ ଧାରଣ, ବର୍ତ୍ତମାନର ସମାଜରେ ଚାଲିଥିବା ଯୌନ ବ୍ୟଭିଚାରକୁ ଇଙ୍ଗିତ କରୁଛି। ତାହାର ଶରୀରର ଦୁର୍ଗନ୍ଧ ସାରା ବିଶ୍ବରେ ଜଳ, ସ୍ଥଳ ଓ ବାୟୁର ପ୍ରଦୂଷଣକୁ ପ୍ରତୀକ ଭାବରେ ଉପସ୍ଥାପନା କରୁଛି।
ଆଜି ମଦ୍ୟପାନର ପ୍ରସାର, ବେଶ୍ୟାବୃତ୍ତିର ବ୍ୟାପକତା ଓ ସୁନା ପ୍ରତି ଅତ୍ୟଧିକ ଆସକ୍ତି ସାଙ୍ଗକୁ ସେୟାର ମାର୍କେଟ ଓ ମ୍ୟାଚ୍ ଫିକ୍ସି˚ ଆଦି ଜୁଆଖେଳର ବିକଳ୍ପ ଭାବରେ ଉଭା ହୋଇଛି। ଫଳରେ କଳିପୁରୁଷ ଦିନକୁ ଦିନ ତାର କାୟା ବିସ୍ତାର କରିଚାଲିଛି। ଏ ଦିଗରେ ଆମେ ସମସ୍ତେ ସଚେତନ ହେବାର ବେଳ ଏବେ ଆସିଛି।
-ଡକ୍ଟର ସଚ୍ଚିଦାନନ୍ଦ ପାଢ଼ୀ