ଏବେ ଓଟିଟି ପ୍ଲାଟଫର୍ମରେ ଦେଖିହେବ ‘କାଲିର ଅତୀତ’

ଭୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚଳଚିତ୍ର ନିର୍ମାତା ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ‘କାଲିର ଅତୀତ’ ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରବର୍ତିତ ସମୁଦ୍ର ପତନ ବୃଦ୍ଧି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଛି । ନିର୍ମାଣ ହେବା ପାଇଁ ୧୩ ବର୍ଷରୁ ଅଧିକ ସମୟ ନେଇଥିବା ଏହି ଚଳଚିତ୍ର ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଛି । କାଲିର ଅତୀତ ହେଉଛି ଶ୍ରୀ ପଣ୍ଡାଙ୍କର ଓଡିଆ ଭାଷାରେ ପ୍ରଥମ ଫିଲ୍ମ । ସେ କହିଛନ୍ତି, “ଓଡିଆ ସିନେମାର ଏକ ଚମକ୍ରାର ଅତୀତ ରହିଥିଲା କିନ୍ତୁ ଆଜିର ସମୟରେ ମୁଁ ସେଭଳି ସୁନ୍ଦର ଚଳଚିତ୍ରଗୁଡିକୁ ଦେଖିପାରୁନାହିଁ । ମୁଁ ଆଶା କରୁଛି ଯେ, ଆମେ ଏହି ଚଳଚିତ୍ର ସହିତ ସେହି ଗୌରବମୟ ସମୟଗୁଡିକୁ ଫେରାଇ ଆଣିବାକୁ ସକ୍ଷମ ହେବୁ । ମୁଁ ଏହା ଘୋଷଣା କରି ଖୁବ୍ ଖୁସି ଯେ, କାଲିର ଅତୀତ ଚଳଚିତ୍ର ମୁବି ଓ ଏମ୍ଏକ୍ସ ପ୍ଲେୟର ଭଳି ଜାତୀୟ  ପ୍ଲାଟଫର୍ମ ଗୁଡିକରେ ଉପଲବ୍ଧ ହେବ । ଏହି ଚଳଚିତ୍ର ପୂର୍ବରୁ ବିଶ୍ୱବ୍ୟାପୀ ବିଭିନ୍ନ ଚଳଚିତ୍ର ମହୋତ୍ସବଗୁଡିକୁ ଯାତ୍ରା କରୁଛି ଏବଂ ମୁଁ ଆଶା କରୁଛି , ଏହି ଚଳଚିତ୍ର ସହିତ ଆମେ ଓଡିଆ ସିନେମାକୁ ପୁଣିଥରେ ଜାତୀୟ ଓ ଆନ୍ତର୍ଜାତୀୟ ଲାଇମଲାଇଟକୁ ଫେରାଇ ଆଣିବାକୁ ସକ୍ଷମ ହେବୁ । ବୋଧହୁଏ ପ୍ରଥମ ଥର ପାଇଁ ଏକ ଓଡିଆ ଚଳଚିତ୍ର ୩ଟି ଜାତୀୟ ସ୍ତରର ଓଟିଟି ପ୍ଲାଟ୍ଫର୍ମରେ ପ୍ରଦର୍ଶିତ ହେବାକୁ ଯାଉଛି । ଏହା ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ମୁବିରେ ଓ ଖୁବଶୀଘ୍ର ଏମ୍ଏକ୍ସ ପ୍ଲେୟରରେ ରିଲିଜ୍ ହେବାକୁ ଯାଉଛି ।

ସମ୍ବନ୍ଧିତ ଖବର