ଭୁଲରେ ବି ଭାଇ ଭଉଣୀ ଏହି ସ୍ଥାନକୁ ଯିବା ଏକାଠି ଅନୁଚିତ ! ଜାଣନ୍ତୁ ପୁରା ଘଟଣା…

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଜାଲୋନ ଜିଲ୍ଲାରେ କାଲ୍‌ପି ନାମକ ଏକ ସ୍ଥାନ ଅଛି, ଯେଉଁଠାରେ ଲଙ୍କାପତି ରାବଣ ନାମରେ ଲଙ୍କା ମୀନାର ନାମକ ଏକ ମୀନାର ନିର୍ମାଣ କରାଯାଇଛି । ଏଠାରେ ରାବଣ ଓ ତା’ର ପରିବାରର ସମସ୍ତ ସଦସ୍ୟଙ୍କ ପ୍ରତିମୂର୍ତ୍ତି ଶେଭା ପାଉଛି । ୨୧୦ ଫୁଟ ଉଚ୍ଚର ଏହି ମୀନାରକୁ ମଥୁରା ପ୍ରସାଦ ନିର୍ମାଣ କରିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଆଜିର ଏହି କଳିଯୁଗରେ ରାବଣ ନାମରେ କିଏ ବା କାହିଁକି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମିନାର ନିର୍ମାଣ କରିବ ।

Wikipedia

ପ୍ରକୃତ କଥା ହେଲା ମଥୁରା ପ୍ରସାଦ ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରୁଥିଲେ । ବର୍ଷ ବର୍ଷ ଧରି ରାବଣ ଭୂମିକାରେ ଅଭିନୟ କରିବାରୁ ରାବଣ ନାମରେ ସେ ସାରା ଉତ୍ତର ପ୍ରଦେଶରେ ପରିଚିତ ହୋଇଯାଇଥିଲେ । ଏହି କାରଣରୁ ୧୮୫୭ ମସିହାରେ ସେ ଲଙ୍କା ମୀନାର ନିର୍ମାଣ କରିବା ଆରମ୍ଭ କରିଥିଲେ। ଏହାକୁ ନିର୍ମାଣ କରିବାକୁ ତାଙ୍କୁ ପାଖାପାଖି ୨୦ ବର୍ଷ ସମୟ ଲାଗିଥିଲା । ସେହି ସମୟରେ ଏଥିରେ ପ୍ରାୟ ୧ ଲକ୍ଷ ୭୫ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହାର ପରିସର ଭିତରେ ଶିବ ମନ୍ଦିରକୁ ଏହି ପରି ଭାବରେ ନିର୍ମାଣ କରାଯାଇଛି ଯେପରି ରାବଣକୁ ସବୁ ବେଳେ ଭୋଲାନାଥଙ୍କ ଦର୍ଶନ ମିଳିପାରୁଥିବ । ଏଠାରେ ୧୦୦ ଫୁଟ ଦୀର୍ଘ କୁମ୍ଭକର୍ଣ୍ଣ ମୂର୍ତ୍ତି ଓ ୬୫ ଫୁଟ ଉଚ୍ଚ ମେଘନାଦ ପାଚେରି ମଧ୍ୟ ରହିଛି। ମୀନାର ରେ ଚଢିବା ସମୟରେ ୭ ଘେରା ନେବାକୁ ପଡିଥାଏ, ଯାହାକୁ ବିବାହ ସମୟରେ ନିଆ ଯାଇଥିବା ଘେରା ସହ ତୁଳନା କରାଯାଏ । ଏହି କାରଣରୁ ନିଜ ଭାଇଭଉଣୀ ଏକା ସାଙ୍ଗରେ ଏଠାକୁ ଯିବା ପାଇଁ ମନା କରାଯାଇଥାଏ ।

ସମ୍ବନ୍ଧିତ ଖବର