ଏବେ ବି ଜାରି ରହିଛି ନବବଧୂର କୁମାରୀତ୍ୱ ପରୀକ୍ଷା, ବିଫଳ ହେଲେ ଜାତି ପଞ୍ଚାୟତ ଦିଏ ଦଣ୍ଡ

ପୁଣେ: ମହାରାଷ୍ଟ୍ରର  କଞ୍ଜରଭାଟ ସମୁଦାୟର କେତେକ ଯୁବକ-ଯୁବତୀ ନିଜର ଜାତି ପଞ୍ଚାୟତର ଅନ୍ୟାୟ ଓ ପୁରୁଣାକାଳିଆ ପ୍ରଥା ବିରୋଧରେ ସ୍ୱର ଉଠାଇଛନ୍ତି। ଏହି ସମୁଦାୟରେ ବିବାହ ଅନୁମତି ପାଇଁ ଅର୍ଥ ଦେବାକୁ ପଡ଼ିଥାଏ। କେବଳ ଏତିକି ନୁହେଁ, ବିବାହର ପ୍ରଥମ ରାତିରେ ବଧୂର କୁମାରୀତ୍ୱ ପରୀକ୍ଷା ମଧ୍ୟ କରାଯାଇଥାଏ। ଯୁବପିଢ଼ି ଏହି ନିୟମକୁ ବନ୍ଦ କରିବା ପାଇଁ ‘ଷ୍ଟପ୍‌ ଦ ଭି ରିଚୁଅଲ’ ନାମରେ ହ୍ଵାଟସ୍‌ ଆପ୍‌ ଗ୍ରୁପ୍‌ କରିଛନ୍ତି। ଯେଉଁଥିରେ ପାଖାପାଖି ୪୦ଜଣ ସଦସ୍ୟ ଅଛନ୍ତି।

ପୁଣେରେ ରହୁଥିବା ଏହି ଗ୍ରୁପ୍‌ର ଜଣେ ସଦସ୍ୟ ଥିବା ପ୍ରିୟଙ୍କା ତମାଇଚେକର କହିଛନ୍ତି, ‘ଭି’ର ଅର୍ଥ ଭର୍ଜିନିଟି ଟେଷ୍ଟ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଆଜିକା ସମୟରେ ବି କଞ୍ଜରଭାଟ ସମୁଦାୟରେ ବଧୂର କୁମ୍ବାରୀତ୍ୱ ପରୀକ୍ଷା କରାଯାଇଥାଏ। ନବ ବିବାହିତ ଦମ୍ପତିଙ୍କୁ ଏକ ହୋଟେଲ କୋଠରିକୁ ନିଆଯାଇଥାଏ। ସେଠାରେ ବରକୁ ଗୋଟିଏ ଧଳାରଙ୍ଗର ସଫା ବେଡସିଟ୍‌ ଦିଆଯାଇଥାଏ।  ସମ୍ଭୋଗ ସମୟରେ ଏହା ବିଛଣାରେ ପକାଇବାକୁ କୁହାଯାଇଥାଏ। ଆଶ୍ଚର୍ଯ୍ୟର କଥା, ପଞ୍ଚାୟତର ଲୋକମାନେ କୋଠରୀ ବାହାରେ ବସି ରହିଥାଆନ୍ତି। ଯଦି ବର ରକ୍ତ ଲାଗିଥିବା ବେଡସିଟ୍‌କୁ ଧରି ବାହାରକୁ ଆସେ ତେବେ ବଧୂ ପରୀକ୍ଷାରେ ସଫଳ ହୋଇଛି ବୋଲି ପଞ୍ଚୟତ ଘୋଷଣା କରିଥାଆନ୍ତି। ଯଦି ସମ୍ଭୋଗ ସମୟରେ ରକ୍ତଦାଗ ନ ଲାଗେ ତେବେ ଅତୀତରେ ସେ ଅନ୍ୟ କେଉଁ ପୁରୁଷ ସହିତ ଶାରୀରିକ ସମ୍ପର୍କ ରଖିଥିବା ନେଇ ବଧୂକୁ ଦୋଷୀସାବ୍ୟସ୍ତ କରନ୍ତି ପଞ୍ଚାୟତ।

ନବ ବିବାହିତ ଦମ୍ପତିଙ୍କୁ ଏକ ହୋଟେଲ କୋଠରିକୁ ନିଆଯାଇଥାଏ। ସେଠାରେ ବରକୁ ଗୋଟିଏ ଧଳାରଙ୍ଗର ସଫା ବେଡସିଟ୍‌ ଦିଆଯାଇଥାଏ।  ସମ୍ଭୋଗ ସମୟରେ ଏହା ବିଛଣାରେ ପକାଇବାକୁ କୁହାଯାଇଥାଏ। ଆଶ୍ଚର୍ଯ୍ୟର କଥା, ପଞ୍ଚାୟତର ଲୋକମାନେ କୋଠରୀ ବାହାରେ ବସି ରହିଥାଆନ୍ତି। ଯଦି ବର ରକ୍ତ ଲାଗିଥିବା ବେଡସିଟ୍‌କୁ ଧରି ବାହାରକୁ ଆସେ ତେବେ ବଧୂ ପରୀକ୍ଷାରେ ସଫଳ ହୋଇଛି ବୋଲି ପଞ୍ଚୟତ ଘୋଷଣା କରିଥାଆନ୍ତି। ଯଦି ସମ୍ଭୋଗ ସମୟରେ ରକ୍ତଦାଗ ନ ଲାଗେ ତେବେ ଅତୀତରେ ସେ ଅନ୍ୟ କେଉଁ ପୁରୁଷ ସହିତ ଶାରୀରିକ ସମ୍ପର୍କ ରଖିଥିବା ନେଇ ବଧୂକୁ ଦୋଷୀସାବ୍ୟସ୍ତ କରନ୍ତି ପଞ୍ଚାୟତ।

ପ୍ରିୟଙ୍କା କହନ୍ତି, କେବଳ ଏତିକି ନୁହେଁ, ଏହାପରେ ବଧୂକୁ ଜାତି ପଞ୍ଚାୟତ ଦଣ୍ଡ ମଧ୍ୟ ଦେଇ ଥାଆନ୍ତି। କିନ୍ତୁ ଏପରି କ୍ଷେତ୍ରରେ ବରର କୌଣସି ବି ପରୀକ୍ଷା କରାଯାଇ ନ ଥାଏ। ମୁଁ ଏମିତି ବି କେତେକ ମାମଲା ଦେଖିଛି, ବଧୂ ଯଦି ଭର୍ଜିନିଟି ଟେଷ୍ଟରେ ପାସ୍‌ କରି ନ ପାରେ, ତେବେ ତାଙ୍କୁ ନିର୍ଯାତନା ଦେବା ସହିତ ମାର-ପିଟ୍‌ କରିବା ଆରମ୍ଭ କରି ଦିଆଯାଇଥାଏ। ଏଭଳି ନିୟମ ଉପରେ ଅଙ୍କୁଶ ଲଗାଯିବା ଉଚିତ। ମୁମ୍ବାଇର ଟାଟା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସରେ ମାଷ୍ଟର ଡିଗ୍ରି ହାସଲ କରିଛି। ମୋର ଭାଇ ବିବେକ ଏହି ହ୍ଵାଟସ୍‌ ଆପ୍‌ ଗ୍ରୁପ୍‌ ପ୍ରସ୍ତୁତ କରିଛନ୍ତି। ମୁଁ ବି କଞ୍ଜରଭାଟ ସମୁଦାୟରୁ ଆସିଛି। ମୋର ବି ଆଗାମୀ ବର୍ଷରେ ବିବାହ ହେବାକୁ ଯାଉଛି। ମୁଁ ଓ ମୋର ଭାବି ସ୍ୱାମୀ ଏହି ନିୟମ ବିରୋଧୀ ଅଟୁ।

ନଭେମ୍ବର ୨୫ରେ ଏହି ଗ୍ରୁପ୍‌ର ଜଣେ ସଦସ୍ୟ ସିଦ୍ଧାନ୍ତ ଇନ୍ଦ୍ରେକର(୨୧) ପୁଣେର ବିଶରନ୍ତଓ୍ଵାଡି ପୁଲିସ ଥାନାରେ ଜାତି ପଞ୍ଚାୟତ ବିରୋଧରେ ମାମଲା ରଜୁ କରିଥିଲେ। ସିଦ୍ଧାନ୍ତ କଞ୍ଜରଭାଟରେ ବସବାସ କରନ୍ତି। ସେ କଞ୍ଜରଭାଟରେ ଏମିତି ଏକ ଘଟଣାର ଦୃଶ୍ୟକୁ କ୍ୟାମେରାରେ କୈଦ୍‌ କରିଛନ୍ତି। ଯେଉଁଥିରେ ଜାତି ପଞ୍ଚାୟତ ବର-କନ୍ୟାଙ୍କ ବିବାହ କରିବା ପାଇଁ ୧୦ହଜାର ଟଙ୍କା ନେଇଥିଲେ। ସେ ଏହି ପ୍ରମାଣ ପୁଲିସକୁ ବି ଦେଇଛନ୍ତି।

 

ସମ୍ବନ୍ଧିତ ଖବର