ନୂଆଦିଲ୍ଲୀ: କାନପୁରର କଲ୍ୟାଣପୁର ଥାନାରେ ଗତ ଶନିବାର ସମାଧାନ ଦିବସ ଅବସରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଛେଳି ଛୁଆକୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ ଲାଗିଥିବା ଝଗଡ଼ାର କିଛି ମଜାଳିଆ ଓ ହୃଦୟସ୍ପର୍ଶୀ ଶୈଳୀରେ ସମାଧାନ ହୋଇଥିଲା। 

Advertisment

ସୂଚନାଯୋଗ୍ୟ, ଗୋୱା ଗାର୍ଡନରେ ବସବାସ କରୁଥିବା‌ ଚନ୍ଦ୍ରା ‌ଦେବୀଙ୍କ ପାଖରେ ଏକ ଧଳା ରଙ୍ଗର ଛେଳି ନିକଟରେ ମା’ ହୋଇଥିଲା। ଛେଳି ଛୁଆଟିର ଶରୀର ଅସୁସ୍ଥ ଥିବା ହେତୁ ଚନ୍ଦ୍ରା ଦେବୀଙ୍କ ସ୍ବାମୀ ସୁମନ ଚିକିତ୍ସା ପାଇଁ ହସ୍ପିଟାଲ ଯାଉଥି‌ଲେ।  ଏହି ସମୟରେ ଗୋୱା ଗାର୍ଡନ କ୍ରସିଙ୍ଗ ନିକଟରେ ମିନା କୁମାରୀ ନାମକ ମହିଳା ଉକ୍ତ ଛେଳି ଛୁଆକୁ ତାଙ୍କ ଛେଳିର ଛୁଆ ବୋଲି କହିଥିଲେ। 

ଏହାପରେ ଛେଳି ଛୁଆକୁ ନେଇ ଚନ୍ଦ୍ରା ଦେବୀ ଓ ମୀନା କୁମାରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ପୁଲିସ ପର୍ଯ୍ୟନ୍ତ କଥା ପହଞ୍ଚି ଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛେଳି ଛୁଆ ସହିତ ଚନ୍ଦ୍ରା ଦେବୀ, ,ସୁମନ, (ଚନ୍ଦ୍ରା ଦେବୀଙ୍କ ସ୍ବାମୀ), ମୀନା ଦେବୀ ଓ ଛେଳି ଛୁଆଙ୍କୁ ଧରି ଥାନାକୁ ନେଇ ଆସିଥିଲା। 

ଏହି ସମୟରେ ଥାନାରେ ସମାଧାନ ଦିବସ ବି ଚାଲୁଥିଲା। ଏହି ସମାଧାନ ଦିବସରେ ଇନ୍ସପେକ୍ଟର ସୁ‌ବୋଧ କୁମାର ଦୁଇ ମହିଳା ସେମାନଙ୍କ ଛେଳି ଛୁଆକୁ ‌ନେଇ କରୁଥିବା ସମସ୍ତ ଦାବିକୁ ସ୍ଥିର ହୋଇ ଶୁଣି ଥିଲେ। ଏହାପରେ ଇନ୍ସପେକ୍ଟର ଚନ୍ଦ୍ରା ଓ ମିନାଙ୍କୁ କହିଥିଲେ, ‘ସମସ୍ତ ଲୋକଙ୍କ ଉପସ୍ଥିତିରେ ତୁମେ ତୁମର ଛେଳିକୁ ଦୁଇଟି କୋଣରେ ବାନ୍ଧି ଦିଅ। ବାନ୍ଧିବା ପରେ ଛେଳି ଛୁଆକୁ ଛାଡ଼ି ଦିଅ। ’

ଇନ୍ସପେକ୍ଟର ଯେମିତି କହିଥିଲେ ଚନ୍ଦ୍ରା ଓ ମୀନା ସେପରି କରିଥିଲେ। ମା’ ଛେଳିକୁ ଦୁଇଟି ଭିନ୍ନଭିନ୍ନ ପାର୍ଶ୍ବରେ ବାନ୍ଧିବା ପରେ ଛୁଆକୁ ଛାଡ଼ି ଦେଇଥିଲେ। ଛୁଆଟି କିଛି ସମୟ ଏଣେତେଣେ ଦେଖିବା ପରେ ଚନ୍ଦ୍ରା ଦେବୀ ବାନ୍ଧିଥିବା ଛେଳି ପାଖକୁ ଧାଇଁ ଯାଇ କ୍ଷୀର ପିଇଥିଲା। ଏ ଦୃଶ୍ୟ ଦେଖି ଘଟଣାସ୍ଥଳରେ ଥିବା ଲୋକେ ଖୁସି ହୋଇଯାଇଥିଲେ।
ଘଟଣାକୁ ନେଇ ମୀନା କୁମାର କହିଥିଲେ, ‘କିଛିଦିନ ତଳେ ମୋର ଚନ୍ଦ୍ରା ଦେବୀଙ୍କ ଛେଳି ଛୁଆ ଦେଖିବାକୁ ଯେମିତି ଅବିକଳ ସେମିତି ଛେଳି ଛୁଆ କେଉଁଆଡେ ହଜି ଯାଇଛି। ଯେତେବେଳେ ମୁଁ ସୁମନଙ୍କ ହାତରେ ଧଳା ଓ କଳା ରଙ୍ଗର ଛେଳି ଛୁଆ ଦେଖିଲି ମୋର ବୋଲି ଭାବି ନେଇଥିଲି।’