ଷ୍ଟାଡିୟମରେ ବସି ଗୁଟଖା ଖାଉଥିବା ବ୍ୟକ୍ତିଙ୍କ ପରିଚୟ ମିଳିଲା, କହିଲେ; ମୁଁ ଗୁଟଖା ଖାଉନଥିଲି, ବରଂ………..

ନୂଆଦିଲ୍ଲୀ: କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଏବେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ହେଲେ ମ୍ୟାଚ ଅପେକ୍ଷା ଏବେ ଅଧିକ ଚର୍ଚ୍ଚାରେ ରହିଛନ୍ତି କାନପୁରର ଗୁଟଖା ବଏ। କାନପୁରର ଜଣେ ଯୁବକଙ୍କ ଏକ ଛୋଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ‌ ହେବା ପରେ ତାଙ୍କୁ ଲୋକେ ଗୁଟଖା ବଏ ବୋଲି ଡାକିବା ଆରମ୍ଭ କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ୯ସେକେଣ୍ଡର ଭିଡିଓ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଭିଡିଓରେ ଗୁଟଖା ଖାଉଥିବା ଯୁବକଜଣକ କାନପୁରର ସୌଭିତ ପାଣ୍ଡେ ବୋଲି ଜଣାପଡ଼ିଛି। ​​ତେବେ ଭିଡିଓ ଦେଖି ସୌଭିତ ମ୍ୟାଚ ଦେଖିବା ସମୟରେ ଗୁଟଖା ଖାଉଥିବା ନେଇ ଲୋକେ ଅନୁମାନ ଲଗାଇଥିବା ବେଳେ ସୌଭିତ ପ୍ରକୃତ ଘଟଣା ଜଣାଇଛନ୍ତି।

Kanpur Gutka Man shobhit pandey came with poster on day 2 said bad habbit to eat betel quid ANN

ସେ କହିଛନ୍ତି ଯେ, ସେ ତାଙ୍କ ଭଉଣୀଙ୍କ ସହ ମ୍ୟାଚ୍ ଦେଖିବା ପାଇଁ ଗ୍ରୀନ୍ ପାର୍କ ଷ୍ଟାଡିୟମରେ ପହଞ୍ଚିଥିଲେ। ସୌଭିତ ଗୁଟଖା ଖାଇବାକୁ ଭଲ ପାଉଥିଲେ ବି ଗ୍ରୀନ୍ ପାର୍କ ଷ୍ଟାଡିୟମରେ ସୁରକ୍ଷାକର୍ମୀମାନେ ତାଙ୍କଠାରୁ ଗୁଟଖାକୁ ନେଇ ଯାଇଥିଲେ। ଗୁଟଖା ଖାଇବାର ଅଭ୍ୟାସଥିବାରୁ ସେ ତାଙ୍କ ଭଉଣୀଙ୍କଠାରୁ ମିଠା ସୁପାରୀ ଆଣି ଖାଇଥିଲେ, ଯାହା କ୍ୟାମେରାରେ କଏଦ ହୋଇଥିଲା ଏବଂ ଲୋକେ ଏହାକୁ ଗୁଟଖା ବୋଲି ଭାବିନେଇଥିଲେ। ତେବେ ନିଜର ଏଭଳି ଭିଡିଓ ଭାଇରାଲ ହେବା ପରେ ସୌଭିତ କହିଛନ୍ତି ଯେ, ସେ ଖୁବ ଶୀଘ୍ର ଗୁଟଖା ଛାଡିବେ। ଏହା ସହ ଦ୍ବିତୀୟ ଦିନ ମ୍ୟାଚରେ ସେ ଏକ ପ୍ଲାକାର୍ଡ ଧରି ଷ୍ଟାଡିୟମରେ ପହଞ୍ଚିଥିବାର ଦେଖାଯାଇଥିଲା। ଯେଉଁଥିରେ ଲେଖାଥିଲା, ଗୁଟଖା ଖାଇବା ଭଲ ନୁହେଁ।

ସମ୍ବନ୍ଧିତ ଖବର