ଭଗବାନ ଶିବଙ୍କୁ ଏଠାରେ ‘ବୁଢାଲିଙ୍ଗ’ ବୋଲି କୁହାଯାଏ , ଜାଣନ୍ତୁ କାହିଁକି

ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ‘କପିଳାସ ମନ୍ଦିର’ ଓଡ଼ିଶାର ଏକ ପ୍ରାଚୀନ ଶୈବପୀଠ। ଏହା ଢେଙ୍କାନାଳ ସଦର ମହକୁମା ଠାରୁ ମାତ୍ର ୨୬ କିଲୋମିଟର ଦୂରରେ ଅବସ୍ଥିତ। ଏହା ସମୁଦ୍ରପତ୍ତନଠାରୁ ୨୨୩୯ ଫୁଟ୍‌ ଉର୍ଦ୍ଧ୍ୱରେ ଅବସ୍ଥିତ।ଏହି ମନ୍ଦିରକୁ ଯିବା ପାଇଁ ଦୁଇଟି ରାସ୍ତା ରହିଛି। ଏଥିମଧ୍ୟରୁ ଗୋଟିଏ ହେଉଛନ୍ତି ୧୩୫୨ଟି ପାହାଚ ଚଢି ସେଠାରେ ପହଞ୍ଚି ହୁଏ ଏବଂ ଅନ୍ୟଟି ହେଲା ଘାଟି ବାଟ ଦେଇ ଗାଡିରେ ଯାଇହେବ। ୧୨୪୬ ଖ୍ରୀଷ୍ଟାଦ୍ଦରେ ଗଙ୍ଗବଂଶୀୟ ରାଜା ନରସିଂହ ଦେବ ଶ୍ରୀ ଚନ୍ଦ୍ରଶେଖରଙ୍କ ଏହି ମନ୍ଦିରର ନିର୍ମାଣ କରିଥିଲେ। ଏହି ମନ୍ଦିରର ଅଧିଷ୍ଠାତା ଦେବ ହେଲେ ଭଗବାନ ଶିବଶଙ୍କର।
ମନ୍ଦିରର ବାମ ପାର୍ଶ୍ୱରେ ପାୟାମ୍ରତା କୁଣ୍ଡ ଏବଂ ଦକ୍ଷିଣ ପାର୍ଶ୍ୱରେ ମାରିଚି କୁଣ୍ଡ ରହିଛି। ମନ୍ଦିରର ଏକ କାଷ୍ଠନିର୍ମିତ ଜଗମୋହନ ମଧ୍ୟ ଅଛନ୍ତି। ଶ୍ରୀଗଣେଶ, କାର୍ତ୍ତିକେୟ, ଗଙ୍ଗାଦେବୀ ପ୍ରମୁଖଙ୍କ ମନ୍ଦିର ମଧ୍ୟ ଏହା ପରିସରରେ ରହିଛି। ପତିତପାବନ ଜଗନ୍ନାଥ ଏହି ମନ୍ଦିରରେ ପାର୍ଶ୍ୱ ଦେବତାଭାବେ ମଧ୍ୟ ଅଛନ୍ତି। ଭଗବାନ ବିଶ୍ୱନାଥ ମନ୍ଦିର ମଧ୍ୟ କପିଳାସରେ ରହିଛି। ଏହି ବିଶ୍ୱନାଥ ମନ୍ଦିର ଚନ୍ଦ୍ରଶେଖର ମନ୍ଦିର ଅପେକ୍ଷା ଅଧିକ ପ୍ରାଚୀନ ହୋଇଥିବା ହେତୁ ତାଙ୍କୁ ‘ବୁଢାଲିଙ୍ଗ’ ବୋଲି ମଧ୍ୟ କୁହାଯାଏ। ଶୈବମାନଙ୍କ ଅନୁଯାୟୀ ‘କପିଳାସ’ ହେଉଛି ଭଗବାନ ଶିବଙ୍କର ଦ୍ୱିତୀୟ କୈଳାସ। ଭାଗବତ ପୁରାଣର ରଚୟିତା ଶ୍ରୀଧର ସ୍ୱାମୀ ମଧ୍ୟ ଏଠାରେ ବାସ କରୁଥିଲେ।


ଜାଗର ଅମାବାସ୍ୟା ବା ଶିବରାତ୍ରିରେ ଏଠାକୁ ସର୍ବାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଏଠାକାର ଜାଗରମେଳା ବେଶ୍‌ ପ୍ରସିଦ୍ଧି। ଏତଦ୍‌ବ୍ୟତୀତ କାଉଡିଆ ମାନେ ଶ୍ରାବଣ ମାସର ପ୍ରତି ସୋମବାର ଦିନ ମଧ୍ୟ ଜଳାଭିଷେକ ପାଇଁ ଏଠାକୁ ଆସିଥାଆନ୍ତି। ‘କପିଳାସ’ ହେଉଛି ଢେଙ୍କାନାଳ ଜିଳ୍ଲାର ସର୍ବାଧିକ ଲୋକପ୍ରିୟ ଶିବମନ୍ଦିର ଓ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ।

ସମ୍ବନ୍ଧିତ ଖବର