କର୍ଦମ ଆଗ୍ନେୟଗିରି

ଏସିଆ ସମେତ ବିଶ୍ବର ଅନେକ ଅଞ୍ଚଳରେ କର୍ଦମ ଆଗ୍ନେୟଗିରି ଅଛି। କର୍ଦମ ଆଗ୍ନେୟଗିରିରୁ ମୁଖ୍ୟତଃ କାଦୁଅ ଏବ˚ ମିଥେନ୍‌, ଅଙ୍ଗାରକାମ୍ଳ ଓ ଯବକ୍ଷାରଜାନ ଆଦି ବାଷ୍ପ ବାହାରେ। ବେଳେ ବେଳେ ନିଆଁ ମଧ୍ୟ ବାହାରେ। ସାରା ବିଶ୍ବରେ ହଜାରେରୁ ଅଧିକ କର୍ଦମ ଆଗ୍ନେୟଗିରି ଚିହ୍ନଟ କରାଯାଇଛି। କେବଳ ଆଜର୍‌ବାଇଜାନ୍‌ରେ ଅଛି ଚାରି ଶହରୁ ଅଧିକ ଏ ଭଳି ଆଗ୍ନେୟଗିରି। ସମୁଦ୍ର ଗର୍ଭରେ ହଜାର ହଜାର କର୍ଦମ ଆଗ୍ନେୟଗିରି ଥିବା ଅନୁମାନ କରାଯାଏ। ଏ ଭଳି ଆଗ୍ନେୟଗିରିର ଉଦ୍‌ଗିରଣ ଏତେଟା ଭୟଙ୍କର ନୁହେଁ। ସକ୍ରିୟ ହେଲେ ବି ବିଶେଷ କ୍ଷୟ-କ୍ଷତି ହୁଏନାହିଁ। ଧନ-ଜୀବନ ନଷ୍ଟ ହେବାର ଭୟ ପ୍ରାୟ ନ ଥାଏ। ଏଣୁ ଜନବସତି ଆଦି ଖାଲିକରିବା ଦରକାର ପଡ଼େନାହିଁ। ସକ୍ରିୟ ହେଲେ ହଜାର ହଜାର ଟନ୍‌ କାଦୁଅ ବାହାରେ। ବେଳେ ବେଳେ ଅଗ୍ନି-ପିଣ୍ତୁଳା ଆକାଶକୁ ଉଠିଥାଏ। ଉଦ୍‌ଗିରଣ କୋଡ଼ିଏ-ପଚିଶ ବର୍ଷରେ ଥରେ ହେଉଥିବା ଏବଂ ଦୁଇ-ତିନି ଦିନ ଭିତରେ ସରୁଥିବା ଜଣାଯାଏ।

ସମ୍ବନ୍ଧିତ ଖବର