ନାଥଓ୍ଵାଲ: କାରଗିଲ ଯୁଦ୍ଧ ପରେ ପରେସଡ଼୍ ରକ୍ଷକରେ ସହିଦ ହୋଇଥିବା ଜଣେ ସୈନିକଙ୍କ ସମ୍ପର୍କରେ ଏକ ଦୁଃଖଦ ଘଟଣା ଏବେ ଚର୍ଚ୍ଚାରେ ରହିଛି। ପାକିସ୍ଥାନଅନୁପଅବେଶକାରୀଙ୍କର କଡ଼ା ମୁକାବିଲା କରି ର୍ସବାଚ୍ଚ ବଳିଦାନ ଦେଇଥିବା ସେନା ନାୟକ କୁଳଦୀପ ସିଂହଙ୍କ ମୃତଦେହ ସେନା ପକ୍ଷରୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବାର ୩ ଦିନ ପରେ କୁଲଦୀପ ସିଂହ ପରିବାରକୁ ଲେଖିଥିବା ଶେଷ ଚିଠି ମିଳିଥିଲା। ଆଜି ବି କୁଲଦୀପଙ୍କ ସେହି ଶେଷ ଚିଠିକୁ ପଢ଼ି ଆଖିରୁ ଲୁହ ଗଡ଼ାଉଛନ୍ତି ପରିବାର ଲୋକେ।
ନାୟକ କୁଲଦୀପ ସିଂହ କାରଗିଲ ଯୁଦ୍ଧ ପରେ ପରେ କେତେକ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ବିରୋଧରେ ହୋଇଥିବା ଅପରେସନ ‘ରକ୍ଷକ’ରେ ୨୦୦୦- ମସିହା ଜୁଲାଇ ୧୩ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ। ଜୁଲାଇ ୧୬ ତାରିଖ ଦିନ ତାଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। କୁଲଦୀପଙ୍କ ଶବ ସଂସ୍କାରର ୩ ଦିନ ପରେ ତାଙ୍କ ଠାରୁ କାରଗିଲରୁ ଆସିଥିବାଏକ ଚିଠି ଘରେ ପହଞ୍ଚିିଥିଲା। କୁଲଦୀପଙ୍କ ମୃତ୍ୟୁର ୧୮ ବର୍ଷ ପରେ କୁଲଦୀପଙ୍କ ପତ୍ନୀ ମନଦୀପ ସିଂହ ତାଙ୍କ ପତିଙ୍କ ଶେଷ ଚିଠିକୁ ଅତି ଯତ୍ନର ସହିତ ରଖିବା ସହିତ ତାଙ୍କ ପାଇଁ ବ୍ୟସ୍ତ ନ ହେବାକୁ ଲେଖିଥିବା ଶେଷ ଧାଡ଼ିକୁ ପଢ଼ି ଏବେ ବି ଲୁହ ଗଡ଼ାଉଛନ୍ତି। ୧୯୮୭ ମସିହାରେ ସେନାରେ ଯୋଗ ଦେଇଥିବା କୁଲଦୀପ ଛୁଟିରୁ ଫେରି ୨୦୦୦ ମସିହା ଜାନୁଆରି ୪୫ ତାରିଖରେ ସେନାର ଉରି ସେକ୍ଟରରେ ଯୋଗ ଦେଇଥିଲୋ କୁଲଦୀପ ଜୁଲି ୧୧ ତାରିଖ ଅର୍ଥ;ାତ ମୃତ୍ୟୁର ଦୁଇ ଦିନ ପୂର୍ବରୁ ମନଦୀପଙ୍କୁ ତାଙ୍କ ଶେଷ ଚିଠିରେ ଲେଖିଥିଲେ ଯେ ଜୁଲାଇ ୧୬ ତାରିଖ ଦିନ ସେ ଛୁଟି ନେଇ ଘରେ ପହଞ୍ଚଛନ୍ତି। ଛୁଟି ମଞ୍ଜୁର ହୋଇଛି। ମାତ୍ର ସେହି ୧୬ ତାରିଖ ଦିନ କୁଲଦୀପ ଆସିଲେ, ମାତ୍ର ଜୀବନ୍ତ ନୁହେଁ, ସବୁଦିନ ପାଇଁ ଆମ ଠାରୁ ଛୁଟି ନେଇ କୁଲଦୀପଙ୍କ ମରଶରୀର ଆମ ପାଖରେ ପହଞ୍ଚିଥିଲା ବୋଲି ଲୁହ ଛଳଛଳ ଆଖିରେ ମନଦୀପ କୁହନ୍ତି।
କାରଗିଲ ଦୁଃଖ: ସହିଦଙ୍କ ଶବ ପହଞ୍ଚିବାର ୩ ଦିନ ପରେ ପରିବାରକୁ ମିଳିଥିଲା ତାଙ୍କ ଶେଷ ଚିଠି
/sambad/media/post_attachments/wp-content/uploads/2018/07/kargil-heros-lastletter.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)