ଏହି କାରଣ ପାଇଁ ମାଗଣାରେ କରୋନା ଆକ୍ରାନ୍ତଙ୍କୁ ସେବା ଯୋଗାଉଛନ୍ତି ଅଟୋ ଚାଳକ

ବେଙ୍ଗାଲୁରୁ: କରୋନା ମହାମାରୀ ସମୟରେ ଆମ୍ବୁଲାନ୍ସ ଚାଳକମାନେ ଲୋକଙ୍କୁ ଲୁଟୁଥିବାର ଅନେକ ଖବର ପୂର୍ବରୁ ସାମ୍ନାକୁ ଆସିସାରିଛି | କିଛି ବାଟ ଯିବା ପାଇଁ କରୋନା ରୋଗୀଙ୍କ ପରିବାରଠାରୁ ଆମ୍ବୁଲାନ୍ସ ଚାଳକମାନେ ହଜାର ହଜାର ଟଙ୍କା ନେବାର ଖବର ବିବାଦରେ ରହିଥିବା ବେଳେ କର୍ଣ୍ଣାଟକର ଜଣେ ଅଟୋ ଚାଳକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି |

ଆମ୍ବୁଲାନ୍ସ ସେବା ଯୋଗାଇବା କାମରେ ନିୟୋଜିତ ନଥିଲେ ମଧ୍ୟ କର୍ଣ୍ଣାଟକର ଅଟୋ ଚାଳକ ପ୍ରଶାନ୍ତ ମାଗଣାରେ କରୋନା ରୋଗୀଙ୍କୁ ସେବା ଯୋଗାଇବା ଖବର ଏବେ ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି | ତେବେ ତାଙ୍କ ମା’ କରୋନା ଆକ୍ରାନ୍ତ ହେବା ପରଠାରୁ ସେ ମାଗଣା ଅଟୋ ସେବା ଆରମ୍ଭ କରିଥିବା କହିବା ସହ ଏପର୍ଯ୍ୟନ୍ତ ୫୫ଜଣ ତାଙ୍କ ମାଗଣା ସେବାର ଲାଭ ଉଠାଇ ସାରିଥିବା ସେ କହିଛନ୍ତି |

ତାଙ୍କ କହିବା ମୁତାବକ, ମୋ ମା’ କରୋନା ଆକ୍ରାନ୍ତ ହେବା ପରେ ଯେତେବେଳେ ମୁଁ ମା’ଙ୍କୁ ମାଡିକେରୀ ଡାକ୍ତରଖାନାରେ ଭର୍ତ୍ତି କଲି, ମୁଁ ଦେଖିଲି ଯେ ପରିବହନ ସୁବିଧା ଉପଲବ୍ଧ ନହେବା ହେତୁ ଅନେକ କରୋନା ରୋଗୀ ହନ୍ତସନ୍ତ ହେଉଛନ୍ତି | ଜଣେ ସ୍କୁଲ ଶିକ୍ଷକ ଏବଂ ତାଙ୍କ ପରିବାର, ଯେଉଁମାନେ ମୋ ଘର ପାଖରେ ରୁହନ୍ତି, ସେମାନେ କରୋନା ପଜିଟିଭ୍ ହେବା ପରେ ସେମାନଙ୍କୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ମାଡିକେରୀ କୋଭିଡ ହସ୍ପିଟାଲକୁ ନେବାକୁ କେହି ଆଗକୁ ଆସିନଥିଲେ | କେହି ନଆସିବାରୁ ମୁଁ ସେମାନଙ୍କୁ ନେଇ ଡାକ୍ତରଖାନାରେ ଛାଡ଼ିଥିଲି | ଏହା ପରଠାରୁ ମୁଁ ମୋର ଏକ ହ୍ଵାଟ୍ସଆପ ଗ୍ରୁପ ତିଆରି କରି ଲୋକଙ୍କୁ ମାଗଣା ସେବା ଯୋଗାଇବା ଆରମ୍ଭ କଲି |

ସମ୍ବନ୍ଧିତ ଖବର