ଜଳମଗ୍ନ ହୋଇ ଯାଇଥିବା ରାସ୍ତାରୁ ଏଭଳି ଜଳ ନିଷ୍କାସିତ କଲେ ପୁଲିସ କର୍ମୀ, ଭାଇରାଲ ହେଲା ଭିଡିଓ

ବେଙ୍ଗାଲୁରୁ : ଟୁଇଟ୍‌ରରେ ସେୟାର କରାଯାଇଥିବା ଏକ ଭିଡିଓ ଏବେ ଭାଇରାଲ ହେବା ସହ ଲୋକଙ୍କ ହୃଦୟ ଜିତିବା ଆରମ୍ଭ କରିଛି । ଭିଡିଓରେ ଜଣେ ପୁଲିସକର୍ମୀ କିଭଳି ଭାବେ ଜଳମଗ୍ନ ରାସ୍ତାରୁ ପାଣିକୁ ଡ୍ରେନ୍‌ ଆଡ଼କୁ ନିଷ୍କାସିତ କରୁଛନ୍ତି, ତାହା ଦେଖିବାକୁ ମିଳିଛି । ଭିଡିଓଟି କେଉଁ ସମୟରେ ରେକର୍ଡ କରାଯାଇଥିଲା, ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଭିଡିଓ ଏବେ ଲୋକଙ୍କ ହୃଦୟ କିଣିବା ଆରମ୍ଭ କରିଛି ।

ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି କି, ପୁଲିସକର୍ମୀଜଣଙ୍କ ଜଳମଗ୍ନ ହୋଇ ରହିଥିବା ରାସ୍ତା କଡ଼ରେ ଠିଆ ହୋଇଛନ୍ତି । ଏହା ପରେ ଆସୁଥିବା ଗାଡ଼ିକୁ ଦେଖି ତଳକୁ ନଇଁବା ସହ ସେ ରାସ୍ତାର ପାଣିକୁ ଡ୍ରେନ୍‌ ଆଡ଼କୁ ଛାଡ଼ୁଛନ୍ତି । କିଛି ସମୟ ପରେ ରାସ୍ତାର ସବୁ ପାଣି ଡ୍ରେନ୍‌ ମଧ୍ୟକୁ ଚାଲି ଯାଉଥିବା ଦେଖାଯାଇଛି । ପୁଲିସକର୍ମୀଙ୍କ ଏଭଳି ଭିଡିଓ ଭାଇରାଲ ହେବା ପରେ ଲୋକେ ଟୁଇଟ୍‌ କରି ତାଙ୍କର ପ୍ରଶଂସା କରିବାରେ ଲାଗି ପଡ଼ିିଛନ୍ତି । ଏ ପର୍ଯ୍ୟନ୍ତ ଭିଡିଓକୁ ୩୫,୦୦୦ ଲୋକେ ଦେଖି ସାରିଥିବା ବେଳେ ୨,୦୦୦ଲାଇକ୍‌ ମିଳି ସାରିଛି ।

ସମ୍ବନ୍ଧିତ ଖବର