ହଠାତ୍‌ ବନ୍ୟା ଜଳ ଆସିଯିବାରୁ ଛାତ ଉପରେ ଆଶ୍ରୟ ନେଇଥିଲେ, ଘର ଭାଙ୍ଗିଯିବା ପରେ ଦୁଇ ଦିନ ଗଛ ଉପରେ ରହିଥିବା ଦମ୍ପତ୍ତିଙ୍କୁ ଉଦ୍ଧାର କଲା ଟିମ୍‌

ବେଙ୍ଗାଲୁରୁ : କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଜଳରେ ଘର ଭୁଷୁଡ଼ି ପଡ଼ୁଥିବା ବେଳେ ଲୋକଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଛନ୍ତି ଉଦ୍ଧାରକାରୀ ଦଳ । ତେବେ କର୍ଣ୍ଣାଟକର ବେଲଗବିରେ ଜଣେ ଦମ୍ପତ୍ତି ଦୁଇ ଦିନ ଗଛ ଉପରେ ଆଶ୍ରୟ ନେବା ପରେ ସେମାନଙ୍କୁ ଉଦ୍ଧାରକାରୀ ଟିମ୍‌ ଉଦ୍ଧାର କରିଥିବା ଜଣା ପଡ଼ିଛି । ଖବରଟି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related image
NDTV.com

ସୂଚନା ମୁତାବକ, ଦୁଇ ଦିନ ଗଛ ଉପରେ ଜଳବନ୍ଦୀ ହୋଇ ରହିଥିଲେ କଡପ୍ପା ଓ ତାଙ୍କ ପତ୍ନୀ ରତ୍ନଭା । ହଠାତ୍‌ ବନ୍ୟା ଜଳ ମାଡ଼ି ଆସିବା ପରେ ଗାଁ ଲୋକେ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିଲେ । କିନ୍ତୁ କଡ଼ପ୍ପାଙ୍କ ଗୋଡ଼ ସମସ୍ୟା ଥିବାରୁ ସେ ଏବଂ ରତ୍ନଭା ଘରୁ ବାହାରକୁ ଯାଇ ପାରି ନଥିଲେ । ପରେ ଜୀବନ ବଞ୍ଚାଇବା ପାଇଁ ଦୁହେଁ ଘରର ଛାତକୁ ଚାଲି ଯାଇଥିଲେ । କିନ୍ତୁ ପାଣିର ପ୍ରଖର ସ୍ରୋତ ପାଇଁ ଘରଟି ଭାଙ୍ଗି ଯାଇଥିଲା । ଘର ଭୁଷୁଡ଼ିବାକୁ ଯାଉଥିବା ଜାଣି ଦୁହେଁ ଘର ପାଖରେ ଥିବା ଆମ୍ବ ଘଛକୁ ଚଢ଼ି ଯାଇଥିଲେ । ଗଛ ଉପରେ ଦୁଇ ଦିନ ରହିବା ପରେ ତୃତୀୟ ଦିନ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଦୁହିଁଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର