ଶିବାମୋଗ୍ଗା: ନିଜ ଫସଲକୁ ବଞ୍ଚାଇବାକୁ ଯାଇ ଜଣେ ଚାଷୀ କରିଥିବା କାମ ଏବେ ଚର୍ଚ୍ଚାର ବିଷୟ ପାଲିଟିଛି। ମାଙ୍କଡ଼ମାନେ ଫସଲ ନଷ୍ଟ କରୁଥିବାର ଦେଖି ଘରେ ପୋଷାଥିବା କୁକୁରକୁ ବାଘ ଭଳି ରଙ୍ଗ କରିଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମାଙ୍କଡ଼ମାନଙ୍କ ପ୍ରକୋପରୁ ନିଜ ଫସଲକୁ ବଞ୍ଚାଇବା ପାଇଁ ସେ ଏଭଳି କରିଥିବା ଜଣା ପଡ଼ିଛି।

Advertisment

Image result for Karnataka farmer paints tiger stripes on dog to save crop from monkeys Bangalore Mirror

ସୂଚନା ମୁତାବକ, ୪ବର୍ଷ ତଳେ ନଲୁରୁ ଗାଁରେ ରହୁଥିବା ଶ୍ରୀକାନ୍ତ ଗୌଡ ନିଜ ଫସଲକୁ ବଞ୍ଚାଇବା ପାଇଁ ବାଘର ଏକ କଣ୍ଢେଇକୁ ରଖିବା ପରେ ମାଙ୍କଡ଼ମାନେ କଣ୍ଢେଇକୁ ଅସଲ ବାଘ ବୋଲି ଭାବି ଡ଼ରି ପଳାଇଥିଲେ। କିନ୍ତୁ ଏହି ଉପାୟ ବେଶୀ ଦିନ ପର୍ଯ୍ୟନ୍ତ ଆପଣା ଯାଇ ପାରିବ ନାହିଁ ବୋଲି ଭାବି ସେ ନିଜ କୁକୁରକୁ ଏବେ ବାଘର ଋପ ଦେବା ବିଷୟରେ ଚିନ୍ତା କରିଥିଲେ। ଯାହା ପରେ କେଶ ରଙ୍ଗ କରିବାକୁ ବ୍ୟବହାର କରାଯାଉଥିବା ରଙ୍ଗକୁ ବ୍ୟବହାର କରି ସେ ନିଜ ପୋଷା କୁକୁରକୁ ରଙ୍ଗ କରିଥିଲେ।