୩୫ ବର୍ଷ ତଳେ ବାପା ପୋତିଥିବା ପଣସ ଗଛରୁ ୧୦ ଲକ୍ଷ ଟଙ୍କା ରୋଜଗାର କରିବେ କର୍ଣ୍ଣାଟକ ଚାଷୀ

ବାଙ୍ଗାଲୁରୁ: ‘ନେଇ ଆଣି ଥୋଇ ପାରିଲେ ଚୋରି ବିଦ୍ୟା ବି ଭଲ’। ମାତ୍ର ଆମେ ଆଜି ଯେଉଁ ବିଷୟରେ ଜଣାଇବୁ ତାହା ଚୋରି ସହ ଆଦୌ ବି ତୁଳନୀୟ ନୁହେଁ। କହିବାର ଅର୍ଥ ହେଲା ଯେଉଁ ବି ପନ୍ଥା ହେଉ ମନ ଲଗାଇ ଦୃଢ଼ତାର ସହ କାର୍ଯ୍ୟ କଲେ ନିଶ୍ଚୟ ସଫଳତା ମିଳେ। କର୍ଣ୍ଣାଟକର ତୁମାକୁରୁ ଜିଲ୍ଲା ଅନ୍ତର୍ଗତ ଚେଲୁର ଗ୍ରାମର ଏସ୍‌ଏସ୍‌ ପରମେଶ ନାମକ ଜଣେ ଯୁବକ ପଣସ ଚାଷ କରି ଖୁବ୍‌ ଚର୍ଚ୍ଚାରେ। ପଣସ ଚାଷ କରି ଅବା କିଏ କାଇଁ ଚର୍ଚ୍ଚାର ରୁହନ୍ତା! ଚର୍ଚ୍ଚାରେ ରହିବାର କାରଣ ସେ ଯେଉଁ ଧରଣର ପଣସ ଚାଷ କରୁଛନ୍ତି ତାହା ସାଧାରଣ ପଣସ ପରି ନୁହେଁ। ଏହି ପଣସରେ ରହିଛି କପରି ରେଡ୍‌ ଫ୍ଲେକ୍ସ, ଯେଉଁଥିରେ ଖୁବ୍‌ ବେଶି ନ୍ୟୁଟ୍ରେସନ୍‌ ରହିଛି। ଏହି ପଣସ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ହୋଇଥିବାରୁ ବଜାରେ ଏହି ପଣସର ଚାହିଦା ଅନେକ ବେଶି।

ପରମେଶଙ୍କ ବାପା ଏସ୍‌କେ ସିଦ୍ଦାପା ୩୫ ବର୍ଷ ତଳେ ଏହି ଭିନ୍ନ କିସମର ପଣସ ଚାଷ କରିଥିଲେ। ଏହି ପଣସଗୁଡ଼ିକରେ ସେ ନାମ ଦେଇଥିଲେ ‘ସିଦ୍ଧୁ’। ପରମେଶ ମଧ୍ୟ ସେହି ନାମ ରଖିଛନ୍ତି। ପୂର୍ବରୁ ଗଛରେ ଫଳୁଥିବା ପଣସକୁ ପରମେଶ ବିକ୍ରି ନକରି ସଂପର୍କୀୟ ଏବଂ ପରିଚିତ ଲୋକଙ୍କୁ ବାଣ୍ଟି ଦେଉଥିଲେ। ଏହି ପଣସ ଗୋଟାକ ପ୍ରାୟ ୧୦-୨୦ କିଲୋ ଓଜନ ପର୍ଯ୍ୟନ୍ତ ହୋଇଥାଏ। ପରମେଶଙ୍କର ଏହି ଭିନ୍ନ ଧରଣର ଉପକାରୀ ପଣସ ଚାଷ ପାଇଁ ତାଙ୍କୁ ‘ଅନୁବଂଶିକ ବିବିଧତା ସରଂକ୍ଷକ’ ଭାବେ ନାମିତ କରାଯାଇଛି। ପରମେଶ ନିଜେ ବି ଜାଣନ୍ତିନି ଏହି ବିଭିନ୍ନ ଧରଣର ପଣସକୁ କିପରି ଚାଷ କରାଯାଏ। ବୈଜ୍ଞାନିକମାନଙ୍କ ସହାୟତାରେ ପରମେଶ ଆହୁରି ଅଧିକ ଫଳ ଫଳାଇ ପାରିବେ ବୋଲି ଚିନ୍ତା କରି ଇଣ୍ଡିଆନ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ହଟିକଲଚର ରିସର୍ଚ(ଆଇଆଇଏଚ୍‌ଆର୍‌) ତାଙ୍କ ସହ ଏକ ଦସ୍ତଖତ କରାଇଛନ୍ତି। ଆଇଆଇଏଚ୍‌ଆର ତା’ ବ୍ୟାନରରେ କେବଳ ଫଳ ବିକ୍ରି କରାଇବ ନାହିଁ ବରଂ ପରମେଶଙ୍କୁ ୭୫ ପ୍ରତିଶତ ଫସଲ ପ୍ରଦାନ କରିବ। ଆଗାମୀ ୨ ମାସ ମଧ୍ୟରେ ଏହି ବିକ୍ରି ଆରମ୍ବ ହେବ। ପାଖାପାଖି ୧୦ ଲକ୍ଷ ଟଙ୍କାର ବିକ୍ରି ହେବ ବୋଲି ଆକଳନେ କରାଯାଇଛି।

ସମ୍ବନ୍ଧିତ ଖବର