ଜୋମାଟର ଡେଲିଭରୀ ଗର୍ଲ ଭାବେ କାମ କରିବା ପରେ ଏବେ ରାଜନୀତିରେ ପାଦ ଦେଲେ ଏହି ମହିଳା, କଂଗ୍ରେସ ଦେଲା ଟିକେଟ୍

ମାଙ୍ଗାଲୁରୁ: କର୍ଣ୍ଣାଟକର ମାଙ୍ଗାଲୁରୁରେ ଜୋମାଟୋ ପାଇଁ ଡେଲିଭରୀ ଗର୍ଲ ଭାବେ କାମ କରୁଥିବା ଜଣେ ମହିଳା ଏବେ ରାଜନୀତିରେ ପାଦ ଦେଇଛନ୍ତି। ଏବେ‌ ‌ସେ ଖାଦ୍ୟ ଡେଲିଭର କରିବା ଛାଡ଼ି ଲୋକଙ୍କ ସେବା କରିବେ। ତାଙ୍କ ନାଁ ମେଘନା ଦାସ ବୋଲି ଜଣା ପଡ଼ିଥିବା ବେଳେ ତାଙ୍କୁ ମାଙ୍ଗାଲୁରୁ ନଗର ନିଗମର ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ଟିକେଟ ଦେଇଥିବା ଜଣା ପଡ଼ିଛି। ସେ ମନ୍ନାଗୁଦ୍ଦା ୱାର୍ଡ ସଂଖ୍ୟା ୨୮ରୁ ନିର୍ବାଚନ ଲଢ଼ିବେ ।

ମେଘନା ନିଜ କ୍ୟାରିୟରର ଆରମ୍ଭ ଜଣେ ଟେକ୍ନିକାଲ ଏଗଜିକ୍ୟୁଟିଭ୍ ଭାବେ କରିିଥିବା ବେଳେ ପରେ ସେ ଜୋମାଟୋରେ ଡେଲିଭରୀ ଗର୍ଲ ଭାବେ କାମ କରିବା ଆରମ୍ଭ କରିଥିଲେ। ଏବେ ସେ ଖାଦ୍ୟ ଡେଲିଭର କରିବା ଛାଡ଼ି ରାଜନୀତିରେ ପାଦ ଦେଇଛନ୍ତି। ମେଘନାଙ୍କ କହିବା ଅନୁଯାୟୀ, ମୁଁ ରାସ୍ତାର ଖରାପ ଅବସ୍ଥା ପାଇଁ ଥରେ ପଡ଼ି ଯାଇଥିଲି। ଏଠାରେ ସଡ଼କକୁ ନେଇ ସମସ୍ୟା ଥିବା ସହ ମହିଳାଙ୍କ ସୁରକ୍ଷା ମଧ୍ୟ ବଡ଼ ସମସ୍ୟା ପାଲଟିଛି। ମୁଁ ଏହି ସମସ୍ୟା ଦେଇ ଗତି କରିଛି। କାରଣ ମୁଁ ଅନେକ ଯାତ୍ରା କରିବା ସହ ଏହି ଦୁଇ ସମସ୍ୟାକୁ ଭଲ ଭାବରେ ବୁଝିଛି । ମୋର ଆଶା ମୁଁ ଲୋକମାନଙ୍କ ଏଭଳି ଅନେକ ସମସ୍ୟାକୁ ଦୂର କରି ପାରିବି। ଏବେ ମୁଁ କଂଗ୍ରେସ ଦେଇଥିବା ଟିକେଟରୁ ମନ୍ନାଗୁଦ୍ଦାରୁ ନିର୍ବାଚନ ଲଢ଼ିବି। ତେବେ ମୋତେ ନିର୍ବ‌ାଚନ ଲଢ଼ିବା ପାଇଁ ଟିକେଟ ମିଳିବ, ତାହା ମୁଁ କେବେ ଆଶା କରି ନଥିଲି।

ସମ୍ବନ୍ଧିତ ଖବର