ଅଲାପୁଝା: କେରଳର ଅଲାପୁଝା ଜିଲ୍ଲାରେ ୯୬ବର୍ଷର ବୃଦ୍ଧାଙ୍କ କମାଲା ଦେଖିବାକୁ ମିଳିଛି। କାର୍ତ୍ତିୟାନି ଆମ୍ମା ଲିଟେରେସି ପ୍ରୋଗାମ୍ ଜରିଆରେ ହୋଇଥିବା ପରୀକ୍ଷାରେ ୧୦୦ମାର୍କରୁ ୯୮ ହାସଲ କରିଛନ୍ତି। ପରୀକ୍ଷାରେ, ପଢ଼ିବା, ଲେଖିବା ଓ ମୌଖିକ ଆଦି ପ୍ରତ୍ୟେକ ପରୀକ୍ଷା ସେ ଦେଇଥିଲେ।
କେରଳ ଟେଷ୍ଟ ଲିଟରେସି ମିସନ୍ ଜରିଆରେ ଅଗଷ୍ଟରେ ଲିଟରେସି ପରୀକ୍ଷା ହୋଇଥିଲା, ଯାହାର ଫଳ ଏବେ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ପାଖାପାଖି ୪୨୯୩୩ଜଣ ପରୀକ୍ଷାର୍ଥୀ ସଫଳତା ହାସଲ କରିଛନ୍ତି। ସମସ୍ତ ପରୀକ୍ଷାର୍ଥୀ ମଧ୍ୟରୁ ଆମ୍ମା ସବୁଠାରୁ ବୟସ୍କ ପରୀକ୍ଷାର୍ଥୀ ଥିଲେ। ସେ ଯେତେବେଳେ ପରୀକ୍ଷା ଦେବା ପାଇଁ ଚେପ୍ପାଡ ସ୍କୁଲରେ ପହଞ୍ଚିିଲେ ସେଠାରେ ଉପସ୍ଥିତ ଥିବା ଅନ୍ୟମାନେ ଆମ୍ମାକୁ ଦେଖି ଆଶ୍ଚର୍ଯ୍ୟଚକିତ ହୋଇ ରହି ଯାଇଥିଲେ।
ଆମ୍ମାଙ୍କ କହନ୍ତି, ସେ ଛଅ ମାସ ପୂର୍ବରୁ ରାଜ୍ୟର ସାକ୍ଷରତ ଅଭିଯାନ ଲିଟରେସି ପରୀକ୍ଷା ପାଇଁ ନିଜେ ଯାଇ ନାମ ପଞ୍ଜିକରଣ କରିଥିଲେ। ଏହାପରେ ସେ ପାଠପଢ଼ା ଆରମ୍ଭ କରି ଦେଇଥିଲେ। ଆମ୍ମା କେରଳରେ ସବୁଠାରୁ ବୟସ୍କ ସାକ୍ଷର ଥିବା ମହିଳା ଅଟନ୍ତି। ଆମ୍ମାକୁ ଦେଖି ୯୦ବର୍ଷ ବୟସରେ ପଦାର୍ପଣ କରିଥିବା ଆହୁରି ୩୦ଜଣ ବୃଦ୍ଧ/ବୃଦ୍ଧା ନିଜ ନାମ ରେଜିଷ୍ଟ୍ରେସନ୍ କରି ପାଠପଢ଼ିବା ଆରମ୍ଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/xamma-1540987600.jpg.pagespeed.ic_.nBcx76tRJy.jpg)