‘କାସୁବିର ସମାଧି‘ ବୁଗାଣ୍ତା ରାଜବ˚ଶଜଙ୍କ ସମାଧି ସ୍ଥଳୀ ପାଇଁ ପ୍ରସିଦ୍ଧ, ଏହା  କାଠ, ଛଣ ଆଦିରେ ତିଆରି

ଉଗାଣ୍ତାର ରାଜଧାନୀ କା˚ପାଲା ଅନ୍ତର୍ଗତ କାସୁବି, ବୁଗାଣ୍ତା ରାଜବ˚ଶଜଙ୍କ ସମାଧି ସ୍ଥଳୀ ପାଇଁ ପ୍ରସିଦ୍ଧ। ରାଜକୀୟ କବରସ୍ତାନର ନିର୍ମାଣ ୧୮୮୨ରେ ହୋଇଥିଲା। ଏବେ ସେଠାରେ ଚାରି ଜଣ ରାଜାଙ୍କର ସମାଧି ରହିଛି। ମୁଖ୍ୟ ସମାଧି କାଠ, ଛଣ ଆଦିରେ ତିଆରି। କାସୁବି ୨୦୦୧ରେ ବିଶ୍ବ ଐତିହ୍ୟର ମାନ୍ୟତା ପାଇଥିଲା। ୨୦୧୦ରେ ଅଗ୍ନିକାଣ୍ତ ଘଟି ସମାଧି ସ୍ଥଳୀର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଅଗ୍ନିକାଣ୍ତର କାରଣ ଏ ପର୍ଯ୍ୟନ୍ତ ରହସ୍ୟମୟ ହୋଇରହିଛି। ସରକାରୀ ତଥା ବେସରକାରୀ ଭାବେ ଚାଲିଥିବା ଅନୁସନ୍ଧାନ ଏ ଯାଏ ସରିନାହିଁ। ଅଗ୍ନିକାଣ୍ତକୁ ନେଇ ସେତେ ବେଳେ ଦଙ୍ଗା ସୃଷ୍ଟି ହୋଇଥିଲା। ଦଙ୍ଗାରେ ପାଞ୍ଚ ଜଣଙ୍କର ଜୀବନ ଯାଇଥିଲା। ୨୦୧୪ରେ ଜାପାନ ସରକାରଙ୍କ ଆର୍ଥିକ ସହାୟତାରେ ସମାଧି ସ୍ଥଳୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୦ରେ କାସୁବି, ବିପଦରେ ଥିବା ବିଶ୍ବ ଐତିହ୍ୟ ଘୋଷିତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ, କାସୁବି ସମାଧି ସ୍ଥଳୀକୁ ଉଗାଣ୍ତାର ବାଗାଣ୍ତା ସ˚ପ୍ରଦାୟର ଅଧିବାସୀମାନେ ଅତି ପବିତ୍ର ମନେକରନ୍ତି। ଏହା ସେମାନଙ୍କ ପାଇଁ ଏକ ଆଧ୍ୟାତ୍ମିକ ତଥା ରାଜନୈତିକ ସ୍ଥଳୀ। ସେମାନେ ରାଜଭକ୍ତ ପ୍ରଜା। ବୁଗାଣ୍ତା ରାଜବ˚ଶ ଏବେ ବି ତିଷ୍ଠିରହିଛି। ଉଗାଣ୍ତା ରାଜନୀତିରେ ଏହି ରାଜବ˚ଶର ଯଥେଷ୍ଟ ପ୍ରଭାବ ରହିଛି।

ସମ୍ବନ୍ଧିତ ଖବର