ସିକନ୍ଦରଙ୍କ ସବୁଠାରୁ ବଡ଼ ପ୍ରତିଦ୍ବନ୍ଦ୍ବୀ କୌଣସି ରାଜା ବା ସମ୍ରାଟ ନ ଥିଲେ। ତାଙ୍କର ସବୁଠାରୁ ବଡ଼ ପ୍ରତିଦ୍ବନ୍ଦ୍ବୀ ଥିଲେ ଡିଓଜିନସ, ଜଣେ ଦାର୍ଶନିକ। ନଦୀ କୂଳରେ ଗୋଟିଏ ନୂଆଁଣିଆ ଚାଳ ତଳେ ଜଣେ ପାଗଳ ଭିକାରି ଭଳି ରହୁଥିଲେ। ଅଧିକାଂଶ ସମୟରେ ସେ ନଦୀ କୂଳରେ ଚାରି କାତ ମେଲାଇ ପଡ଼ିଥିବାର ଦେଖିବାକୁ ମିଳୁଥିଲା।
ଦିନେ ସିକନ୍ଦରଙ୍କ ସହିତ ସାକ୍ଷାତ ହୋଇଗଲା ଡିଓଜିନସଙ୍କର। ସିକନ୍ଦର କହିଲେ- ଡିଓଜିନସ, ମୁଁ ହେଉଛି ସମ୍ରାଟ ଆଲେକଜାଣ୍ଡର। ମୁଁ ହେଉଛି ସମସ୍ତଙ୍କର ପ୍ରଭୁ। ଏ ସାମ୍ରାଜ୍ୟର ପ୍ରଭୁ। ମୁଁ ହେଉଛି ମାଲିକ।
ଡିଓଜିନସ ଅଟ୍ଟହାସ୍ୟ କରି ଉଠିଲେ। ସେ କହିଲେ- କୋଉଠିକାର ମାଲିକ? କାହାର ମାଲିକ? ତୁମେ କହିଲ ଦେଖି ତୁମେ ତୁମ ଇଚ୍ଛାର ମାଲିକ ହୋଇପାରିଛ କି? ସିକନ୍ଦର କ୍ଷଣେ ଭାବିଲେ ଓ କହିଲେ- ମୁଁ ମୋର ଇଚ୍ଛାର ମଧ୍ୟ ମାଲିକ। ଇଚ୍ଛାର ମାଲିକ ବୋଲି ତ ଦିଗ୍ବିଜୟ କରିବାର ଇଚ୍ଛା କରି ସାରା ଜଗତ୍ ଜିଣିଲି।
ଡିଓଜିନସ ଆହୁରି ଜୋରରେ ହସିଲେ ଓ କହିଲେ- ସିକନ୍ଦର ଟିକେ ଭାବି ଦେଖ ତ ତୁମେ ପ୍ରକୃତରେ ତୁମ ଇଚ୍ଛାର ମାଲିକ ନା ତୁମେ ନିଜ ଇଚ୍ଛାର ଦାସ? ଇଚ୍ଛାର ମାଲିକ ତୁମେ ସେହି ଦିନ ହେବ, ଯେଉଁ ଦିନ ତୁମେ ରାଜପଦ ଓ ସିିଂହାସନକୁ ତୁଚ୍ଛ କରି ପାରିବ। ଏବେ ତୁମେ ନିଜ ଇଚ୍ଛାର ଅଧୀନରେ। ଯେଉଁ ଦିନ ଇଚ୍ଛାକୁ ନିଜ ଅଧୀନକୁ ଆଣି ପାରିବ ସେ ଦିନ ହୁଏତ ତୁମେ ସବୁ କିଛି ଛାଡ଼ି ଏଠାକୁ ଆସି ମୋ ଭଳି ଏ ଚାଳ ତଳେ ଆନନ୍ଦରେ ରହିବ!
କଥାଟିଏ-ଯାଯାବର: ଇଚ୍ଛାର ଅଧୀନ
ସିକନ୍ଦରଙ୍କ ସବୁଠାରୁ ବଡ଼ ପ୍ରତିଦ୍ବନ୍ଦ୍ବୀ କୌଣସି ରାଜା ବା ସମ୍ରାଟ ନ ଥିଲେ। ତାଙ୍କର ସବୁଠାରୁ ବଡ଼ ପ୍ରତିଦ୍ବନ୍ଦ୍ବୀ ଥିଲେ ଡିଓଜିନସ, ଜଣେ ଦାର୍ଶନିକ। ନଦୀ କୂଳରେ ଗୋଟିଏ ନୂଆଁଣିଆ ଚାଳ ତଳେ ଜଣେ ପାଗଳ ଭିକାରି ଭଳି ରହୁଥିଲେ।
/sambad/media/media_files/4gXaeJpVRwjMhCybVeWv.jpg)