ଥରେ ରାଜା ଜଣେ କବିଙ୍କୁ ପୁରସ୍କୃତ କରିବା ଲାଗି ସ୍ଥିର କଲେ। କେଉଁ ଏକ ନିଭୃତ ସ୍ଥାନରେ ରହି ସେ କବିତା ଲେଖୁଥିଲେ, ଅଥଚ ତାଙ୍କ ଉପରେ ପ୍ରସିଦ୍ଧିର ଆଲୋକ ପଡ଼ି ନ ଥିଲା। କିନ୍ତୁ କଥା ହେଲା, ସେହି କବିଙ୍କ ନାମ ଘୋଷଣା ହେବା ମାତ୍ରକେ ଜଣେ ଅମାତ୍ୟ ଯାହା କହିଲେ ସେଥିରେ ଦରବାରରେ ଗୁଂଜରଣ ଖେଳିଗଲା।
ରାଜା ଅମାତ୍ୟଙ୍କୁ ପଚାରିଲେ- ମୋର ଏ ପ୍ରସ୍ତାବରେ ତୁମର ଆପତ୍ତି ଅଛି କି?
ଅମାତ୍ୟ କହିଲେ- ଆପଣ ଯାହାଙ୍କ ନାମର ପ୍ରସ୍ତାବ ଦେଲେ, ସେ ଏକଦା ଗୁରୁ ଆଶ୍ରମରେ ମୋର ସହପାଠୀ ଥିଲେ। ବାଲ୍ୟ କାଳରୁ ସେ କବିତା ଲେଖି ଆସୁଛନ୍ତି ନିଶ୍ଚୟ। କିନ୍ତୁ କଥା ହେଲା, ସେ ତରୁଣ ଭାବେ ଯେତେବେଳେ କବିତା ଲେଖୁଥିଲେ, ସେତେବେଳେ ତାଙ୍କ ଠାରୁ ବହୁତ ଭଲ କବିତା ଲେଖୁଥିବା ତରୁଣ ବି ଥିଲେ। ମୁଁ ଭାବୁଛି ରାଜା ଯଦି ପୁରସ୍କାର ଓ ସମ୍ମାନ ଦେବେ, ତାହା ହେଲେ ଅଧିକ ଖୋଜାଲୋଡ଼ା କରାଯାଉ। ପ୍ରକୃତ ପ୍ରତିଭାବାନ କବିଙ୍କୁ ବଛାଯାଉ।
ମନ୍ତ୍ରୀ ଏହା ଶୁଣି ଅମାତ୍ୟଙ୍କୁ କହିଲେ- ଆପଣ ଯାହା କହୁଛନ୍ତି ତାହା ସତ। କିନ୍ତୁ କଥା ହେଲା, ତାରୁଣ୍ୟରେ ଊଣାଅଧିକେ ସମସ୍ତେ କବିତା ଲେଖନ୍ତି। କିନ୍ତୁ ଜଣେ ଦୁଇ ଜଣଙ୍କୁ ଛାଡ଼ିଦେଲେ ଅବଶିଷ୍ଟ କବିତା ଲେଖା ଛାଡ଼ି ଦିଅନ୍ତି। ତେଣୁ, ତାରୁଣ୍ୟର କବିତା ଲେଖା ଅଭ୍ୟାସରେ ଲାଗି ରହିବା ହେଉଛି ସବୁଠାରୁ ବଡ଼ କଥା। ପୁଣି ଆହୁରି ବଡ଼ କଥା ହେଲା ନିଭୃତରେ ରହି ପୁରସ୍କାର କି ଯଶ ନ ପାଇ କବିତା ଲେଖି ଚାଲିବାର ଅର୍ଥ ହେଲା ସେ ଜଣେ ସାଧକ, ଯିଏ କବିତା ଲେଖାକୁ ଏକ ଈଶ୍ବରୀୟ ଆଶୀର୍ବାଦ ବୋଲି ମଣି ସେଥିରେ ନିମଗ୍ନ ଥାଏ। ରାଜା େସହି ଦୃଷ୍ଟିରୁ ସାଧନାକୁ ସମ୍ମାନିତ କରିବାକୁ ଚାହାନ୍ତି।
କଥାଟିଏ-ଯାଯାବର: ସାଧନାକୁ ସମ୍ମାନ
ଥରେ ରାଜା ଜଣେ କବିଙ୍କୁ ପୁରସ୍କୃତ କରିବା ଲାଗି ସ୍ଥିର କଲେ। କେଉଁ ଏକ ନିଭୃତ ସ୍ଥାନରେ ରହି ସେ କବିତା ଲେଖୁଥିଲେ, ଅଥଚ ତାଙ୍କ ଉପରେ ପ୍ରସିଦ୍ଧିର ଆଲୋକ ପଡ଼ି ନ ଥିଲା। କିନ୍ତୁ କଥା ହେଲା, ସେହି କବିଙ୍କ ନାମ ଘୋଷଣା ହେବା....
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)