ମୁମ୍ବାଇ: ‘କୌନ୍ ବନେଗା କରୋଡ଼ପତି’ ଏକ ଏପରି ସୋ’ ଯାହାକୁ ଲୋକେ ବର୍ଷ ସାରା ଅପେକ୍ଷା କରି ରହିଥାନ୍ତି। ମେଗା ଷ୍ଟାର୍ ଅମିତାଭ ବଚ୍ଚନ ହୋଷ୍ଟିଂ କରୁଥିବା ଏହି ସୋ’ଟି କେବଳ ଲୋକଙ୍କ ଜ୍ଞାନ ବଢ଼ାଏନି ବରଂ ପ୍ରତିଯୋଗୀଙ୍କ ଜୀବନକୁ ବି ବଦଳାଇ ଦିଏ। ଆସନ୍ତା ୭ ତାରିଖରୁ କେବିସିର ନୂଆ ସିଜନ୍ ଆରମ୍ଭ ହେବାକୁ ଯାଉଛି। ମାତ୍ର ତାପୂର୍ବରୁ ଆମେ ଆଜି କହିବୁ ସେହି କୁନି ପିଲା ବିଷୟରେ, ଯିଏକି କେବଳ ବଚ୍ଚନ ସାହେବଙ୍କ କେବିସିରେ ୧ କୋଟି ଜିତନଥିଲେ। ବରଂ ଆଜି ଜଣେ ଆଇପିଏସ୍ ଅଧିକାରୀ ଭାବେ ପରିଚିତ।
ଆପଣଙ୍କର ମନେଥିବ ଯେ ୨୦୦୧ ମସିହାରେ ‘କେବିସି ଜୁନିୟର୍’ରେ ୧୪ ବର୍ଷୀୟ ରବି ସୈନୀ କେବିସି ହଟ୍ ସିଟ୍ରେ ବସି ସଭିଙ୍କୁ ଚକିତ କରି ଦେଇଥିଲେ। ସେ ୧୫ଟି ପ୍ରଶ୍ନର ଠିକ୍ ଠିକ୍ ଉତ୍ତର ଦେଇ ୧ କୋଟି ଟଙ୍କା ଜିତି ଯାଇଥିଲେ। ୧ କୋଟି ଟଙ୍କା ଜିତିଥିବା ରବି ପଢ଼ାପଢ଼ିରେ ଖୁବ୍ ଭଲ।ସେହି କାରଣରୁ ସେ ୟୁପିଏସ୍ସି ପ୍ରସ୍ତୁତିର ଆହୁରି ନିକଟତର ହୋଇଗଲେ। ଏବେ ସେ ଜଣେ ଆଇପିଏସ୍ ଅଧିକାରୀ ଭାବେ ଦେଶର ସେବା କରୁଛନ୍ତି।
ସେ କେବିସିରେ ନଜର ଆସିଥିବା ବେଳେ କହିଥିଲେ ଯେ କେବିସିକୁ ସେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଆସିଥିଲେ। ବାସ୍ତବରେ ତାଙ୍କ ଉଦ୍ଦେଶ୍ୟ ଥିଲା ବଚ୍ଚନ ସାହବଙ୍କୁ ଭେଟିବା। କେବିସିକୁ ଆସିବା ପରେ ତାଙ୍କ ଆତ୍ମବଳ ଆହୁରି ଦୃଢ଼ ହୋଇଥିବା କଥା ସେ ସ୍ବୀକାର କରିଥିଲେ।