ମୃତ ଭାବି ଅନ୍ତିମ ସତ୍କାର କରି ଦେଇଥିଲେ ପରିବାର ଲୋକ, ୪୦ ଦିନରେ ଘରକୁ ଫେରିଲା ପୁଅ

ଲକ୍ଷ୍ନୌ: ଉତ୍ତରପ୍ରଦେଶର କୌସାମ୍ବୀ ଜିଲ୍ଳାରେ ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକଙ୍କୁ  ମୃତ ଭାବି ଘର ଲୋକ ଅନ୍ତିମ ସତ୍କାର କରି ‌ଦେଇଥିବା ବେଳେ ଯୁବକ ଜଣକ ଜୀବିତ ଥିବା ପରବର୍ତ୍ତୀ ମୁହୂର୍ତ୍ତରେ ଜାଣିବାକୁ ମିଳିଛି।

ଘଟଣାଟି ହେଉଛି ଏପରି, ଏକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଜଣେ ଯୁୁବକଙ୍କୁ ଏକ ମୁସ୍‌ଲମାନ ପରିବାର ତାଙ୍କ ପୁଅ ରମଜାନ ବୋଲି କହି ତାଙ୍କର ଅନ୍ତିମ ସତ୍କାର କରିଥିବା ବେଳେ ଏକ ହିନ୍ଦୁ ପରିବାର କିଛି ଦିନ ପରେ ସେହି ମୃତଦେହଟି ତାଙ୍କ ପୁଅର ବୋଲି ଦ‌ାବି କରିଥିଲେ। ମୃତଦେହଟି ପ୍ରକୃତରେ କାହାର ବୋଲି ପୁଲିସ୍‌ ଜାଣିବା ପାଇଁ ଡିଏନ୍‌ଏ ଟେଷ୍ଟ୍‌ କରିବାକୁ ଗାତ ଖୋଳି ନମୁନା ବି ସଂଗ୍ରହ କରିଛି। ମାତ୍ର ଏହାରି ଭିତରେ ନିଜ ଘରକୁ ଫେରିଛନ୍ତି ମୁସ୍‌ଲମାନ ଯୁବକ ରମ୍‌ଜାନ।

ରମଜାନ କହିଛନ୍ତି ଯେ ରୋଜଗାର ନଥିବାରୁ ତାଙ୍କ ବାପାମାଆ ତାଙ୍କୁ ଅନେକ କଥା ଶୁଣାଉଥିଲେ। ସେଇଥି ପାଇଁ ସେ ୨ ମାସ ତଳେ ଘର ଛାଡ଼ି କାମ କରିବାକୁ ପ୍ରୟାଗରାଜ ପଳାଇଥିଲେ। ସେଠାରେ କାମ ବି କରିବାକୁ ଲାଗିଲେ। ତାଙ୍କ ନିକଟରେ ମୋବାଇଲ୍‌ ଫୋନ୍‌ ନଥିବାରୁ ସେ ଘର ଲୋକଙ୍କ ସହ ଯୋଗାଯୋଗ କରିପାରୁନଥିଲେ। ମାତ୍ର କିଛି ଦିନ ତଳେ ଗାଁର ଜଣେ ବ୍ୟକ୍ତି ସହରରେ ରମଜାନଙ୍କୁ ଦେଖି ଚକିତ ହେବା ସହ ତାଙ୍କୁ ପୂରା ଘଟଣା କହିଥିଲେ। ସବୁ କଥା ଶୁଣିବା ପରେ ରମଜାନ ଘରେ ପହଞ୍ଚିଲେ ଓ ଗାଁ ଲୋକ ତାଙ୍କୁ ଦେଖି ଚକିତ ହୋଇଗଲେ। ଘରେ ତାଙ୍କୁ ମୃତ ବୋଲି ଭାବି ତାଙ୍କର ସୁଦ୍ଧି କର୍ମ କରିବାର ୪୦ ଦିନରେ ସେ ନିଜ ଘରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର