ସୁରକ୍ଷିତ ମାତୃତ୍ୱ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ସରକାରୀ ଡାକ୍ତରଖାନାରେ ସ୍ତ୍ରୀଙ୍କ ପ୍ରସବ କରାଇଲେ ଆଇଏଏସ୍ ଅଧିକାରୀ!

ବେସରକାରୀ ଡାକ୍ତରଖାନାକୁ ଛାଡ଼ି ସରକାରୀ ଡାକ୍ତରଖାନାରେ ସ୍ତ୍ରୀଙ୍କ ପ୍ରସବ କରାଇଲେ ଆଇଏଏସ୍ ଅଧିକାରୀ ତଥା ଜିଲ୍ଲାଧୀକାରୀ । ଏକଥା ଶୁଣି ଯିଏ ହେଲେ ଆଶ୍ଚର୍ଯ୍ୟ ହେବ । ଆଜିକାଲି ସମସ୍ତେ ରୋଗୀଙ୍କୁ ସରକାରୀ ଡାକ୍ତରଖାନା ଅପେକ୍ଷା ବେସରକାରୀ ଡାକ୍ତରଖାନାକୁ ନେବାପାଇଁ ଅଧିକ ପସନ୍ଦ କରୁଛନ୍ତି । କାରଣ ସମସ୍ତେ ଜାଣନ୍ତି ସରକାରୀ ଡାକ୍ତରଖାନାରେ ସମସ୍ତ ସୁବିଧା ସୁଯୋଗ ନଥାଏ । ସେଥିପାଇଁ ବଡ଼ବଡ଼ିଆ ଲୋକେ ନର୍ସିଂହୋମରେ ପ୍ରସବ କରାଇବା ପାଇଁ ଚାହାନ୍ତି ।

କିନ୍ତୁ ଲୋକଙ୍କୁ ସଚେତନ କରିବା ପାଇଁ ମଧ୍ୟପ୍ରଦେଶ କୌଶାମ୍ବୀ ଜିଲ୍ଲାର ଜିଲ୍ଲାଧୀକାରୀ ମନୀଷ କୁମାର ବର୍ମା କିଛି ଅଲଗା କରିଛନ୍ତି । ସେ ତାଙ୍କ ସ୍ତ୍ରୀଙ୍କ ପ୍ରସବ ଜିଲ୍ଲା ଡାକ୍ତରଖାନାରେ କରାଇଛନ୍ତି । ଆଉ ସେଠାରେ ତାଙ୍କ ସ୍ତ୍ରୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ।

ଆଇଏଏସ୍ ମନୀଷ କୁମାର ବର୍ମା ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନାର ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ଏପରି ନିଆରା ପ୍ରୟାସ କରିଛନ୍ତି । ଯଦ୍ୱାରା ସାଧାରଣ ଲୋକେ ସରକାରୀ ଡାକ୍ତରଖାନା ଉପରେ ଭରସା କରିବେ । ସେ କହିଛନ୍ତି ସରକାରୀ ମେଡ଼ିକାଲରେ ମଧ୍ୟ ସୁରକ୍ଷିତ ଭାବେ ସନ୍ତାନ ପ୍ରସବ କରାଇହେବ । ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା ଅନୁସାରେ ପ୍ରସବ କରାଇଲେ ଉପକୃତ ହୋଇପାରିବେ ବୋଲି ମଧ୍ୟ ପରାମର୍ଶ ଦେଇଛନ୍ତି । ଆଇଏଏସଙ୍କ ଏହି ନିଆରା ପ୍ରୟାସ ଯୋଗୁଁ ସମସ୍ତଙ୍କୁ ସଚେତନ କରାଇବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର