ଇଣ୍ଡିଆ ଟିଭି ଇଣ୍ଡଷ୍ଟ୍ରିଜର ସବୁଠାରୁ ବଡ ଟିଭି କୁଇଜ କୌନ ବନେଗା କରୋଡପତି ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। କେବିସିର ୧୦ମ ସିଜିନ ଆରମ୍ଭ ହେବା ନେଇ ଘୋଷଣା ଖୁବ ଶୀଘ୍ର କରାଯିବ। କିନ୍ତୁ ଏହା ପୂର୍ବରୁ କେବିସିର ଫ୍ୟାନ୍ସ ଘର ବେଠେ ଜିତୋ ଜ୍ୟାକପଟ୍ ପ୍ରଶ୍ନରେ ପ୍ରତିଦିନ ଘରେ ବସି ୧ ଲକ୍ଷ ଟଙ୍କାର ପୁରସ୍କାର ଜିତିପାରିବେ।
କେବିସିର ୱେବସାଇଟରେ ଘରେ ବସି ଜ୍ୟାକପଟ୍ ଜିତିବା ପାଇଁ ୟୁଜର୍ସ ମାନଙ୍କୁ ପ୍ରତିଦିନ ଗୋଟିଏ ପ୍ରଶ୍ନ କରାଯାଇଥାଏ। ଆଉ ଯାହାର ଉତ୍ତର ଦେଇ ଭାଗ୍ୟଶାଳୀ ବିଜେତା ୧ ଲକ୍ଷ ଟଙ୍କାର ଧନରାଶି ଜିତିପାରିବେ।
କେବେ ଆରମ୍ଭ ହେବ କେବିସି ୧୦ ?
ଏହି ସୋ ଖୁବ ଶୀଘ୍ର ଏହି ବର୍ଷ ଅଗଷ୍ଟ କିମ୍ବା ସେପ୍ଟେଟର ମାସରେ ସୋନି ଟିଭିରେ ପ୍ରସାରିତ ହେବ। ରେଜିଷ୍ଟ୍ରେସନ ତାରିଖ ଖୁବ ଶୀଘ୍ର କେବିସିର ଅଫିସିଆଲ ୱେବସାଇଟ୍ ରେ ଘୋଷଣା କରାଯିବ। ଏହି ସୋ ର ଅଡିସନ ପ୍ରକ୍ରିୟା ମଧ୍ୟ ବହୁତ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ୱେବସାଇଟରେ ଆସୁଥିବା ଅପଡେଟ୍ ଉପରେ ଧ୍ୟାନ ରଖିଥାନ୍ତୁ ।
କେମିତି ଖେଳିବେ ଘର ବେଠେ ଜିତୋ ଜ୍ୟାକପଟ୍ :
kbc-sonyliv.in ୱେବସାଇଟରେ ହୋମ ଅପସନରେ ଦିଆଯାଇଥିବା Baithe Jeeto Jackpot ଅପସନରେ କ୍ଲିକ କରନ୍ତୁ। ପ୍ରତିଦିନ ଡେଟଲାଇନ ଏବଂ ସମୟର ଡେଡଲାଇନ ସହ ଗୋଟିଏ ପ୍ରଶ୍ନ ଦିଆଯାଇଥାଏ। ଯେପରିକି ୩୦ ମାର୍ଚ୍ଚ, ୨୦୧୮ର ପ୍ରଶ୍ନ ହେଉଛି, ୧୫ ଜାନୁଆରୀ କେଉଁ ଦିନ ରୂପରେ ପାଳନ କରାଯାଇଥାଏ ? ଉତ୍ତର ପାଇଁ ଏଥିରେ ଅପସନ ମଧ୍ୟ ଦିଆଯାଇଥାଏ। ସଠିକ ଉତ୍ତରରେ କ୍ଲିକ କଲା ପରେ ତଳେ ଦିଆଯାଇଥିବା ବ୍ଲକ୍ସରେ ୟୁଜର୍ସଙ୍କୁ ନିଜର ପରିଚୟ ଏବଂ ତଥ୍ୟ ଦେବାକୁ ପଡିବ। ଏଥିରେ ଆପଣଙ୍କ ନାମ, ଇମେଲ ଆଇଡି, ଫୋନ ନମ୍ବର ଏବଂ ଆପଣଙ୍କ ଠିକଣା ଦେବା ପରେ ହିଁ ଆପଣଙ୍କ ଉତ୍ତର ପଠାଇପାରିବେ।
କେବିସି ୧୦ର ରେଜିଷ୍ଟ୍ରେସନର ପ୍ରକ୍ରିୟା ଖୁବ ଶୀଘ୍ର ଘୋଷଣା କରାଯିବ। କେବିସି ସିଜିନ ୧୦ର ରେଜିଷ୍ଟ୍ରେସନ ଫର୍ମ ପୂରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ପ୍ରୋସେସ :
୧. ପ୍ରଥମେ ଆଶାୟୀଙ୍କୁ କିଏ ହେବ କରୋଡପତିର ଅଫିସିଆଲ ୱେବସାଇଟ kbc.sonyliv.comରେ ଯିବାକୁ ପଡିବ।
୨. କେବିସି ରେଜିଷ୍ଟ୍ରେସନ ୨୦୧୮ର ଅଫିସିଆଲ ଲିଙ୍କ୍ ସର୍ଚ୍ଚ କରନ୍ତୁ ଏବଂ open ବଟନ ରେ କ୍ଲିକ୍ କରନ୍ତୁ।
୩.ଏବେ ରେଜିଷ୍ଟ୍ରେସନ ଫର୍ମ ଆପଣଙ୍କ ସାମ୍ନାରେ ଦେଖାଯିବ।
୪.ଏହି ଫର୍ମଟିକୁ ଧ୍ୟାନର ସହ ପୂରଣ କରନ୍ତୁ ଏବଂ submit ବଟନ ଉପରେ କ୍ଲିକ କରନ୍ତୁ। submit ବଟନ ଉପରେ କ୍ଲିକ କରିବା ପରେ ଆପଣ ଆପଣଙ୍କ ସ୍କ୍ରିନ୍ ଉପରେ ଏକ ମେସେଜ ଦେଖିପାରିବେ ଯେ, ଆପଣଙ୍କ ରେଜିଷ୍ଟ୍ରେସନ ପୂରଣ ହୋଇଗଲା।
ଅଫଲାଇନରେ ମଧ୍ୟ କରିପାରିବେ ଆବେଦନ :
କେବିସି ୨୦୧୮ ସିଜିନ ୧୦ ପାଇଁ ରେଜିଷ୍ଟ୍ରେସନ ଆବେଦନ ଅନଲାଇନ ସହ ଅଫଲାଇନରେ ମଧ୍ୟ କରିପାରିବେ। ସୋ’ରେ ସାମିଲ ହେବା ପାଇଁ ଆଶାୟୀ ନିମ୍ନରେ ଦିଆଯାଇଥିବା ଅଫଲାଇନ୍ ପ୍ରକ୍ରିୟାରୁ ଯେକୌଣସି ପ୍ରକ୍ରିୟା ବ୍ୟବହାର କରିପାରିବେ।
୧. ପ୍ରତିଯୋଗୀ ଆଇବିଆର ଦ୍ୱାରା ଆବେଦନ କରିପାରିବେ।
୨. ସରକାରୀ ବିଜ୍ଞପ୍ତିର ଉପଯୋଗ କରି ମଧ୍ୟ ଆବେଦନ କରିପାରିବେ।
୩. ଇଚ୍ଛୁକ ଆଶାୟୀ ଏସଏମଏସ ଦ୍ୱାରା ମଧ୍ୟ ଆବେଦନ କରିପାରିବେ।
କେବିସି ୧୦, ୨୦୧୮ର ଲାଇଫଲାଇନ :
ଏଥର ସୋ ରେ ଚାରି ପ୍ରକାର ଲାଇଫଲାଇନ୍ ପ୍ରତିଯୋଗୀମାନଙ୍କୁ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବାରେ ସାହାଯ୍ୟ କରିବ।
୧. ଅଡିଏନ୍ସ ଭୋଟ
୨. ୫୦-୫୦
୩. ଫୋନ ଏ ଫ୍ରେଣ୍ଡ
୪. ପାର୍ଟନର