ଚଳନ୍ତା କାରରୁ ଖସି ପଡ଼ିଲା ଶିଶୁ, ଆଇପିଏସ୍‌ ଅଫିସର ସେୟାର କଲେ ଲୋମଟାଙ୍କୁରା ଘଟଣାର ଭିଡିଓ

ନୂଆଦିଲ୍ଲୀ: ଟୁଇଟରରେ ସେୟାର ହୋଇଥିବା ଏକ ଲୋମଟାଙ୍କୁରା ଘଟଣାର ଭିଡିଓ ସୋସିଆଲ ମିଡିଆର ଭାଇରାଲ ହୋଇଛି। ଯାହାକୁ ଦେଖି ଆପଣ ବି ସ୍ତବ୍ଧ ହୋଇଯିବେ। ଏବଂ ଯାତ୍ରା ସମୟରେ ଗାଡ଼ିର ଚାଇଲ୍ଡ ଲକ୍‌ ଓ ବେଲଟ୍‌ କେତେ ଆବଶ୍ୟକ ତାହା ଚିନ୍ତା କରିବାକୁ ବାଧ୍ୟ ହେବେ।

ସୋସିଆଲ ମିଡିଆରେ ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି, ଗୋଟିଏ ଧଳା ରଙ୍ଗର କାରଟି ରାସ୍ତରେ ଯାଉଥିବା ସମୟରେ ଏକ ବୁଲାଣି ପଡ଼ୁଛି। କାରଟି ଯେମିତି ସେହି ବୁଲାଣି ମୋଡ଼ୁଛି ହଠାତ ଗାଡ଼ିର ପଛପାର୍ଶ୍ୱରେ ଥିବା ଡାହାଣ ଦ୍ୱାରଟି ଖୋଲି ଯାଉଛି, ଏବଂ ଶିଶୁଟି ହଠାତ ସେଥିରୁ ବାହାରି ରାସ୍ତାକୁ ଛିଟିକି ପଡ଼ୁଛି। ଏହି ସମୟରେ ଉକ୍ତ କାର ପଛପାର୍ଶ୍ୱରୁ ଏକ ପିକ୍‌-ଅପ୍‌ ଭ୍ୟାନ୍‌ ସହିତ ସାମ୍ନାପାର୍ଶ୍ୱରୁ ଏକ ବସ୍‌ ବି ଚାଲି ଆସୁଛି। କିନ୍ତୁ ସୌଭାଗ୍ୟବଶତଃ ଦୁଇଟି ଗାଡ଼ିର ବେଗ ଧୀର ଥିବାରୁ ଚାଳକ ଏହି ଘଟଣା ଦେଖି ଗାଡ଼ିକୁ ଆୟତ୍ତକୁ ଆଣି ରାସ୍ତାରେ ଅଟକାଇ ଦେଉଛନ୍ତି।

IPS अफसर ने शेयर किया दिल दहला देने वाला Video, चलती कार से गिरा बच्चा और फिर...
https://khabar.ndtv.com/

କଥାରେ ଥିବା ଭଳି ‘ଯାହାକୁ ରଖିବ ଅନନ୍ତ କି କରି ପାରେ ବଳବନ୍ତ’ ଉକ୍ତିର ଯାର୍ଥାତ ଏହି ଶିଶୁଟି କ୍ଷେତ୍ରରେ ଦେଖିବାକୁ ମିଳୁଛି।

 

ଡିସେମ୍ବର ୨୬ରେ ଏହି ଭିଡିଓଟି ପ୍ରଥମେ ୟୁଟୁବ୍‌ରେ ସେୟାର କରାଯାଇଥିଲା। କେରଳରେ ହୋଇଥିବା ଏହି ଘଟଣା ସିସିଟିଭିରେ କୈଦ୍‌ ହୋଇଯାଇଥିଲା। ଟୁଇଟରରେ ଏହି ଭିଡିଓକୁ ଆଇପିଏସ୍‌ ଅଫିସର ପଙ୍କଜ ଜୈନ୍‌ ସେୟାର କରିବା ସହିତ ସଡ଼କ ସୁରକ୍ଷା ବାର୍ତ୍ତା ବି ଦେଇଛନ୍ତି।

ସମ୍ବନ୍ଧିତ ଖବର