ତିରୁଅନନ୍ତପୁରମ୍‌: ବୟସ ଏକ ସଂଖ୍ୟା ମାତ୍ର। ଜୀବନକୁ ଉପଭୋଗ କରିବାକୁ ଇଚ୍ଛାଶକ୍ତି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରମାଣ କରି ଦେଖାଇଛନ୍ତି କେରଳର ଏକ ବୟସ୍କ ଦମ୍ପତି। ସ୍ବାମୀଙ୍କୁ ୯୦ ବର୍ଷ ଓ ପତ୍ନୀଙ୍କୁ ୮୫ ବର୍ଷ। ତଥାପି ବି ବାଧକ ସାଜିପାରିନି ବୟସ। ନାତି ବିବାହ ଉତ୍ସବରେ ଯୋଗ ଦେବାକୁ ପ୍ରଥମ ଥର ପାଇଁ ବିମାନରେ ଉଡ଼ାଣ ଭରିବେ ଏହି ଜେଜେ ଓ ଜେଜେମାଆ।

Advertisment

ବେଙ୍ଗାଲୁରରେ ହେବ ନାତି ବିବାହ। ବିବାହ ଉତ୍ସବରେ ଯୋଗ ଦେବାକୁ ୯୦ ବର୍ଷିଅ କେ ଏନ ଲକ୍ଷ୍ମୀନାରାୟଣନ୍ ଓ ତାଙ୍କ ପତ୍ନୀ ସରସ୍ବତୀ ପାଲକଡସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ପଡିଆରୁ ସେମାନଙ୍କ ବିମାନ ଯାତ୍ରା ଆରମ୍ଭ କରିବେ।

୯୦ ବର୍ଷ ବୟସରେ ପ୍ରଥମ ଥର ପାଇଁ ବିମାନ ଯାତ୍ରା କରିବାକୁ ଯାଉଥିବା ଲକ୍ଷ୍ମୀନାରାୟଣନ ନିଜର ମତ ରଖି କହନ୍ତି, ‘ ଏହା ମୋର ପ୍ରଥମ ବିମାନ ଯାତ୍ରା। ମୋ ନାତି ସନ୍ତୋଷର ବାହାଘର। କରୋନା ପରିସ୍ଥିତିରେ ସନ୍ତୋଷ ବାହାଘର‌ରେ ଯୋଗ ଦେଇପାରିବି ବୋଲି କେବେ ଭାବିନଥିଲା। ତାହା ଯେତେବେଳେ ସମ୍ଭବ ହୋଇଛି ମୁଁ ଖୁସି ଅଛି ନିଶ୍ଚୟ।’

publive-image New Indian Express

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଲକ୍ଷ୍ମୀନାରାୟଣନ ଏବଂ ତାଙ୍କ ପତ୍ନୀଙ୍କ ସହ ବିମାନରେ ତାଙ୍କ ପୁତ୍ର, ବଧୂ କେ ଏଲ୍ ଭି ନାରାୟଣନ୍ ଏବଂ ସୁଭା ଓ ସୁଭାଙ୍କ ମାଆ ଭି ବସନ୍ତ ମଧ୍ୟ ରହିବେ।

ଉଲ୍ଲେଖଯୋଗ୍ୟ, ସନ୍ତୋଷଙ୍କ ସହ ଶ୍ବେତାଙ୍କ ବିବାହ କରୋନା ଭାଇରସ୍‌ ପୂର୍ବରୁ ସ୍ଥିର ହୋଇଥିଲା। ସନ୍ତୋଷ ତାଙ୍କ ବିବାହ ତାରିଖ ନଘୁଞ୍ଚାଇ ନିଜ ବାପାମାଆ ଓ ଜେଜେବାପାଜେଜେମାଆଙ୍କୁ ବିମାନ ଯୋଗେ ବେଙ୍ଗାଲୁର ଡକାଇ ଆଣିବାର ବନ୍ଦୋବସ୍ତ କରିଥିବା ଜାଣିବାକୁ ମିଳିଛି।