କେରଳୀ ଗାନ୍ଧିବାଦୀ ପକ୍ଷୀଙ୍କ ଶୋଷ ମେଣ୍ଟାଇବାକୁ ୧୦ ହଜାର ମାଟି ପାତ୍ରରେ ପାଣି ଭରି ଚର୍ଚ୍ଚା ପାଲଟିଲେ 

ତିରୁବନନ୍ତପୁରମ: କେରଳର ଜଣେ ବ୍ୟକ୍ତି ପକ୍ଷୀମାନଙ୍କ ପ୍ରତି ମାନବିକତା ଦେଖାଇ ବେଶ୍‌ ଚର୍ଚ୍ଚା ପାଲଟିଛନ୍ତି। ଗ୍ରୀଷ୍ମ ଋତୁରେ ଶୋଷିଲା ଉଡ଼ା ପକ୍ଷୀମାନଙ୍କ ମୁହଁରେ ପାଣି ଟୋପେ ଦେବା ପାଇଁ  ଏହି ୭୦ ବର୍ଷିଅ ବ୍ୟକ୍ତି ଜଣକ ୧୦ ହଜାର ମାଟି ପାତ୍ର ପ୍ରଦାନ କରିବାର ଘୋଷଣା କରି ଚର୍ଚ୍ଚା ପାଲଟିଛନ୍ତି।

ଶ୍ରୀମାନ ନାରାୟଣ ନାମକ ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଗାନ୍ଧିବାଦୀ। ପକ୍ଷୀମାନଙ୍କ ଲାଗି ବିଭିନ୍ନ ସ୍ଥାନରେ ୧୦ ହଜାର ପାତ୍ର ରଖିବେ ବୋଲି ନିଷ୍ପତ୍ତି ନେଇଥିବା ଶ୍ରୀମାନ ଏବେ ସୁଦ୍ଧା ୯ ହଜର ପାତ୍ର ରଖି ସାରିଲେଣି।

୭୦ ବର୍ଷିଅ ଏହି ବ୍ୟକ୍ତି ଜଣକ ପ୍ରଥମ କରି ଆରମ୍ଭ କରିଥିବା ଏହି ପ୍ରକଳ୍ପର ନାମ ‘ଜୀବ ଜଲଥିନୁ ଓରୁ ମାନୁ ପର୍ଥମ’। ଏହାର ଓଡ଼ିଆ ଅର୍ଥ ହେଉଛି ‘ଜୀବନ ରକ୍ଷାକାରୀ ଜଳ ପାତ୍ର’। ଏହି ପ୍ରକଳ୍ପଟି ପ୍ରଥମେ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା। ଏହା ବିପୁଳ ସଫଳତା ସାଉଁଟିବା ପରେ ପୁଣି ଚଳିତବର୍ଷ ଏହି ପ୍ରକଳ୍ପରେ କାମ ଆରମ୍ଭ କରିଛନ୍ତି ଶ୍ରୀମାନ।

ସମ୍ବନ୍ଧିତ ଖବର