ନୂଆଦିଲ୍ଲୀ: ଦୁବାଇରେ ଚାକିରି କରୁଥିବା ତୋଜୋ ମୈଥ୍ୟୁ ବର୍ତ୍ତମାନ ଚାକିରିରୁ ଯେତିକି ରୋଜଗାର କରୁଥିଲେ ସେତିକିରେ ତାଙ୍କ ଗୁଜୁରାଣ ମେଣ୍ଟାଇବା ବହୁ କଷ୍ଟ ହେଉଥିଲା। ମୈଥ୍ୟୁ ପ୍ରଥମେ ଭାରତରେ ଅଟୋ ଚାଳକ ଭାବେ କାମ କରୁଥିଲେ। ପରେ ସେ ଦୁବାଇ ଯାଇ ଅଧିକ ଟଙ୍କା ରୋଜଗାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ମୈଥ୍ୟୁଙ୍କ ପତ୍ନୀ ଓ ମାଆ ଭାରତରେ ରହନ୍ତି।

Advertisment

ତେବେ ଦୁବାଇ ଯିବା ପୂର୍ବର ଆବୁଧାବି ବିମାନ ବନ୍ଦରେ ତାଙ୍କର କେତେଜଣ ସାଙ୍ଗ ସହ ମୈଥ୍ୟୁ ପହଞ୍ଚି ଥିଲେ। ବିମାନରେ ଚଢ଼ିବା ପୂର୍ବରୁ ସେ ସେଠାରେ ବିଗ ଟିକେଟ ରାଫେଲ ଲଟରି କିଣିବା ପାଇଁ ଚାହିଁଥିଲେ। କିନ୍ତୁ ସେତେବେଳେ ତାଙ୍କ ପାଖରେ ଅର୍ଥ ନଥିଲା। ସାଙ୍ଗମାନେ ଟଙ୍କା ଯୋଗାଡ଼ କରି ମୈଥ୍ୟୁଙ୍କୁ ଲଟରି ଟିକେଟ କିଣିବା ପାଇଁ ଦେଇଥିଲେ। ହଠାତ୍‌ ଦିନେ ମୈଥ୍ୟୁଙ୍କ ସାଙ୍ଗ ଫୋନ୍‌ କରି କହିଲି ସେ ୧୯ଲକ୍ଷ ଡଲାର ଅର୍ଥାତ୍‌ ୧୩କୋଟି, ୧୦ଲକ୍ଷ, ୪୫ହଜାର, ୧୪୪ ଟଙ୍କାର ଲଟରି ଜିତିଯାଇଛନ୍ତି। ତାଙ୍କୁ ତାଙ୍କ ସାଙ୍ଗ କଥା ବିଶ୍ୱାସ ହୋଇ ନଥିଲା।

ସେହିପରି ଦୁବାଇରେ ଆଉ ଜଣେ ଭାରତୀୟ ନରଗରିକ ଅବୁଧାବିରୁ ଲଟରି ଜରିଆରେ ୧୨ମିଲିୟନ୍‌ ଜିତିଥିବା ଜଣାପଡ଼ିଛି।  ସେ ବି ପେସାରେ ଜଣେ ଗାଡ଼ି ଚାଳକ । ମୈଥ୍ୟୁଙ୍କ ସହ ୫ଜଣ ଭାରତୀୟ, ଜଣେ ପାକିସ୍ତାନୀ ଓ ଜଣେ କୃବୈତ ନାଗରିକ ଏହି ଲଟରି ଜିତିବାରେ ସାମିଲ ଅଛନ୍ତି। ମୈଥ୍ୟୁ ଲଟରିରୁ ଜିତିଥିବା ଟଙ୍କା ଦ୍ୱାରା କେରଳରେ ଏକ ଘର କିଣିବା ସହିତ ନିଜ ଉପରେ ଥିବା ସମସ୍ତ କରଜ ବୋଝ ହଟାଇ ଦେବେ ବୋଲି କହିଛନ୍ତି।