କରୋନା ମୁକାବିଲାର ସୂତ୍ର : ଆଗୁଆ ସଫଳ ହେଲା ‘କେରଳ ମଡେଲ’

ଦେଶର ପ୍ରଥମ କରୋନା ଚିହ୍ନଟ ହୋଇଥିଲେ କରେଳରୁ। ମାର୍ଚ୍ଚ ଆରମ୍ଭରୁ କେରଳକୁ ଅନ୍ତର୍ଜାତୀୟ ପ୍ରବାସୀମାନଙ୍କ ଆଗମନ ଫଳରେ ମାସ ଶେଷ ସୁଦ୍ଧା କେରଳରେ କାରୋନା ସ୍ଥିତି ଅଣାୟତ ହୋଇଯାଇଥିଲା। କେରଳର ବିକାଶ ପ୍ରକ୍ରିୟାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏହି ଅନ୍ତର୍ଜାତୀୟ ପ୍ରବାସୀମାନେ କେରଳବାସୀଙ୍କ ନିଦ ହଜାଇ ଦେଇଥିଲେ। ମାତ୍ର ଏଥିରେ ପଛକୁ ନ ହଟି କେରଳ ସରକାର ଏହାର ସଫଳ ମୁକାବିଲା ପାଇଁ ଆକ୍ରମଣାତ୍ମକ ଢଙ୍ଗରେ କେରଳ କରୋନା ମୁକାବିଲାରେ ଲାଗିଥିଲେ। ମାର୍ଚ୍ଚ ମାସରେ ଦେଶରେ ପଜିଟିଭ୍ ଚିହ୍ନଟରେ ଦ୍ବିତୀୟ ସ୍ଥାନରେ ଥିବା କେରଳ ଏପ୍ରିଲ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ମାମଲାରେ ୧୦ ସ୍ଥାନକୁ ଖସିଯାଇଥିଲା। ସ୍ଥାନୀୟ ସରକାରଙ୍କ କରୋନାର ମୁକାବିଲା ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ କେରଳର ଖ୍ୟାତି ଆଣି ଦେଇଥିଲା ଓ ‘କେରଳ ମଡେଲ’ ବେଶ୍‌ ଅନୁକରଣୀୟ ହୋଇପାରିଥିଲା। କରୋନା ମୁକାବିଲା ପଛରେ କରେଳ ସରକାରଙ୍କ ରୋଗୀଙ୍କୁ ଆଗୁଆ ଚିହ୍ନଟ, ବ୍ୟାପକ ଟେଷ୍ଟିଂ ଏବଂ ଜୋରଦାର କଣ୍ଟାକ୍ଟ ଟ୍ରେସିଂ ସହ ୧୪ ଦିନ ସଙ୍ଗରୋଧ ବଦଳରେ ୨୮ ଦିନିଆ ସଙ୍ଗରୋଧ ପାଇଁ କରୋନାର ସଫଳ ମୁକାବିଲା କରିପାରିଛନ୍ତି ରାଜ୍ୟ ସରକାର।

ସଙ୍ଗରୋଧରେ ୧୪ ବଦଳରେ ୨୮ ଦିନ
ଘରେ ସଙ୍ଗରୋଧ ବ୍ୟବସ୍ଥାକୁ କେରଳରେ ସବୁଠୁ ଅଧିକ କଡ଼ାକଡ଼ି କରାଯାଇଥିଲା। ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ୧୨,୪୭୦ ଜଣ ଘରେ ସଙ୍ଗରୋଧରେ ଥିବାବେଳେ ଏପ୍ରିଲ ୧୧ ବେଳକୁ ୧,୨୨,୬୭୬କୁ ବୃଦ୍ଧି ପାଇଥିଲା। ଘରେ ସଙ୍ଗରୋଧରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୧୪ ଦିନ ବଦଳରେ ୨୮ ଦିନ ବାଧ୍ୟତାମୂଳକ କରାଯାଇଥିଲା। ଏମାନଙ୍କୁ ପ୍ରତିଦିନ ସରକାରୀ କର୍ତ୍ତୃପକ୍ଷ ୨ରୁ ୩ ଥର କଲ୍‌ କରିବା ସହ ସେମାନଙ୍କ ସ୍ବାସ୍ଥ୍ୟବାସ୍ଥା ସଂପର୍କରେ ତଥ୍ୟ ସଂଗ୍ରହ କରାଯାଏ। ଘରେ ସଙ୍ଗରୋଧରେ ଥିବା ଲୋକ ଘରେ ଅଛନ୍ତି କି ନା’ ତାହା ସୁନିଶ୍ଚିତ ହେବାପାଇଁ ୧୬ ହଜାର ସଦସ୍ୟ କାମ କରୁଥିଲେ। ତେବେ ମାର୍ଚ୍ଚ ୨୮ ତାରିଖରୁ ରାଜ୍ୟରେ ବ୍ୟାପକ ଟେଷ୍ଟିଂ ଆରମ୍ଭ ହୋଇଥିଲା।

New Indian Express

ଆଗୁଆ ଚିହ୍ନଟ, ବ୍ୟାପକ ଟେଷ୍ଟିଂ ଏବଂ କଣ୍ଟାକ୍ଟ ଟ୍ରେସିଂ

ଜାନୁଆରି ୧୮ରୁ କେରଳ ସରକାର କୋଭିଡ୍‌-୧୯ ପାଇଁ ସଚେତନ ବାର୍ତ୍ତା ଜାରି କରିଥିଲେ। ବିଦେଶରୁ ଫେରିଥିବା ନାଗରିକଙ୍କୁ ସ୍କ୍ରିନିଂ କରିବା ସହ ହେଲ୍‌ଥ କାର୍ଡ ଦିଆଯାଇଥିଲା। ଏହି କାର୍ଡରେ ସେମାନଙ୍କ ବିସ୍ତୃତ ଯାତ୍ରା ବିବରଣୀ ଏବଂ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଲେଖିବାକୁ କୁହାଯାଇଥିଲା। ରାଜ୍ୟର ସମସ୍ତ ବିମାନବନ୍ଦରକୁ ଜିଲ୍ଲା ହସ୍ପିଟାଲ୍‌ ସହ ସଂଯୋଗ କରାଯାଇଥିଲା। କୌଣସି ଯାତ୍ରୀ ଜ୍ବର କିମ୍ବା ଥଣ୍ଡାରେ ଆକ୍ରାନ୍ତ ଥିଲେ, ସେମାନଙ୍କୁ ବିମାନବନ୍ଦରରୁ ସିଧା ହସ୍ପିଟାଲ୍‌ ପଠାଇବାର ବ୍ୟବସ୍ଥା ହୋଇଥିଲା। ସନ୍ଦିଗ୍ଧଙ୍କ ସଂସ୍ପର୍ଶରେ କେଉଁମା‌ନେ ଆସିଛନ୍ତି, ସେଥିପ୍ରତି ଗୁରୁତ୍ବ ଦିଆଯାଇଥିଲା। ଜାନୁଆରି ୩୦ରୁ ମାର୍ଚ୍ଚ ୮ ମଧ୍ୟରେ ପ୍ରଥମ ‌ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଯା‌ଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହ‌ାପରେ କଲ୍‌ ଡିଟେଲସ ଏବଂ ସିସିଟିଭି ଫୁଟେଜ୍‌ ଆଧାରରେ ପ୍ରତି ପ୍ରଭାବିତ ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରାଯାଇଥିଲା।

ସମ୍ବନ୍ଧିତ ଖବର