ବର-ବଧୂ ହିନ୍ଦୁ ହୋଇଥିବା ବେଳେ ସେମାନଙ୍କ ପାଇଁ ବିବାହ ସ୍ଥଳୀ ପାଲଟିଥିଲା କେରଳର ଜୁମା ମସଜିଦ

ଅଲପୁଝା: କେରଳର ଅଲପୁଝା ଜିଲ୍ଲାର କାୟମକୁଲମ୍‌ରେ ମୁସଲିମ୍ ସମୁଦାୟ ପକ୍ଷରୁ  ଜଣେ ହିନ୍ଦୁ ଝିଅର ବିବାହ ମସଜିଦରେ କରାଯାଇ ଭାଇଚାରାର ବାର୍ତ୍ତା ସମାଜକୁ ଦିଆଯାଇଛି।

ସୂଚନାଯୋଗ୍ୟ, ରବିବାର ଅଲପୁଝାରେ ଚେରୁବଲ୍ଲୀସ୍ଥିତ ଜୁମା ମସଜିଦରେ ହିନ୍ଦୁ ରୀତିନୀତିରେ ବିବାହ ହୋଇଥିବା କନ୍ୟା ଅଞ୍ଜୁ (୨୨)ଙ୍କ ବାପାଙ୍କର ଦୁଇ ବର୍ଷ ପୂର୍ବରୁ ହୃତଘାତରେ ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଝିଅ ଅଞ୍ଜୁର କିପରି ବିବାହ କରିବେ ସେ ଚିନ୍ତାରେ ମା’ ବିନ୍ଦୁ ପୂରାପୂରି ଭାଙ୍ଗି ପଡ଼ିଥିଲେ। କିଛିଦିନ ପରେ  ବିନ୍ଦୁ ଝିଅର ବିବାହ ପାଇଁ ସ୍ଥାନୀୟ ଜୁମା ମସଜିଦକୁ ଆର୍ଥିକ ସାହାଯ୍ୟ ମାଗିଥିଲେ। ତାଙ୍କର ଏଭଳି ଅବସ୍ଥା ଦେଖି ମସଜିଦ ପକ୍ଷରୁ ଅଞ୍ଜୁଙ୍କ ବିବାହରେ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ବିନ୍ଦୁଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା।

Image result for Kerala mosque turns venue for Hindu wedding
The Hindu

ଏହା ପରେ ଅଞ୍ଜୁଙ୍କ ବିବାହ ଶରଦଙ୍କ ସହିତ ସ୍ଥିର ହୋଇଥିଲା। ବିବାହ ପାଇଁ ତାରିଖ ଓ ସମୟ ବାହାର କରାଯାଇ ନିମନ୍ତ୍ରଣ କାର୍ଡ ଛପାଇ ଅତିଥିଙ୍କୁ ବଣ୍ଟା ଯାଇଥିଲା। ରବିବାର (ଜାନୁଆରି ୧୯)ଅଞ୍ଜୁଙ୍କ ବିବାହ ପାଇଁ ମସଜିଦ ପରିସରକୁ ଫୁଲମାଳରେ ସଜା ଯାଇଥିଲା। ମସଜିଦରେ ହିନ୍ଦୁ ରୀତିନୀତିରେ ଅଞ୍ଜୁ ଓ ଶରଦଙ୍କ ବିବାହ ହୋଇଥିବା ବେଳେ କମିଟି ପକ୍ଷରୁ ୧୦ ଭରି ସୁନା ଏବଂ ୨ ଲକ୍ଷ ଟଙ୍କା ଉପହାର ସ୍ୱରୂପ ଅଞ୍ଜୁଙ୍କୁ ଦିଆଯାଇଥିଲା ବୋଲି ଚେରୁବଲ୍ଲୀ ଜମାତ କମିଟିର ସଚିବ ନୁଜୁମୁଦ୍ଦିନ ଅଲ୍ଲୀ ମୋଟିଲ କହିଛନ୍ତି।

ଏଭଳି ଏକ ସ୍ୱତନ୍ତ୍ର ବିବାହ ଭୋଜିକୁ ୫୦୦ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। କେରଳ ମୁଖ୍ୟମନ୍ତ୍ରୀ ଏଭଳି ବିବାହକୁ ଖୁବ ପ୍ରଂଶସା କରିଛନ୍ତି। ନିଜ ଫେସବୁକ ପେଜରେ ମୁସଲିମ ସମାଜ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି।

Image result for Kerala mosque turns venue for Hindu wedding
Asianet News
ସମ୍ବନ୍ଧିତ ଖବର