ଜୀବନ ଓ ମରଣ ସହ ସଂଘର୍ଷ କରୁଥିବା ମା’ର ଜୀବନ ବଞ୍ଚାଇଲା ନବଜାତ ଶିଶୁ

ତିରୁଅନନ୍ତପୁରମ: କେରଳରେ ଜଣେ ନବଜାତ ଶିଶୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଶିଶୁ ଜନ୍ମ ହେବା କାରଣରୁ ତାର ମା’ର ଜୀବନ ରକ୍ଷା ପାଇଯାଇଛି। କୁହାଯାଉଛି କି, ୨୦୧୮ ଜାନୁଆରିରେ ବେଟିନାଙ୍କୁ ହସ୍‌ପିଟାଲରେ ଭର୍ତ୍ତି  କରାଯାଇଥିଲା। ଏହି ସମୟରେ ବେଟିନାଙ୍କ ଅଧା ଅଙ୍ଗ ଅଚଳ ହୋଇ ସେ କେମାକୁ ଚାଲି ଯାଇଥିଲେ। ସେତେବେଳକୁ ସେ ତିନିମାସର ଅନ୍ତସତ୍ତ୍ୱା ଥିଲେ। ବେଟିନାଙ୍କୁ ଦୁଇମାସ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରଖା ଯିବା ପରେ ଆଇସିୟୁକୁ ସ୍ଥାନାନ୍ତର କରି ଦିଆଯାଇଥିଲା। ଡାକ୍ତର ଶିଶୁର ସ୍ୱାସ୍ଥ୍ୟକୁ ନେଇ ଭ୍ରମରେ ଥିଲେ। ଡାକ୍ତରଙ୍କୁ ଚିନ୍ତା ଥିଲା କି ବେଟିନାଙ୍କୁ ଜୀବିତ ରଖିବା ପାଇଁ ଯେଉଁ ଔଷଧ ଦିଆଯାଉଛି ତାହା ଶିଶୁ ଉପରେ ଖରାପ ପ୍ରଭାବ ପକାଇ ପାରେ। ଏହି ଔଷଧ ହେତୁ ଶିଶୁ ରୋଗଗ୍ରସ୍ତ ମଧ୍ୟ ହୋଇପାରେ।

ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଡାକ୍ତରଙ୍କ ପାଖରେ ସମୟକୁ ଅପେକ୍ଷା କରିବା ଛଡ଼ା ଅନ୍ୟ କିଛି ଉପାୟ ହିଁ ନଥିଲା। ଡାକ୍ତର ସେତେବେଳେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ ଯେତେବେଳେ ଶିଶୁ ବିନା କୌଣସି ଅସୁବିଧାରେ ବେଟିନାଙ୍କ ଗର୍ଭରେ ବିକଶିତ ହେବାରେ ଲାଗିଥିଲା। ଜୁନ୍‌ ୧୪ ଅସ୍ତ୍ରୋପଚାର ଜରିଆରେ ଶିଶୁର ଜନ୍ମ ହୋଇଥିଲା।  ଶିଶୁଟିର ପିତା ନାମ ରଖିଲେ ଏଲିବନ୍‌ । ଏଲିବନ୍‌ଙ୍କ ଜନ୍ମ ପରେ ବେଟିନା କୋମାସ୍ଥିତିରୁ ଧୀରେଧୀରେ ବାହାରକୁ ଆସିବାରେ ଲାଗିଥିଲେ ବୋଲି ଡାକ୍ତର କହିଥିଲେ। ବେଟିନା ନିଜ ଶିଶୁକୁ ଦେଖିଥିଲେ ଓ ତାକୁ କୋଳକୁ ମଧ୍ୟ ନେଇଥିଲେ। କୋମରେ ପଡ଼ିବା ଦିନଠାରୁ ଏହାପ୍ରଥମ ଥର ଥିଲା ଯେଉଁଦିନ ବେଟିନା ଆଖି ଖୋଲିିଥିଲେ, ଆଙ୍ଗୁଳି ହଲଚଲ କରିଥିଲେ।  ଶିଶୁକୁ ଜନ୍ମ ଦେବା ପରେ ବେଟିନାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିଲା ବୋଲି ଡାକ୍ତର କହନ୍ତି। ୧୦ଦିନ ଭିତରେ ଡାକ୍ତର ତାଙ୍କୁ  ଛୁଟି ଦେଇଥିଲେ।

ସମ୍ବନ୍ଧିତ ଖବର