ଦୁର୍ଘଟଣା ରୋକିବାକୁ ସ୍ମାର୍ଟ ହେଲ୍‌ମେଟ୍‌ ବାହାର କଲେ କେରଳର ଏହି ବାଳକ, ମୂଲ୍ୟ ୫ ହଜାର ଟଙ୍କା

କୋଚି: ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଇଲେ ପରିଣାମ କ’ଣ ହୋଇଥାଏ ତାହା ଆମେ ସମସ୍ତେ ଜାଣନ୍ତି। ନିଜର ସାମନ୍ୟ ଅବହେଳା ହେତୁ ଅଧିକାଂଶ ସମୟରେ ଜୀବନ ବି ଚାଲିଯାଇ ଥାଏ। ଏହି ସମସ୍ୟାକୁ ଦୃଷ୍ଟିରେ ରଖି କେରଳର ୧୮ ବର୍ଷିଆ ଆଡନ୍ ଜୟ ଏକ ଅନନ୍ୟ ହେଲମେଟ ତିଆରି କରିଛନ୍ତି। ଜୟ ଏକ ‘ସ୍ମାର୍ଟ ହେଲମେଟ’ ଡିଜାଇନ୍ କରିଛନ୍ତି, ଯେଉଁଥିରେ ଏକ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଦୁଇ ଚକିଆ ସହିତ ସଂଯୁକ୍ତ ସେନ୍ସର ରହିଛି।

ଯଦିଓ ଆଡନ୍ ଟେକ୍ନୋଲୋଜିରେ କାମ କରିବା ଆରମ୍ଭ ହେବାର ଦୁଇ ବର୍ଷ ବିତିଗଲାଣି, କିଛି ସପ୍ତାହ ପୂର୍ବରୁ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାପରେ ଏହା ବେଶ୍‌ ଲୋକପ୍ରିୟ ହୋଇଥିଲା ଓ ତାଙ୍କର ଏହି ହେଲ୍‌ମେଟ୍‌ ଉଦ୍ଭାବନ କଥା ସାମ୍ନାକୁ ଆସିଥିଲା।

ଦୁଇ ଚକିଆ ଯାନ ଆଡନଙ୍କ ଦ୍ୱାରା ବିକଶିତ ଜିପିଏସ୍ ଆଧାରିତ ମୋବାଇଲ୍ ଆପ୍ଲିକେସନ୍ ‘ମୋ ସ୍କୁଟି ଆପ୍’ ଦ୍ୱାରା ନିୟନ୍ତ୍ରିତ ହେଉଛି। ତେବେ, ସବୁଠାରୁ ମଜା କଥା ହେଉଛି ଏହି ଆପ୍‌ଲିକେସନ୍‌ରେ ମେସଜ୍‌ ପଠାଇ ଗାଡ଼ି ଚଲାଇବା ବା ବନ୍ଦ କରିବାକୁ ନିୟନ୍ତ୍ରଣ କରାଯାଇପାରେ।

www.newindianexpress.com

ଦୁଇ ଚକିଆ ଯାନ ପାଇଁ କଷ୍ଟୋମାଇଜ୍ ହୋଇଥିବା ମଦ୍ୟପାନ ଚିହ୍ନଟ ସୁବିଧା ବାଇକ୍ ର କିକଷ୍ଟାର୍ଟ ମେକାନିଜିମ୍ ସହିତ ସଂଯୁକ୍ତ, ଯାହାଦ୍ୱାରା ଜଣେ ମଦ୍ୟପକୁ ଗାଡ଼ି ଚଳାଇବାରୁ ରୋକାଯାଇପାରେ।

ସେ କୁହନ୍ତି, “ହେଲମେଟ ଭିତରେ ଥିବା ବଜର୍ ମଦ୍ୟପାନର ଉପସ୍ଥିତି ଜାଣି ପାରିବା ପରେ ଏକ ସ୍ବର ବାହାରେ ଏବଂ ଆରୋହୀ ଯେତେବେଳେ ହେଲମେଟ ପିନ୍ଧନ୍ତି ଏବଂ ଷ୍ଟ୍ରାପ୍ସ ଟାଣନ୍ତି ସେତେବେଳେ ସୁଇଚ୍ ଅନ୍ ହୋଇଯାଏ। ଚୋରି ମାମଲାରେ ଗାଡ଼ି ଟ୍ରାକିଂ ଏବଂ ନିୟନ୍ତ୍ରଣ କରିବାରେ ମଧ୍ୟ ଏହି ପ୍ରୟୋଗ ସାହାଯ୍ୟ କରିଥାଏ।

ଏହି ହେଲ୍‌ମେଟ୍‌ର ଅନ୍ୟ ଏକ ବିଶେଷତ୍ବ ହେଉଛି ଏହା ଦୁର୍ଘଟଣା ପୂର୍ବରୁ ସୂଚୀତ କରିଥାଏ। ସ୍ମାର୍ଟ ହେଲମେଟର ମୂଲ୍ୟ ୫ ହଜାର ଟଙ୍କା। ତାଙ୍କ ଅଭିନବତା ପାଇଁ ଆଡନଙ୍କୁ ନିକଟରେ କୋଚିର ମତ୍ତାନଚେରୀରେ ମୋଟର ଯାନ ବିଭାଗର ଅଧିକାରୀମାନେ ତାଙ୍କୁ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର