ଘରର ଆବର୍ଜନାରୁ ୧,୩୫୦ଟି କଣ୍ଡେଇ ତିଆରି କରି ଗିନିଜ୍‌ ବିଶ୍ୱ ରେକର୍ଡ଼ରେ ସ୍ଥାନ ପାଇଲେ ଏହି ମହିଳା

ନୂଆଦିଲ୍ଲୀ : କିଛି ବର୍ଷ ପୂର୍ବେ ପରିବେଶକୁ ପରିଷ୍କାର ରଖିବା ପାଇଁ ମୋଦି ସରକାର ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ । ପୂରା ଦେଶକୁ କିପରି ସ୍ୱଚ୍ଛ ରଖିବେ ତାହା ଥିଲା ମୋଦିଙ୍କର ସ୍ୱପ୍ନ । ଏହି ଅଭିଯାନ ପରେ ରାସ୍ତା କଡ଼ରୁ ଅନେକାଂଶରେ ଆବର୍ଜନା କମ ହେବା ସହ ଲୋକମାନେ ସଚେତନ ହେବା ଆରମ୍ଭ କରିଥିଲେ । ପ୍ରତିଦିନ ଘରୁ ବାହାରୁଥିବାି ଆବର୍ଜନାକୁ କିପରି ପୁର୍ନବ୍ୟବହାର କରାଯାଇପାରିବ ସେ ବିଷୟରେ ବୋଧହୁଏ କେହି ଭାବି ନଥିଲେ । କିନ୍ତୁ ସେ ଆବର୍ଜନାକୁ ବ୍ୟବହାର କରି କେତେ ସୁନ୍ଦର ଜିନିଷ ତିଆରି ହୋଇ ପାରିବ ତାହାର କଳ୍ପନା ହୁଏତ କେହି କରି ନଥିବେ । କିନ୍ତୁ ଏହାକୁ ସତ କରି ଦେଖାଇଛନ୍ତି କେରଳର ଜଣେ ମହିଳା । ଘରର ଆବର୍ଜନାକୁ ପୁର୍ନବ୍ୟବହାର କରି ୧,୩୫୦ଟି କଣ୍ଢେଇ ତିଆରି କରିବା ସହ ଗିନିଜ୍‌ ବିଶ୍ୱ ରେକର୍ଡ଼ରେ ତାଙ୍କ ନାମ ସ୍ଥାନ ପାଇଛି ବୋଲି ଜଣା ପଡ଼ିଛି ।

facebook

କୋଚିର ପଲୁର୍‌ଥିରେ ରହୁଥିବା ବିଜିତା ରେଠିସ୍‌ ଏହି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ଘରର ଅଦରକାରୀ ଜିନିଷକୁ ସେ ବାହାରେ ନ ଫିଙ୍ଗି ସେଥିରୁ କିଛି ଦରକାରୀ ଜିନିଷ ତିଆରି କରିବା ପାଇଁ ଭାବିବା ସହ ତାହାକୁ ବିଶ୍ୱସ୍ତରରେ ପ୍ରଦର୍ଶିତ କରିଛନ୍ତି । ତାଙ୍କର ଏଭଳି ଅଭିନବ କାମ ପାଇଁ ଗତ ବର୍ଷ ୨୬ ମାର୍ଚ୍ଚରେ ତାଙ୍କ ନାମ ଗିନିଜ୍‌ ବିଶ୍ୱ ରେକର୍ଡ଼ରେ ସ୍ଥାନ ପାଇଥିଲା ବୋଲି ସୂଚନା ମିଳିଛି ।

facebook

ବିଜିତାଙ୍କ କହିବା ଅନୁଯାୟୀ, “ଖାଲି ସମୟକୁ କଟାଇବା ପାଇଁ ମୁଁ କାଗଜରେ କଣ୍ଡେଇ ତିଆରି କରିବା ଆରମ୍ଭ କରିଥିଲି । ଧୀରେ ଧୀରେ ଏହା ମୋତେ ଭଲ ଲାଗିବା ସହ ଏହା ମୋର ଜୀବନର ଲକ୍ଷ୍ୟ ବନି ଯାଇଥିଲା । ପ୍ରଥମେ ପ୍ରଥମେ ମୁଁ ଦିନକୁ ଗୋଟେ ବା ଦୁଇଟି କଣ୍ଢେଇ ତିଆରି କରୁଥିବା ବେଳେ ଧୀରେ ଧୀରେ ଏହା ବଢ଼ିି ୧୦-୧୫ରେ ପହଞ୍ଚିଥିଲା । ସମସ୍ତେ ମୋର ଏହି କାମକୁ ପ୍ରଶଂସା କରିବା ସହ ମୁଁ ଏହାକୁ ଗିନିଜ୍‌ ବିଶ୍ୱ ରେକର୍ଡ଼ରେ ହୋଇଥିବା ହାତ ତିଆରି କଣ୍ଢେଇ ମେଳାରେ ପ୍ରଦର୍ଶିତ କରିଥିଲି । ଏହା ପରେ ସେମାନେ ମୋ କାମକୁ ପସନ୍ଦ କରିବା ସହ ମୋ ନାମ ଗିନିଜ୍‌ ବିଶ୍ୱ ରେକର୍ଡ଼ରେ ସ୍ଥାନ ପାଇଥିଲା । ଏଥି ପାଇଁ ମୁଁ ମୋ ସ୍ୱାମୀ ଏବଂ ପରିବାର ଲୋକଙ୍କୁ ଧନ୍ୟବାଦ୍‌ ଜଣାଇବି।” ତେବେ ବିଜିତାଙ୍କ ଏହି କାମ ବିଷୟରେ ଜାଣି ଲୋକମାନେ ଅନୁପ୍ରାଣିତ ହେବା ସହ ଆବର୍ଜନାକୁ ପୁର୍ନବ୍ୟବହାର ଯୋଗ୍ୟ କରିବେ ବୋଲି ଆମେ ଆଶା କରୁଛୁ ।

ସମ୍ବନ୍ଧିତ ଖବର