ନିଜ ପିତାଙ୍କୁ ଚିହ୍ନି ନଥିବା ପୁତ୍ର କର୍ଣ୍ଣଙ୍କୁ ସାହଯ୍ୟ କରିବାକୁ ସ୍ୱର୍ଗରୁ ଓହ୍ଲାଇ ଆସିଥିଲେ ସୂର୍ଯ୍ୟୋଦେବ, ଜାଣନ୍ତୁ ତା’ପରେ କ’ଣ ହେଲା

ମହଭାରତର ମହାଯୋଦ୍ଧା କର୍ଣ୍ଣଙ୍କ ଜନ୍ମ କାହାଣୀ ତ ଆପଣ ଜାଣିଥିବେ ନିଶ୍ଚୟ। ମନ୍ତ୍ର ପ୍ରୟୋଗ କରି ଅବିବାହିତା କୁନ୍ତୀ ସୂର୍ଯ୍ୟୋଙ୍କ ଅଂଶକୁ ଗର୍ଭରେ ରଖି ଜନ୍ମ ଦେଇଥିଲେ। ଅବିବାହିତା ମାଆ ହେବା ଘଟଣାକୁ ସଂସାର କିପରି ଗ୍ରହଣ କରିବ ଭାବି ଭୟରେ ପୁତ୍ରକୁ ନିଜ ହାତରେ ନଦୀରେ ଭସାଇ ଦେଇଥିଲେ ମାଆ କୁନ୍ତୀ।

ସୂର୍ଯ୍ୟୋଦେବ କିନ୍ତୁ କୁନ୍ତୀଙ୍କର ଏପରି ନିଷ୍ପତ୍ତିରେ ଖୁବ୍‌ ଅସନ୍ତୋଷ ଥିଲେ। ନିଜ ପୁତ୍ରକୁ ଏପରି ଅବହେଳିତ ହେବାର ସେ ଆଦୌ ଦେଖିପାରୁନଥିଲେ। ଯାହା ବି ହେଉ, ପାଳିତ ବାପାମାଆଙ୍କ ପାଖରେ ରହି ଧୀରେ ଧୀରେ ବଢ଼ିବାକୁ ଲାଗିଲେ କର୍ଣ୍ଣ। ସେ ଏକ ପଣ କଲେ। ନିଜ ପାଖରେ ଥିବା ସବୁକିଛି ଦାନ କରିଦେବେ ପଛେ କେବେ କାହାଠାରୁ କିଛି ଗ୍ରହଣ କରିବେ ନାହିଁ। ଦାନ କେବଳ ନିଜ ଉପାର୍ଜିତ ଧନରୁ ହିଁ କରିବେ ବୋଲି ପଣ କରିଥିଲେ କୁନ୍ତୀ ପୁତ୍ର କର୍ଣ୍ଣ।

ଦିନେ କର୍ଣ୍ଣ ନଦୀରେ ସ୍ନାନ କରୁଥାନ୍ତି। ସୂର୍ଯ୍ୟୋଦେବ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ। ପୁତ୍ର କର୍ଣ୍ଣ ସହ କଥା ହେବାକୁ ତାଙ୍କର ଖୁବ୍‌ ମନ ହେଲା। ସେ ଜଣେ ଋଷିଙ୍କ ବେଶରେ ନଦୀ ତଟକୁ ଆସିଲେ। ଋଷିଙ୍କୁ ଦେଖି କର୍ଣ୍ଣ ପ୍ରଣାମ ଜଣାଇଲେ। କର୍ଣ୍ଣ ପ୍ରତିିଦିନ କାହାକୁ ନା କାହାକୁ ଦାନ କରୁଥିବାରୁ ଋଷିବର କ’ଣ ନେବାକୁ ଆଗ୍ରହ ରଖିଛନ୍ତି ବୋଲି ପ୍ରଶ୍ନ କଲେ କର୍ଣ୍ଣ। ଋଷି ବେଶଧାରୀ ସୂର୍ଯ୍ୟୋ କିନ୍ତୁ କର୍ଣ୍ଣଙ୍କଠାରୁ କିଛି ବି ଗ୍ରହଣ କରିବାକୁ ମନା କରିଦେଲେ। କର୍ଣ୍ଣ ନିଜ ହାତରୁ ଏକ ମୁଦ୍ରିକା ଖୋଲି ଦେଲେ ବି ସେ ତାହାକୁ ଗ୍ରହଣ କଲେ ନାହିଁ।

ଓଲଟା ସୂର୍ଯ୍ୟୋ କର୍ଣ୍ଣଙ୍କୁ କିଛି ଦେବାକୁ ଚାହାନ୍ତି ବୋଲି କହିଲେ। ସେ କର୍ଣ୍ଣଙ୍କୁ ଏକ ପାତ୍ର ପ୍ରଦାନ କଲେ। କହିଲେ ‘ତୁମେ ସ୍ମରଣ କରିଥିବା ସମସ୍ତ ଜିନିଷ ଆସି ଏହି ପାତ୍ରରେ ଭରି ହୋଇଯିବ। ତୁମେ ଏହାକୁ ରଖ। ତୁମ କାମରେ ଆସିବ।’ ମାତ୍ର କର୍ଣ୍ଣ ତାହାକୁ ନେବାକୁ ମନା କରିଦେଲେ। ସେ ବଚ୍ଚନବଦ୍ଧ ଥିଲେ ଯେ କେବେ କାହାଠାରୁ କିଛି ଗ୍ରହଣ କରିବେ ନାହିଁ। ସୂର୍ଯ୍ୟୋଦେବ ତାଙ୍କୁ ବହୁତ ବାଧ୍ୟ କଲେ ମାତ୍ର କର୍ଣ୍ଣ କ୍ଷମା ଚାହିଁ ତାହାକୁ ନେବାକୁ ମନା କରିଦେଲେ। କର୍ଣ୍ଣଙ୍କ କଠୋର ସିନ୍ଧାନ୍ତରେ ଅତ୍ୟନ୍ତ ଖୁସି ହୋଇ ପିତା ସୂର୍ଯ୍ୟୋ ତାଙ୍କୁ ଧର୍ମର ରକ୍ଷକ ଭବ ବୋଲି ଆଶୀର୍ବାଦ କରି ଚାଲିଗଲେ।

ସମ୍ବନ୍ଧିତ ଖବର