ଆଜିକାଲି ମୋଟାପଣ ସମସ୍ୟା ବଢ଼ିବାରେ ଲାଗିଛି। ଓଜନ ହ୍ରାସ ପାଇଁ ଲୋକେ ବିଭିନ୍ନ ଶାରୀରିକ ବ୍ୟାୟାମ କରିବା ସହିତ ଜିମ୍ ଯାଉଛନ୍ତି। ଏଥିସହିତ ଔଷଧ ମଧ୍ୟ ଖାଉଛନ୍ତି। ହେଲେ ଓଜନ କମ୍ କରିବା ପାଇଁ କିଟୋ ଡାଏଟ୍ ପ୍ଲାନ୍କୁ ଅନୁସରଣ କରିବା ଉଚିତ। କିଟୋ ଡାଏଟ୍ରେ ମୁଖ୍ୟତଃ ଶ୍ବେତସାର ଖୁବ୍ କମ୍ ରହିଥାଏ।
କିଟୋ ଡାଏଟ୍ ପ୍ଲାନ୍:
କିଟୋ ଡାଏଟ୍କୁ କୋଟିଜେନିକ୍ ବା ଲୋ-କାର୍ବ ଡାଏଟ୍ ମଧ୍ୟ କୁହାଯାଇଥାଏ। ଡାଏଟ୍ରେ କମ୍ କାର୍ବୋହାଇଡ୍ରେଟ୍ ଓ ଫ୍ୟାଟ୍ ଅଧିକ ରହିଥିବାରୁ ଶରୀରରେ କାର୍ବୋହାଇଡ୍ରେଟ୍ ଶକ୍ତି ଉତ୍ପନ୍ନ ହୋଇଥାଏ ଯାହାକି ଓଜନ ହ୍ରାସ କରିଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ କିଟୋ ଡାଏଟ୍ ମଧ୍ୟରେ ମାଛ, ମାଂସ ଓ ଲୋ-କାର୍ବସ୍ ପରିବା ରହିଥାଏ। ଏଥିସହିତ ସାମୁଦ୍ରିକ ଖାଦ୍ୟ, ମାଛ, ମାଂସ, ଅଣ୍ଡା, ବ୍ରକୋଲି, ଫୁଲକୋବି, ବନ୍ଧାକୋବି, ଟମାଟୋ ଭଳି ଖାଦ୍ୟ ରହିଥାଏ।
କ’ଣ କ’ଣ ଖାଇବେ:
ଅଧିକ ଫ୍ୟାଟ୍ଯୁକ୍ତ ଖାଦ୍ୟ-
ଆଭୋକାଡୋ, ନଡ଼ିଆ, ଘିଅ, ଲହୁଣୀ, ବାଦାମ, ଅଖ୍ରୋଟ୍, ଚିଆ ସିଡ୍ସ
ମଧ୍ୟମ ପ୍ରୋଟିନ୍ଯୁକ୍ତ ଖାଦ୍ୟ-
ଚିକେନ୍, ମଟନ୍, ପାଳଙ୍ଗ, କଦଳୀ, ବ୍ରେକାଲି
ଶ୍ବେତସାରଯୁକ୍ତ ଖାଦ୍ୟ-
ପତ୍ରଯୁକ୍ତ ପରିବା, ପାଳଙ୍ଗ, କଦଳୀ, ବ୍ରେକାଲି, ଜାମୁକୋଳି ଓ ବେଲ
ଏହାକୁ ଖାଇବାଦ୍ବାରା ମସ୍ତିଷ୍କ କ୍ଷିପ୍ର ଗତିରେ କାର୍ଯ୍ୟ କରିଥାଏ। ଯାହାଫଳରେ ମାନସିକ ସ୍ପଷ୍ଟତା ଓ ଏକାଗ୍ରତା ବୃଦ୍ଧି ଘଟିଥାଏ।
କିଟୋ ଡାଏଟ୍ରେ ସାବଧାନତା-
କିଟୋ ଫ୍ଲୁ ହେବାଦ୍ବାରା ମୁଣ୍ଡବ୍ୟଥା, ଥକ୍କାପଣ ଓ ଚିଡ଼ଚିଡ଼ାପଣ ସ୍ଥିତି ଉପୁଜିଥାଏ। ଏହାକୁ ଅଧିକ ଦିନ ଖାଇବା ଦ୍ବାରା ନ୍ୟୁଟ୍ରିଏଣ୍ଟ୍ ହ୍ରାସ, ହୃଦ୍ ସମସ୍ୟା ଉପୁଜିଥାଏ। ଏହାକୁ ଖାଇବା ପୂର୍ବରୁ ଡାକ୍ତର ଓ ଡାଏଟିସିଆନ୍ଙ୍କ ପରାମର୍ଶ ନେବା ଜରୁରି।